
୧୩ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> ବାରଙ୍ଗ ତ୍ରିଶୁଳିଆ ରାସ୍ତାର ଫୁଲପୋଖରୀ ନିକଟରେ ଥିବା ମିଠା ଦୋକାନ ସମ୍ମୁଖରୁ ଦୁଇ ଜଣ ଚେନ ଲୁଟେରା ଦିନ ଦିପ୍ରହରେ ଜଣେ ମହାଳାଙ୍କ ବେକରୁ ସୁନାଚେନ ଲୁଟିନେଇ ତ୍ରିଶୁଳିଆ ଅଭିମୁଖେ ପଳାଇଥିଲେ । ଏନେଇ ଗୋଡିସାହି ଫାଣ୍ଡି ଅନ୍ତର୍ଗତ ନେତଲ ଗ୍ରାମର ସସ୍ମିତା ବେହେରା ନାମକ ଜଣେ ମହିଳା ଲୁଟର ଶୀକାର ହୋଇଛନ୍ତି ।

ସସ୍ମିତା ଏନେଇ ବାରଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସସ୍ମିତା ଶୁକ୍ରବାର ସକାଳ ସାଢ଼େ ଦଶଟା ସମୟରେ ବାରଙ୍ଗରୁ ତ୍ରିଶୁଳିଆ ଆଡ଼କୁ ନିଜ ସ୍କୁଟିରେ ଆସୁଥିଲା ବେଳେ ଦୁଇ ଜଣେ ଯୁବକ ଏକ ନାଲି ପଲସର ଗାଡ଼ିରେ ଆସି ତାଙ୍କ ବେକରୁ ସୁନା ଚେନ ଛିଡାଇ ନେଇ ପଳାଇଥିଲେ ।















