୧୫ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅଧୀନରେ ଥିବା ହାଜିପୁର ସ୍ଥିତ ମାଳିକା ପ୍ରସିଦ୍ଧ ପଞ୍ଚସଖା ଙ୍କ ସାଧନା କ୍ଷେତ୍ର ଧ୍ୟାନକୁଦ ପୀଠରେ ସୋମବାର ଶ୍ରିଜୀଉ ମାନଙ୍କ ପବିତ୍ର ବାହୁଡା଼ ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏହି ଉପଲକ୍ଷେ ପ୍ରଭାତରେ ଦ୍ୱାରଫିଟା, ମଙ୍ଗଳଆଳତୀ, ମୈଲମ, ତଡପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ସକାଳଧୂପ, ସେନାପଟ୍ଟାଲାଗି, ମଙ୍ଗଳାର୍ପଣ, ଟାହିଆବିଜେ, ପହଣ୍ଡିରେ ପ୍ରଭୁ ସୁଦର୍ଶନ, ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନାଥଙ୍କୁ ଅଣାଯାଇ ରାଥାରୁଢ କରାଯାଇ ଥିଲା l
ମଦନମୋହନ ବିଜେ, ଚିତାଲାଗି, ରଥରେ ବେଦମନ୍ତ୍ର ପାଠ ମନ୍ଦିରର ଶଙ୍କରାଚାର୍ଯ୍ୟ ବାବା ଅରକ୍ଷିତ ଦାସ ଙ୍କ ରଥ ପରିକ୍ରମା, ମନ୍ଦିରରାଜା ପ୍ରମୋଦ କୁମାର ନନ୍ଦୀ ଙ୍କ ଦ୍ୱାରା ଛେରା ପହଁରା କରାଯିବା ପରେ ଚାରମାଳ ଫିଟା ଘୋଡା ସାରଥୀ ଲାଗିଥିଲା l ମନ୍ଦିରର ବିଶ୍ୱାବସୁ ବିଭୁଦତ ସାହୁ ଙ୍କ ନେତୃତ୍ୱରେ ଦୈତାପତି ସେବକ ମାନଙ୍କ ଦ୍ୱାରା ରଥଟଣା ଯାଇଥିଲା l
ଶ୍ରଦ୍ଧାଳୁ ଭକ୍ତମାନେ ମାଉସୀମା ମନ୍ଦିରରୁ ରଥକୁ ଟାଣିଟାଣି ଆଣି ଶ୍ରୀମନ୍ଦିର ପାଖରେ ରଖିଥିଲେ ସେଠାରେ ବୁଧବାର ସୁନାବେଶ, ଗୁରୁବାର ଅଧର ପଣା ଓ ଶୁକ୍ର ବାର ନୀଳାଦ୍ରିବିଜେ କରାଯିବାର କାର୍ଯ୍ୟ କ୍ରମ ରହିଛି ବୋଲି ମନ୍ଦିର ବିଶ୍ୱାବସୁ ଶ୍ରୀସାହୁ କହିଛନ୍ତି ପାଗର ପ୍ରତିକୂଳ ଥିଲେ ମଧ୍ୟ ପ୍ରବଳ ଜନସମାଗମ ହୋଇଥିଲା ଏ ଅଂଚଳର ବହୁ ପୁରାତନ ଅନୁଷ୍ଠାନଯୋଗୁ ସାଧୁ ସନ୍ଥ, ଭକ୍ତ, ଶ୍ରଦ୍ଧାଳୁ ମାନେ ଉପସ୍ଥିତ ଥିଲେ l