ଓଡିଶା ତାଜା ନ୍ୟୁଜ୍ (୦୯ ଅଗଷ୍ଟ ରବିବାର) କଳାହାଣ୍ଡି :- ଜନ୍ମାଷ୍ଟମୀ ଏବଂ ନନ୍ଦୋତ୍ସବ ଦିନ ଜିଲ୍ଲା ସାରା ମଦ ବନ୍ଦ କରିବାକୁ ଦାବି କଲା ଯୁବ ଯାଦବ ମହାସଭା ଏବର୍ଷ ଅଗଷ୍ଟ ୧୧ ଓ ୧୨ ଜନ୍ମାଷ୍ଟମୀ ଏବଂ ନନ୍ଦୋତ୍ସବ ପାଳନ ହେବାକୁ ଯାଉଛି । କୋଭିଡ କଟକଣା ଯୋଗୁଁ ନିଜ ନିଜ ଘର ଭିତରେ ଏହି ପର୍ବ ପାଳିତ ହେବ ବୋଲି ଜଣାଯାଏ ।
ତେବେ ଏହି ପର୍ବରେ ବିଶୃଙ୍ଖଳା ସୃଷ୍ଟି ନହେବା ପାଇଁ ଜିଲ୍ଲା ସାରା ଅଗଷ୍ଟ ୧୧ ଏବଂ ୧୨ ଦୁଇଦିନ ଜିଲ୍ଲା ସାରା ସମସ୍ତ ଦେଶି ଓ ବିଦେଶୀ ମଦ ଦୋକାନ ବନ୍ଦ କରିବାକୁ ଦାବି କରିଛି କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା । ଏନେଇ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏଥିରେ କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋର, ଜିଲ୍ଲା ଯାଦବ ମହାସଭା ସାଧାରଣ ସଂପାଦକ ସଞ୍ଜୟ ଧଙ୍ଗଡାମାଝୀ, ଜିଲ୍ଲା ଯୁବ ଯାଦବ ମହାସଭା ଉପ ସଭାପତି ସୁନୀଲ କୁମାର ଧଙ୍ଗଡାମାଝୀ,
ଡାକେଶ୍ବର ଲହଜଲ, କୃତିବାସ ବେମାଲ, ସଂପାଦକ ଲିଙ୍ଗରାଜ ବେହେରା, ସହ ସଂପାଦକ ତ୍ରିଲକ୍ଷ ନାଏକ, କୋଷାଧ୍ୟକ୍ଷ ସନ୍ତୋଷ ବାଗ, ଲାଞ୍ଜିଗଡ ବ୍ଲକ ଯୁବ ସଭାପତି ଡିଲେଶ ନାଗ, କେସିଙ୍ଗା ବ୍ଲକ ଯୁବ ସଭାପତି ଅଶୋକ ପୋଢ, ଧର୍ମଗଡ ସଭାପତି ଲବଣୀ ରାଉତ, ତୁଲାମଣି ନାଗ, ସୁରେଶ ଚନ୍ଦନ, କିର୍ତ୍ତି ଗଉଡ ପ୍ରମୂଖ ଉପସ୍ଥିତ ଥିଲେ । (କଳାହାଣ୍ଡି ରୁ ଛାୟାକାନ୍ତ ନାଏକ)