No Result
View All Result
୧୩ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> ଭୁବନେଶ୍ୱର ପ୍ରାଚୀ ଡିଭିଜନ ବାଲିଅନ୍ତା ସବ୍ ଡିଭିଜନ ଜଳସେଚନ ବିଭାଗ ଅଧିନରେ ରହିଛି ନୂଆଗଡ଼ ଠାରୁ ବାଲିଅନ୍ତା ପର୍ଯ୍ୟନ୍ତ କୁଆଖାଇ ନଦୀ ବନ୍ଧର ରାସ୍ତା । ଏହି ନଦୀ ବନ୍ଧକୁ ସୁଦୃଢ କରାଯିବା ସହିତ ବନ୍ଧକୁ ୨୫ ଫୁଟର ଚଉଡା ପିଚୁ ରାସ୍ତା ନିର୍ମାଣ ପାଇଁ ୧୧ କୋଟି ଟଙ୍କାର ଟେଣ୍ଡର କାର୍ଯ୍ୟ ୬ ମାସ ପୂର୍ବରୁ ଆର ଆଣ୍ଡ ବି -୪ ଭୁବନେଶ୍ୱର ପକ୍ଷରୁ ଶେଷ ହୋଇ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ନଦୀ ବନ୍ଧର ରାସ୍ତା ନିର୍ମାଣକାର୍ଯ୍ୟ ହରିଦାସପୁର ଠାରୁ ନୂଆଗଡ଼ ପର୍ଯ୍ୟନ୍ତ ନଦୀବନ୍ଧ କାର୍ଯ୍ୟ ନେଇଥିବା ଠିକାଦାର ପିଚୁ ରାସ୍ତା ନିର୍ମାଣ ପାଇଁ ମନମୁଖୀ ନିମ୍ନ ମାନର କାର୍ଯ୍ୟ କରିବା ସହ , ପୁରାତନ ନଦୀ ବନ୍ଧର ଉଚ୍ଚତାରୁ ସାଢ଼େ ତିନି ଫୁଟ ମାଟି ଜେସିବି ମେସିନ ଏବଂ ପୋକଲିନ୍ ମେସିନ ଜରିଆରେ ମାଟି କାଟି ରାସ୍ତାରୁ ବାହାର କରି ଦେଉଛି ।

ଯାହାଫଳରେ ସୁଦୃଢ ନଦୀବନ୍ଧ ଦୁର୍ବଳ ହୋଇପଡିବା ସହିତ ନଦୀରେ ବନ୍ୟା ଆସିଲେ ନଦୀ ପାର୍ଶ୍ଵ ରେ ଥିବା ଗ୍ରାମବାସୀଙ୍କ ପାଇଁ ବିପଦ ଦେଖାଦେଇଛି । ନଦୀ ବନ୍ଧରୁ ତଡା ଯାଉଥିବା ମାଟିକୁ ଠିକାଦାର ମେସିନ ଜରିଆରେ ଚଉଡା ପାଇଁ ସେହି ମାଟିକୁ ନଦୀ ବନ୍ଧର ଉଭୟ ପାର୍ଶ୍ଵରେ ପକାଉଛି । ଏନେଇ ନୂଆଗଡ଼ ଗ୍ରାମବାସୀ ଏହାର ପ୍ରତିବାଦ କରିବାରୁ ସଂପୃକ୍ତ ଠିକାଦାର ଗ୍ରାମବାସୀଙ୍କୁ ନାଲିଆଖି ଦେଖାଇବା ସହିତ ଏଥିରୁ ନିଜକୁ ବଞ୍ଚାଇବା ପାଇଁ , ଓଲେ ଗ୍ରାମବାସୀ ମାନେ ଚାନ୍ଦା ମାଗୁଛନ୍ତି କହି କଟକ ସଦର ଥାନାରେ ଅଭିଯୋଗ କରୁଛନ୍ତି । ଯାହାଫଳରେ ଏଭଳି ଦୁର୍ନୀତି ମୂଳକ କାର୍ଯ୍ୟର ଉଚ୍ଚ ସ୍ତରୀୟ ତଦନ୍ତ କରାଯିବା ପାଇଁ ନୂଆଗଡ଼ ଗ୍ରାମ୍ୟ କମିଟିର ସଭାପତି ବିକ୍ରମ ଶତପଥୀ, ସଂପାଦକ ସନ୍ତୋଷ ସାମନ୍ତରାୟଙ୍କ ସମେତ କମିଟିର ସମସ୍ତ ସଦସ୍ୟମାନେ ଦାବି କରିଛନ୍ତି ।

ଅନ୍ୟପଟେ ଠିକାଦାର ରାସ୍ତାର ମେରୁଦଣ୍ଡ କାଟି ମାଟି ବୋଲଡ଼ର ଗୋଡି ବହାର କରୁଥିବା ସ୍ଥାନରେ ବାହାରୁ ଭଲ ମାଟି ନପକାଇ , ସିଏମସିର ବାହାରୁଥିବା ବର୍ଯ୍ୟ ବସ୍ତୁ ମିଶା ଜରି ଭଙ୍ଗି ଯାଇବା ଘରର ଇଟା, ପଙ୍କମାଟି ସବୁଆଣି ପକାଇ ତାଉରେ ନିମ୍ନ ମାନର ରେଡିମିକ୍ସ ଅଧିକ ପରିମାଣର ଡ଼ଷ୍ଟ କମ ପରିମାଣର ମିଶା ଯାଇଥିବା ଗୋଡ଼ି ପକାଇ ତିନିଫୁଟ କମ ଉଚ୍ଚତାରେ ପିଚୁ କରିବା ପାଇଁ କାର୍ଯ୍ୟ ଚାଲୁ ରଖିଛି । ଏଭଳି ନିମ୍ନ ମାନର କାର୍ଯ୍ୟ ଠିକାଦାର ଏବଂ ଭୁବନେଶ୍ୱର-୪-ଆର ଆଣ୍ଡ ବି ର ଯନ୍ତ୍ରୀଙ୍କ ଞାନ୍ତ ସାରରେ ଚାଲିଛି ।ଯାହାଫଳରେ କୁଆଖାଇ ନଦୀରେ ବନ୍ୟା ଇସିଲେ ବନ୍ୟାଜଳ ନଦୀ ବନ୍ଧ ଅତିକ୍ରମ କରି ନୂଆଗଡ଼ ଗ୍ରାମରେ ପଶିବାର ଆଶଙ୍କା ରହିଛି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ।

ଗ୍ରାମବାସୀ ଏନେଇ ଵିଭଗୀୟ ଯନ୍ତ୍ରୀଙ୍କୁ ଅଭିଯୋଗ କରି ଆସୁଥିଲେ ମଧ୍ୟ ଏଥିପ୍ରତି ବିଭାଗୀୟ ଅଧିକାରୀଙ୍କ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ ବୋଲି କହିଛନ୍ତି । ଏପଟେ ମୋହନ ସରକାର ଦୁର୍ନୀତିକୁ ପ୍ରଶୟ ଦିଆଯିବ ନାହିଁ ବୋଲି କହୁଥିଲା ବେଳେ ଏପରି ଅସାଧୁ ଆର ଏଣ୍ଡ ବିର ଅଧିକାରୀ ଏବଂ ଠିକାଦାରଙ୍କ ବିରୁଦ୍ଧରେ କଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାକୁ ଦେଖିବା ପାଇଁ ନୂଆଗଡ଼ ଗ୍ରାମବାସୀ ଅପେକ୍ଷା କରିଛନ୍ତି । ଏହାର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆ ନଗଲେ ବଧ୍ୟ ହୋଇ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଗ୍ରାମ୍ୟ କମିଟିର ସଭାପତି ବିକ୍ରମ କେଶରୀ ଶତପଥି ,ସଂପାଦକ ସନ୍ତୋଷ କୁମାର ସାମନ୍ତରାୟ ଏବଂ ଗ୍ରମ୍ୟ କମିଟିର ସମସ୍ତ ସଦସ୍ୟ ଚେତାବନୀ ଦେଇଛନ୍ତି ।


No Result
View All Result