• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବଲାଙ୍ଗୀରଠାରେ ବିପିସିଏଲ୍ ଏଲ୍ପିଜି ବଟଲିଂ ପ୍ଲାଣ୍ଟର ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ

Proprietor Abhimanyu Maharana by Proprietor Abhimanyu Maharana
December 22, 2019
in ଓଡ଼ିଶା, ବାଣିଜ୍ୟ, ହୋମ୍
0
ବଲାଙ୍ଗୀରଠାରେ ବିପିସିଏଲ୍ ଏଲ୍ପିଜି ବଟଲିଂ ପ୍ଲାଣ୍ଟର ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ
Share on FacebookShare on TwitterWhatsapp

 ଭାରତର ମାନନୀୟ ଉପରାଷ୍ଟ୍ରପତି ଶ୍ରୀ ଏମ୍. ଭେଙ୍କିଆ ନାଇଡୁଙ୍କ କରକମଳରେ ଡିସେମ୍ବର ୨୭ ତାରିଖରେ
ବଲାଙ୍ଗୀର ଏଲ୍ପିଜି ବଟଲିଂ ପ୍ଲାଣ୍ଟ ହେବ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ
 ୨୦୧୮ ମସିହା ମେ ୨୧ ତାରିଖରେ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଏବଂ
ଇସ୍ପାତ ମନ୍ତ୍ରୀ, ଶ୍ରୀ ଥୱର ଚାନ୍ଦ ଗେହଲଟ୍, ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ, ଭାରତ ସରକାର ଏବଂ
ଶ୍ରୀ କେ ଭି ସିଂଦେଓ, ତକ୍ରାଳୀନ ବିଧାୟକ, ପାଟଣାଗଡଙ୍କ ଉପସ୍ଥିତିରେ ଏହି ବଟଲିଂ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ
ହୋଇଥିଲା
 ମୋଟ ୧୦୩ କୋଟି ଟଙ୍କା ବ୍ୟୟରେ ନିର୍ମିତ
ଭୁବନେଶ୍ଵର  (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର -୨୨ ଡିସେମ୍ବର ୨୦୧୯- ଭାରତ ସରକାରଙ୍କ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଅଧିନସ୍ଥ ମହାରତ୍ନ ରାଷ୍ଟ୍ରାୟତ ଉଦ୍ୟୋଗ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ଼୍ (ବିପିସିଏଲ୍) ପକ୍ଷରୁ ଓଡ଼ିଶାର ବଲାଙ୍ଗୀର ଜିଲା ବରକାନିଠାରେ ଏଲ୍ପିଜି ବଟଲିଂ ପ୍ଲାଣ୍ଟ ନିର୍ମାଣ କରାଯାଇଛି । ଖୋର୍ଦ୍ଧାଠାରେ ବିପିସିଏଲ୍ର ଅନ୍ୟ ଏକ ବଟଲିଂ ପ୍ଲାଣ୍ଟ ରହିଛି । ବଲାଙ୍ଗୀରରେ ନିର୍ମାଣ ହୋଇଥିବା ବିପିସିଏଲ୍ର ଏହି ନୂତନ ବଟଲିଂ ପ୍ଲାଣ୍ଟ ରାଜ୍ୟରେ ହେବ ଦ୍ୱିତୀୟ ପ୍ଲାଣ୍ଟ । ବାଲେଶ୍ୱର, ଝାରସୁଗୁଡ଼ା, ଖୋର୍ଦ୍ଧା ଏବଂ ଜଟଣୀଠାରେ ତୈଳ ବିପଣନ କମ୍ପାନୀଗୁଡ଼ିକର ଏଲ୍ପିଜି ବଟଲିଂ ପ୍ଲାଣ୍ଟ ରହିଛି । ୨୦୧୪ ରେ ବଟଲିଂ କ୍ଷମତା ୧.୪୮ କୋଟି ସିଲିଣ୍ଡର ଥିବାବେଳେ, ୨୦୧୯ରେ ବର୍ତ୍ତମାନ ଏହା ୨.୯୬ କୋଟି ସିଲିଣ୍ଡର ରହିଛି । ବଲାଙ୍ଗୀରଠାରେ ପ୍ରସ୍ତାବିତ ବଟଲିଂ ପ୍ଲାଣ୍ଟ ବ୍ୟତୀତ ତୈଳ ବିପଣନ କମ୍ପାନୀଗୁଡ଼ିକ ଖୋର୍ଦ୍ଧା ଓ ରାୟଗଡ଼ାଠାରେ ନୂତନ ପ୍ଲାଣ୍ଟ ସ୍ଥାପନ କରିବା ପାଇଁ ଯୋଜନା ରଖିଛନ୍ତି । ଏହି ନୂତନ ପ୍ଲାଣ୍ଟଗୁଡ଼ିକ ସମ୍ପୂର୍ଣ୍ଣ ହେବା ପରେ ଓଡ଼ିଶାର ମୋଟ ଏଲ୍ପିଜି ବଟଲିଂ ପ୍ଲାଣ୍ଟର ସଂଖ୍ୟା ୭ ରେ ପହଞ୍ଚିବ । ଏହି ୭ଟି ବଟଲିଂ ପ୍ଲାଣ୍ଟର ବାର୍ଷିକ କ୍ଷମତା ୪.୦୬ କୋଟି ସିଲିଣ୍ଡର ହେବ । ୨୦୧୮ ମେ ୨୧ ତାରିଖରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ବଲାଙ୍ଗୀର ଏଲ୍ପିଜି ବଟଲିଂ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ପ୍ଲାଣ୍ଟ ରେକର୍ଡ଼ ୧୯ ମାସରେ ସମ୍ପୂର୍ଣ୍ଣ ହୋଇଛି ଏବଂ ଆସନ୍ତା ୨୭ଡିସେମ୍ବର ୨୦୧୯ରେ ଭାରତ ମାନନୀୟ ଉପରାଷ୍ଟ୍ରପତି ଶ୍ରୀ ଏମ୍. ଭେଙ୍କିୟାନାଇଡ଼ୁ ଏହାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିବେ । ଏହି ଅବସରରେ ପ୍ରଫେସର ଗଣେଷୀ ଲାଲ, ରାଜ୍ୟପାଳ, ଓଡ଼ିଶା, ଶ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀ, ଓଡ଼ିଶା, ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ, ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓ, ସାଂସଦ, ବଲାଙ୍ଗୀର, ଶ୍ରୀଯୁକ୍ତ
ନରସିଂହ ମିଶ୍ର, ବିଧାୟକ, ବଲାଙ୍ଗୀର ଏବଂ ରାଜ୍ୟର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କ ସମେତ ବିପିସିଏଲ୍ର ଅଧିକାରୀଗଣ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି । ଜୁନ ୨୦୧୪ରେ ଓଡ଼ିଶାରେ ଏଲ୍ପିଜି ଉପଭୋକ୍ତାଙ୍କ ସଂଖ୍ୟା ୨୦.୨୨ ଲକ୍ଷ ଥିଲା ଏବଂ ୨୦୧୯ ରେ ଏଥିରେ ବୃଦ୍ଧି ଘଟି ୮୮.୧୦ ଲକ୍ଷରେ ପହଞ୍ଚିଛି ଯାହା କି ଏହି ସମୟ ମଧ୍ୟରେ ଉପଭୋକ୍ତାଙ୍କ ସଂଖ୍ୟାକୁ ୩୩୫.୭୧ ପ୍ରତିଶତ ବୃଦ୍ଧି ଘଟାଇଛି । ଗତବର୍ଷ ଓଡ଼ିଶାର ଏଲ୍ପିଜିର ଆବଶ୍ୟକତା ୪୫୪.୩ ଟିଏମ୍ଟି (ହଜାର ମେଟ୍ରିକ ଟନ୍) ଥିଲାବେଳେ ୨୦୨୦ ସୁଦ୍ଧା ୬୧୦ ଟିଏମ୍ଟି (ମେଟ୍ରିକ ଟନ୍)ରେ ପହଞ୍ଚିବ ବୋଲି ଆଶା କରାଯାଉଛି । ରାଜ୍ୟରେ ଏଲ୍ପିଜି ବ୍ୟବହାର ଜୁନ ୨୦୧୪ରେ ୨୦ ପ୍ରତିଶତରୁ ବୃଦ୍ଧି ଘଟି ୮୧.୩ ପ୍ରତିଶତରେ ପହଞ୍ଚିଛି ରାଜ୍ୟ ରେ ଏଲ୍ପିଜି ବ୍ୟବହାରରେ ୬୧.୩ ପ୍ରତିଶତ ବୃଦ୍ଧି ଘଟିଛି । ରାଜ୍ୟରେ ବିତରକଙ୍କ ସଂଖ୍ୟା ଜୁନ ୨୦୧୪ରେ ୩୬୭ରୁ ବୃଦ୍ଧି ଘଟି ୨୦୧୯ ସୁଦ୍ଧା ୯୩୨ ରେ ପହଞ୍ଚିଛି ଏବଂ ଗତ ୪ ବର୍ଷରେ ୫୬୫ ନୂତନ ବିତରକ ସାମିଲ ହୋଇଛନ୍ତି ଯାହା କି ୧୫୪ ପ୍ରତିଶତ ବୃଦ୍ଧି ଘଟିଛି ) । ତୈଳ ବିପଣନ କମ୍ପାନୀମାନଙ୍କ ମଧ୍ୟରେ କେବଳ ବିପିସିଏଲ୍ର ୨୧.୫୯ ଲକ୍ଷ ଉପଭୋକ୍ତା ଅଛନ୍ତି ଯେଉଁମାନେ କି ବାର୍ଷିକ ୭୮ ଲକ୍ଷ ସିଲିଣ୍ଡର ବ୍ୟବହାର କରୁଛନ୍ତି । ୨୦୨୦ ସୁଦ୍ଧା ଏହା ୧୦୫ ଲକ୍ଷ ସିଲିଣ୍ଡରକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ବିଶେଷ କରି ପଶ୍ଚିମ ଏବଂ ଦକ୍ଷିଣ-ପଶ୍ଚିମ ଓଡ଼ିଶାରେ ଏଲ୍ପିଜି ଚାହିଦା ବୃଦ୍ଧି ପାଉଥିବାରୁ ଏକ ନୂତନ ବଟଲିଂ ପ୍ଲାଣ୍ଟ ସ୍ଥାପନ କରିବାର ଆବଶ୍ୟକତା ଥିଲା ଏବଂ ଯୋଗାଯୋଗ ଉପାଦେୟତା ରହିଥିବାରୁ ଐତିହାସିକ ସହର ବଲାଙ୍ଗୀରକୁ ଉପଯୁକ୍ତ ଦର୍ଶାଇ ଏଠାରେ ନୂତନ ପ୍ଲାଣ୍ଟ ନିର୍ମାଣ କରାଯାଇଛି । ବଲାଙ୍ଗୀର ରେଳଷ୍ଟେସନଠାରୁ ୧୨ କିଲୋମିଟର ଦୂରରେ ଅବସ୍ଥିତ ବରକାନି ଗ୍ରାମରେ ଏହି ଏଲ୍ପିଜି ପ୍ଲାଣ୍ଟ ନିର୍ମାଣ କରାଯାଇଛି । ଏହି ପ୍ଲାଣ୍ଟ ୨୩ ଏକର ବିଶିଷ୍ଟ ସ୍ଥାନରେ ନିର୍ମାଣ କରାଯାଇଛି ଏବଂ ବାର୍ଷିକ ୪୨ ଲକ୍ଷ ସିଲିଣ୍ଡର ଉତ୍ପାଦନ କରିବାର କ୍ଷମତା ରହିଛି । ଏହି ପ୍ଲାଣ୍ଟରେ ୨୪ଟି ବୈଦ୍ୟୁତିକ କାରୈାସେଲ ଷ୍ଟେସନ, ୧୮୫୩ କିଲୋଲିଟର କ୍ଷମତା ବିଶିଷ୍ଟ ପାଣିଟାଙ୍କି, ଗ୍ୟାସ୍ ଭର୍ତ୍ତି କରାଯାଉଥିବା ସ୍ଥାନ ସମେତ ଭର୍ତ୍ତି ସିଲିଣ୍ଡର ରହିବା ସ୍ଥାନ ଏବଂ ୮ଟି ବେ-ଟ୍ୟାଙ୍କ ଲରୀ ଡିକ୍ୟାଣ୍ଟେନେସନ ଗ୍ୟାଣ୍ଟ୍ରି ଏବଂ ୩ଙ୍ଘ୩୦୦ ଏମ୍ଟି (ମେଟ୍ରିକ ଟନ୍) କ୍ଷମତା ବିଶିଷ୍ଟ କଣ୍ଟେନର ଆଦି ଭଳି ସୁବିଧା ରହିଛି । ଏହି ପ୍ଲାଣ୍ଟ ୨୦୨୦ ଜାନୁୟାରୀ ସୁଦ୍ଧା କାର୍ଯ୍ୟକ୍ଷମ ହେବା ବଲାଙ୍ଗୀରର ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବା ପରେ ଓଡ଼ିଶାର ୧୪ଟି ଜିଲା: ବଲାଙ୍ଗୀର, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, କଳାହାଣ୍ଡି, ସୋନପୁର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, ସୁନ୍ଦରଗଡ଼ ଏବଂ ନୂଆପଡ଼ା
ଜିଲାର ଉପଭୋକ୍ତାଙ୍କୁ ଏଲ୍ପିଜି ସିଲିଣ୍ଡର ଯୋଗାଣ କରିବ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ହୃଦୟକୁ ହୃଦୟ ର ସହ ଯୋଡିବାର ପବିତ୍ର ହୋଲି ପର୍ବ ମହାସମାରୋହରେ ପାଳିତ

ହୃଦୟକୁ ହୃଦୟ ର ସହ ଯୋଡିବାର ପବିତ୍ର ହୋଲି ପର୍ବ ମହାସମାରୋହରେ ପାଳିତ

March 6, 2026
ବିଜୁବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତି ପାଳିତ

ବିଜୁବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତି ପାଳିତ

March 6, 2026
ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ନସିଂ ଅଫିସରଙ୍କୁ ଆକ୍ରମଣ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କଲା

ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ନସିଂ ଅଫିସରଙ୍କୁ ଆକ୍ରମଣ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କଲା

March 6, 2026
ପଞ୍ଚୁ ଦୋଳରେ ପୁରପଲ୍ଲୀ ଉତ୍ସବ ମୁଖର

ପଞ୍ଚୁ ଦୋଳରେ ପୁରପଲ୍ଲୀ ଉତ୍ସବ ମୁଖର

March 6, 2026

Recent News

ହୃଦୟକୁ ହୃଦୟ ର ସହ ଯୋଡିବାର ପବିତ୍ର ହୋଲି ପର୍ବ ମହାସମାରୋହରେ ପାଳିତ

ହୃଦୟକୁ ହୃଦୟ ର ସହ ଯୋଡିବାର ପବିତ୍ର ହୋଲି ପର୍ବ ମହାସମାରୋହରେ ପାଳିତ

March 6, 2026
ବିଜୁବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତି ପାଳିତ

ବିଜୁବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତି ପାଳିତ

March 6, 2026
ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ନସିଂ ଅଫିସରଙ୍କୁ ଆକ୍ରମଣ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କଲା

ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ନସିଂ ଅଫିସରଙ୍କୁ ଆକ୍ରମଣ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କଲା

March 6, 2026
ପଞ୍ଚୁ ଦୋଳରେ ପୁରପଲ୍ଲୀ ଉତ୍ସବ ମୁଖର

ପଞ୍ଚୁ ଦୋଳରେ ପୁରପଲ୍ଲୀ ଉତ୍ସବ ମୁଖର

March 6, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ହୃଦୟକୁ ହୃଦୟ ର ସହ ଯୋଡିବାର ପବିତ୍ର ହୋଲି ପର୍ବ ମହାସମାରୋହରେ ପାଳିତ

ହୃଦୟକୁ ହୃଦୟ ର ସହ ଯୋଡିବାର ପବିତ୍ର ହୋଲି ପର୍ବ ମହାସମାରୋହରେ ପାଳିତ

March 6, 2026
ବିଜୁବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତି ପାଳିତ

ବିଜୁବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତି ପାଳିତ

March 6, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version