No Result
View All Result
୧୫ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିଆଳି :-> କଟକ ଜିଲ୍ଲା ନିଆଳି ବ୍ଳକର କୃଷ୍ଣପ୍ରସାଦ ପଞ୍ଚାୟତସ୍ଥିତ ନୂଆ ବେତଣ୍ଡ। ଗ୍ରାମର ଗରୀବ ସୁର ମଲ୍ଲିକ ୬ଜଣ ପରିବାରକୁ ନେଇ ପର ଘରେ ମୂଲମଜୁରୀ ଲାଗି ଖୁସିରେ ଜୀବନ ବିତାଉଥିଲେ, ହଠାତ, ତାଙ୍କ ପରିବାର ଉପରେ ଦୁଃଖର କଳାବାଦଲ ଢାଙ୍କିଦେବ ବୋଲି କିଏ ବା ଜାଣିଛି ? , ସୁରଙ୍କ ଚାଳଛପର ଘର ଉପରେ ବିଦୁତ ଲାଇନରୁ ଅଗ୍ନିକାଣ୍ଡ ଘଟି ଘର ସମେତ ସମସ୍ତ ଆସବାପତ୍ର ଜଳି ଧୋଂଶ ହୋଇଯାଇଥିଲା । ଖବର ପାଇ ସ୍ଥାନୀୟ ନିଆଳି ତହସିଲ ଏବଂ ବ୍ଲକ ପକ୍ଷରୁ କେବଳ ନାମକୁ ମାତ୍ର ଖଣ୍ଡେ ପଲିଥିନ, ଗଣ୍ଡେ ଚୁଡ଼ା, ଟିକେ ଗୁଡ ସମେତ ଖଣ୍ଡେ ଲୁଗା ଦେଇ ପକାଘର ଦିଆଯିବ ବୋଲି କୁହାଯାଇଥିଲା, ମାତ୍ର ଅଗ୍ନିକାଣ୍ଡ ଘଟି ବାର ଆଜକୁ ଆଠମାସ ବିତିଯାଇଥିଲେ ସୁଦ୍ଧା ଅଗ୍ନି ବିପନ୍ନ ପରିବାରକୁ ନା, ମିଳିଛି ଖଣ୍ଡେ ସରକାରୀ କୋଠା ଘର ,,,, ନା, ମିଳିଛି କିଛି ରୋଜଗାର ? ।

ଏବେ ଏହି ଅସହାୟ ସୁରଙ୍କ ପରିବାର କାନ୍ଥ ନଥିବା ଛିଣ୍ଡା, ଦଦରା, ପଲିଥିନ ତଳେ ଛୋଟ ଛୋଟ ପିଲାମାନଙ୍କୁ ନେଇ ଖରା, ବର୍ଷାରେ ଭିଜି ଭିଜି ଭୋକ ଉପାସରେ ଦୁଃଖରେ ଦିନ କାଟୁଛନ୍ତି । ସରକାର ଗରିବଙ୍କ ପାଇଁ ବିଭିନ୍ନ କଲ୍ୟାଣକାରୀ ଯୋଜନା ପ୍ରଣୟନ ହୋଇଥିବା ନେଇ ଦିଣ୍ଡିମି ପିଟୁଥିବା ବେଳେ ଅସହାୟ ସୁରଙ୍କ ଏହି କରୁଣ କାହାଣୀ ଭାତ ହାଣ୍ଡିରୁ ଗୋଟିଏ ମାତ୍ର ? ସମଗ୍ର ବ୍ଲକରେ ବହୁ ଅସହାୟଙ୍କ ଜୀବନ ସୁରଙ୍କ ପରି ପଲିଥିନ ତଳେ ବିତୁଥିଲେ ମଧ୍ଯ ସେମାନଙ୍କ ନିକଟରେ ସରକାରୀ ଯୋଜନା ଅପହଞ୍ଚ, ହୋଇଛି ।,,, ସମଗ୍ର ବ୍ଲକରେ ଥିବା ୫ହାଜରରୁ ଅଧିକ ଝୁମ୍ପୁଡ଼ି ବାସୀଙ୍କ କଥା ପ୍ରଶାସନ କେବଳ ପ୍ରାକୃତିକ ବିପର୍ଯ୍ୟୟ ବେଳେ ମନେପକାଇ ଥାଏ,,,,

ଅସହାୟ ସୁରକୁ କେବେ ସରକାରୀ ସହାୟତା ମିଳୁଛି ତାହା ଦେଖିବାକୁ ବାକି ରହିଲା, ଏହି ଅଗ୍ନି ବିପନ୍ନ ସର୍ବହରା ସୁରଙ୍କ ଘର ରାଜଧାନୀ ଠାରୁ ମାତ୍ର ୩୫ କି’.ମି, ଦୂର ହୋଇଥିଲେ ମଧ୍ୟ ରାଜ ନେତା କିମ୍ବା ପ୍ରଶାସନଙ୍କର କୌଣସି ପଡୁନାହିଁ। ଏହି ଅଗ୍ନି ବିପନ୍ନ ପରିବାରଙ୍କ ଦୂରବସ୍ଥା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇ ଆସୁଥିଲେ ମଧ୍ୟ ଅଦ୍ୟାବଧି କଟକ ଜିଲ୍ଲାପାଳ କୌଣସି ଦୃଷ୍ଟି ଦେଉନଥିବାରୁ ଛିଣ୍ଡା, ଦଦରା, ପଲିଥିନ ତଳେ ବର୍ଷା ପାଣିରେ ଭିଜି ଭିଜି ସୁର ଙ୍କ ପରିବାର ଏବେ ବେସାହାରା ହୋଇ ଦୁଃଖରେ ଜୀବନ କାଟୁଛନ୍ତି । ବିଜେଡ଼ି ସରକାର ଥିଲାବେଳେ ଏହି ଅଗ୍ନି ବିପନ୍ନ ସର୍ବହରା ପରିବାରଙ୍କୁ ସାହାର୍ଯ୍ୟ ଯୋଗାଇ ଦେବା ପାଇଁ ବିଜେଡିର ବିଧାୟକଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ପ୍ରତିଶ୍ରୁତି ଦେଇ ଥିଲେ ହେଲେ ,ହେଲେ ଦୀର୍ଘ ୮ମାସ ବିତିଯାଇଥିଲେ ସୁଦ୍ଧା ଅଦ୍ୟାବଧି ତାଙ୍କୁ କୌଣସି ସାହାର୍ଯ୍ୟ ମିଳିଲା ନାହିଁ,।ଏବେ ଲୋକ ପ୍ରିୟ ବିଜେପି ସରକାର ଆସିଛି ,ଦେଖିବାର ଅଛି କେବେ ଏହି ଅଗ୍ନି ବିପନ୍ନ ସର୍ବହରା ପରିବାରଙ୍କ ଦୁଃଖ ବୁଝୁଛନ୍ତି ବୋଲି ଅଞ୍ଚଳବାସୀଙ୍କ ମନରେ ପ୍ରଶ୍ନବାଚି ସୃଷ୍ଟି କରିଛି । ରାଜ୍ୟ ମୂଖ୍ୟମନ୍ତ୍ରୀ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବୀ କରାଯାଇଅଛି ।

No Result
View All Result