ଓଡିଶା ତାଜା ନ୍ୟୁଜ୍ (୦୯ ଅଗଷ୍ଟ ରବିବାର) ଢେଙ୍କାନାଳ :- ଆଜି ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଏକ ଜୀବନ ବିନ୍ଦୁ ଅଭିଯାନ କାର୍ଯ୍ୟକ୍ରମ ଜିଲ୍ଲା ଆବାହକ ତଥା ଜିଲ୍ଲା ବିଜେଡ଼ି ଛାତ୍ର ସଭାପତି ଶ୍ରୀ ସୁରଜ କୁମାର ମହାପାତ୍ର ଙ୍କ ନେତୃତ୍ୱରେ ସ୍ଥାନୀୟ ଟାଉନ୍ ହଲ୍ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଏହି ଜୀବନ ବିନ୍ଦୁ ଅଭିଯାନ କାର୍ଯ୍ୟକ୍ରମର ପର୍ଯ୍ୟବେକ୍ଷକ ଶ୍ରୀ ବିଜୟ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଶୁଭ ଉଦଘାଟନ କରିଥିଲେ ।
ଏହି ରକ୍ତଦାନ ଶିବିରରେ ଢେଙ୍କାନାଳ ସାଂସଦ ଶ୍ରୀ ମହେଶ୍ୱର ସାହୁ ଏବଂ ସଦର ଅଞ୍ଚଳର ଲୋକପ୍ରିୟ ବିଧାୟକ ଶ୍ରୀ ସୁଧିର କୁମାର ସାମଲ ଉପସ୍ଥିତ ରହି ରକ୍ତଦାତାଙ୍କୁ ପ୍ରୋତ୍ସାହନ କରିବା ସହ ଆଗାମୀ ଦିନରେ ଜିଲ୍ଲାରେ ରକ୍ତଦାନ ମହାସେବାକୁ ତ୍ୱରାନ୍ୱିତ କରିବା କ୍ଷେତ୍ରରେ ସାଧାରଣ ଲୋକଙ୍କ ରକ୍ତ ଅଭାବକୁ ପୂରଣ କରି ସୁସ୍ଥ ନିରାମୟ ସମାଜ ଗଠନ କରିବା ଦିଗରେ କାର୍ଯ୍ୟ କରିବାକୁ ପ୍ରେରଣା ଦେଇଛନ୍ତି ।
ଏହା ଆସନ୍ତା ପନ୍ଦର ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି କୁହାଯାଇଛି । ଆଜି ପ୍ରଥମ ଦିନରେ ୧୨୨ ୟୂନିଟ୍ ରକ୍ତ ସଂଗ୍ରହ କରାଯାଇଛି । ୫୦୦ ୟୃନିଟ୍ ରୁ ଅଧିକ ରକ୍ତ ସଂଗ୍ରହ ଆମର ଲକ୍ଷ୍ୟ ବୋଲି କହିଛନ୍ତି ଜୀବନ ବିନ୍ଦୁ ଅଭିଯାନର ଜିଲ୍ଲା ଆବାହକ । ରିପୋର୍ଟ (ଅମର ରଞ୍ଜନ ଦାସ, ଢେଙ୍କାନାଳ)