No Result
View All Result
୧୩ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବଡଚଣା :-> ଆତଙ୍କ ଖେଳାଉଛି ମାରାତ୍ମକ ଜଣ୍ଡିସ । ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅଧିନ ନେଳିଆ ପଞ୍ଚାୟତ ବିଦ୍ୟାଧର ପୁର ଗ୍ରାମରେ ଦୂଷିତ ନଳ କୂଅ ପାଣି ପିଇ ଲୋକେ ଜଣ୍ଡିସ ରେ ଆକ୍ରାନ୍ତ ହେଉଛନ୍ତି , ଆତଙ୍କିତ ଅବସ୍ଥାରେ ଗ୍ରାମ ବାସୀ, ଗ୍ରାମର ୩୦ ରୁ ଉର୍ଦ୍ଧ୍ୱ ଜଣ୍ଡିସ ରୋଗର ଆକ୍ରାନ୍ତ ହୋଇ ଥିବା ଚିହ୍ନଟ ହୋଇ ଥିବା ବେଳେ, ଅଧିକ ରୁ ଅଧିକ ଅଳ୍ପ ବୟସ୍କ ଓ ସ୍କୁଲ ପିଲା ମାନେ ଆକ୍ରାନ୍ତ ହୋଇ ଥିବା ଜଣା ପଡିଛି । ଗ୍ରାମ ବାସୀ ଙ୍କ କହିବାନୁଯାୟୀ, ଗାଁ ମଝି ଦେବୀ ଦାଣ୍ଡରେ ଥିବା ନଳକୂଅ ପାଣି ଉପରେ ଗ୍ରାମର ଶହରୁ ଉର୍ଦ୍ଧ୍ବ ପରିବାର ପାନୀୟ ଜଳ ଉପରେ ନିର୍ଭର କରିଥାନ୍ତି । ଖବର ପାଇ ବଡଚଣା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ର ଏକ ମେଡିକାଲ ଟିମ୍ ଘଟଣା ସ୍ଥଳ ବୁଲି ଦେଖିବା ସହିତ ଲୋକ ମାନଙ୍କୁ ସଚେତନ କରିଥିବା ଦେଖିବାକୁ ମିଳିଛି ।
ତେବେ ମେଡିକାଲ ଟିମ୍ ଦୂଷିତ ନଳକୂଅ ପାଣିକୁ ପରୀକ୍ଷା ଲାଗି ନେଇ ଥିବା ବେଳେ, ମାରାତ୍ମକ ଜଣ୍ଡିସ ର ସଂକ୍ରମଣ ହେଉ ଥିବାରୁ ଉଦ୍ବେଗ ପ୍ରକାଶ କରିଛନ୍ତି ସ୍ଥାନୀୟ ସରପଞ୍ଚ ଜୟନ୍ତୀ ସ୍ୱାଇଁ । ବିଶେଷ ଭାବରେ ଗ୍ରାମବାସୀ ମାନେ ସଚେତନ ହେବା ସହିତ କିପରି ଜଣ୍ଡିସ ର ସଂକ୍ରମଣ କୁ ରୋକାଯାଇ ପାରିବ ସେ ସମ୍ପର୍କରେ ଟିମ୍ ସହିତ ଆଲୋଚନା କରିଥିଲେ । ତେବେ ଘଟଣା ସମ୍ପର୍କରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି କହିଥିଲେ ବଡଚଣା ମେଡିକାଲ ଅଧିକାରୀ ଅଶୋକ ମିଶ୍ର ।
ଉଲ୍ଲେଖ ଥାଉ କି, ଗ୍ରାମରେ ବାରମ୍ବାର ବର୍ଷା ଦିନ ଆସିଲେ ଲୋକମାନେ ଜଣ୍ଡିସ ରେ ଆକ୍ରାନ୍ତ ହେଉଛନ୍ତି,ଏହାର କାରଣ କଣ ? ଓ କାହିଁକି ନିରାକରଣ ଲାଗି ଉଚିତ୍ ପଦକ୍ଷେପ ନିଆଯାଉ ନାହିଁ , ବଡଚଣା ମେଡିକାଲ ଅଧିକାରୀ ଙ୍କ ଦୂର ଦୃଷ୍ଟି ର ଅଭାବ କାରଣରୁ ସାଧାରଣ ଲୋକେ ଏଭଳି ରୋଗର ଶିକାର ହେଉଛନ୍ତି ବୋଲି ଅଭିଯୋଗ ଆଣି ଛନ୍ତି ସମାଜସେବୀ ଅଶୋକ କୁମାର ବେହେରା । ତେବେ ଏହି ସଂକ୍ରମଣ କୁ ରୋକା ଯିବା ଲାଗି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗ୍ରାମବାସୀ ।
No Result
View All Result