୧୨ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଶୁକ୍ରବାର ପୂର୍ବାହ୍ନରେ ମୁଖ୍ୟ ପ୍ରଶାସକ ଭାବେ ଡଃ ଅରବିନ୍ଦ ପାଢ଼ୀ ଯୋଗଦେଇଛନ୍ତି |ପ୍ରଥମେ ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିଥିଲେ ମୁଖ୍ୟ ପ୍ରଶାସକ,| ଏହି ଅବସରରେ ସେ ନୀତି କାନ୍ତି ସୂଚାର ରୂପେ ସମ୍ପାଦନାକୁ ନେଇ ସେବାୟତଙ୍କ ସହ ଆଲୋଚନା କରିଥିଲେ । ରଥ ଉପରେ ଆବଶ୍ୟକ ସଂଖ୍ୟା ଠାରୁ ଅଧିକ ସେବାୟତ ଯେପରି ନ ରୁହନ୍ତି ସେଥିନେଇ ଧ୍ୟାନ ଦେବା ସହ, ରଥ ଉପରକୁ ମୋବାଇଲ ଫୋନ୍ ନେବା ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବା ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ଏଥିରେ ଖିଲାପ ହେଲେ ସଂମ୍ପୃକ୍ତ ବ୍ୟକ୍ତି ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି।

ଡଃ ପାଢୀ କହିଛନ୍ତି, ରଥ ଉପରେ ମୋବାଇଲ ଫୋନ ବ୍ୟବହାର ନେଇ ନିଷେଧାଦେଶ ରହିଛି । ରଥଯାତ୍ରା ବ୍ୟବସ୍ଥାବଳୀରେ ଏହା ସ୍ପଷ୍ଟ ଉଲ୍ଲେଖ କରାଯାଇଛି । ହେଲେ ରଥ ଉପରକୁ ମୋବାଇଲ୍ ନିଆଯାଉଥିବା ପରିଲକ୍ଷିତ ହେଉଛି । ଏଭଳି ବିଶୃଙ୍ଖଳା ଆଚରଣ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ଯ ପ୍ରଶାସକ କହିଛନ୍ତି । ସେବା ସହ ଜଡ଼ିତ ନଥିଲେ ରଥ ଉପରକୁ କେହି ଯାଇ ପାରିବେନି। ଏଥିପାଇଁ ସେବାୟତମାନଙ୍କ ସହଯୋଗ କାମନା କରୁଛୁ। ଆମେ ଆଶା କରୁଛୁ ସେମାନେ ଆମକୁ ସହଯୋଗ କରିବେ। ଯାହାଦ୍ୱାରା ଆମ ସଂସ୍କୃତି ପ୍ରଚାର ପ୍ରସାର ପରିବର୍ତ୍ତେ ଯେପରି କୌଣସି ନିନ୍ଦା ଆସିବନି ବୋଲି ମୁଖ୍ଯ ପ୍ରଶାସକ ଅପିଲ କରିଛନ୍ତି ।















