ଓଡିଶା ତାଜା ନ୍ୟୁଜ୍ (୦୯ ଅଗଷ୍ଟ ରବିବାର) ଭୁବନେଶ୍ୱର :- ମାଓବାଦୀ ନାଁ ରେ ୧୦ ଲକ୍ଷ ଟଙ୍କା ମାଗି ପୋଲିସ ଜାଲ ରେ ଫସିଗଲେ ୩ ନକଲି ମାଓବାଦୀ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବଡ଼ପୁଝାରିଗୁଡା ଗାଁ ର ଜଣେ ବ୍ୟକ୍ତି ତୁଳସିରାମ ନାଏକ ଙ୍କୁ ଫୋନ କରି ଆମେ ମାଓବାଦୀ ୧୦ ଲକ୍ଷ ଟଙ୍କା ଦିଅ ନହେଲେ ଜୀବନ ରେ ମାରିଦେବୁ ବୋଲି ଧମକ ଦେଇଥିଲେ । ବ୍ୟକ୍ତି ଜଣକ ଏ ନେଇ ୪ ତାରିଖ ରେ ଜୟପାଟଣା ଥାନା ରେ ସୁଚନା ଦେବା ପରେ ପୋଲିସ ତତ୍ପରତା ଦେଖାଇ ମୋବାଇଲ ଟ୍ରାକିଂ କରି ଏହି ଘଟଣା ରେ ୩ ଜଣ ଯୁବକ ଙ୍କୁ ଗିରଫ କରିଛି ।
ଦୁଇ ଯୁବକ କୋକସରା ଥାନା ଅଞ୍ଚଳ ର ହୋଇଥିବା ବେଳେ ଜଣେ ଜୟପାଟଣା ଅଞ୍ଚଳ ର ବୋଳି ପୋଲିସ ସୂଚନା ଦେଇଛି ତିନି ନକଲି ମାଓବାଦୀ ଯୁବକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବା ନେଇ ଧର୍ମଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ତୁଳସୀ ରାମ ନାଏକ (ଅଭିଯୋଗ କାରୀ) ଲଷ୍ମୀ ନାରାୟଣପଣ୍ଡା ଜୟପାଟଣା ବ୍ଲକ ର ପୂଜାରୀଗୁଡା ଗାଁ ର ଦେବ ପ୍ରସାଦ କୋକସରା ବ୍ଲକ ଅନ୍ତର୍ଗତ ଧନସରା ଗାଁ ଚନ୍ଦ୍ର ରାଉତ ଗତାବନ୍ଦ ଗାଁ ର ଗଙ୍ଗାଧର ବେମାଲ। (ଅଭିଯୁକ୍ତ) (କଳାହାଣ୍ଡି ଜିଲ୍ଲା ଶ୍ରୀ ଛାୟାକାନ୍ତ ନାଏକ ଙ୍କ ରିପୋର୍ଟ।)