୧୧ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଛତିଆ :-> ଛତିଆ ନିକଟସ୍ଥ ସମସରପୁର ପ୍ରାଥମିକ ବିଦ୍ୟାଳୟ ଠାରେ ଆଜି ଉଦୀୟମାନ ସବୁଜ ବାହିନୀ ପରିବେଶ ପରିକ୍ରମା ପକ୍ଷରୁ ଏକ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଛତିଆ ଗାନ୍ଧୀ ଆଶ୍ରମ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ଆଚାର୍ଯ୍ୟ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି କହିଲେ ବର୍ତ୍ତମାନ ସମୟରେ ବିଶ୍ବ ତାପାୟନର ଅନୀୟମିତତା ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଛି । ଏହାର ନିୟନ୍ତ୍ରଣ ଲାଗି ବ୍ୟାପକ ବୃକ୍ଷ ରୋପଣର ଆବଶ୍ୟକତା ରହିଛି ବୋଲି ବକ୍ତବ୍ୟ ଛଳରେ କହିଥିଲେ । ମୁଖ୍ୟ ଅତିଥି ମନୋଜ କୁମାର ସାମଲ କହିଲେ କି ଉଦୀୟମାନର ଏହି ମହତ ଜନହିତକର କାର୍ଯ୍ୟକୁ ଯେତେବି ପ୍ରସଂଶା କଲେ କମ ହେବ ।

ମୁଖ୍ୟ ବକ୍ତା ଡା କୈବଲ୍ୟ ମହାପାତ୍ର ଛାତ୍ରଛାତ୍ରୀ ମାନଙ୍କୁ ସମ୍ବନ୍ଧନ କରି କହିଲେ ଛାତ୍ରଛାତ୍ରୀ ହେଉଛନ୍ତି ଆଗାମୀ ଦିନର ଭବିଷ୍ୟତ । ଏମାନଙ୍କ ମଧ୍ୟରେ ଏ ସଚେତନତା ସୃଷ୍ଟି କରାଇ ପାରିଲେ ଆଗାମୀ ପିଢ଼ି ର ଭବିଷ୍ୟତଙ୍କ ଜୀବନ ଉଜ୍ଜ୍ୱଳମୟ ହେବ ବୋଲି ମତ ବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି କୈଳାସ ଚନ୍ଦ୍ର ସାମଲ କହିଲେ ବୃକ୍ଷ ବିନା ଏ ଜୀବ ଜଗତ ଅସମ୍ଭବ ତେଣୁ ବୃକ୍ଷ ରୋପଣର ନିହାତି କ୍ରମେ ଆବଶ୍ୟକତା ରହିଛି । ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ଅଭିରାମ ସ୍ବାଇଁ , ସ୍ବେଚ୍ଛାସେବୀ ମାନସୀ ଦାଶ ପ୍ରମୁଖ ଆଲୋଚନାରେ ଭାଗନେଇ ଛାତ୍ରଛାତ୍ରୀ ମାନଙ୍କୁ ପ୍ରେରଣା ଯୋଗାଇ ଥିଲେ ।

ଏହି ସଚେତନତା ସଭାକୁ ଶାଖା ସଂପାଦିକା ସସ୍ମିତା ମହାପାତ୍ର ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ପରିଚାଳିକା ବବିତା ସାମଲ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ଉଷା କାନ୍ତ ସାମଲ ଧନ୍ୟବାଦ ପ୍ରଦାନ କରିଥିଲେ ପରେ ପରେ ଅତିଥି ମାନଙ୍କ ସମେତ ସାମାଜିକ କର୍ମୀ ଜନ୍ମେଜୟ ସାମଲ , କିରଣ ବାଳା ସାମଲ , କନକଲତା ଶତପଥୀ , ନିର୍ଝରିଣୀ ପଣ୍ଡା , ଜୋସ୍ନା ରାଣୀ ରାଉଳ ,ନିର୍ମଳା ବିଶ୍ବାଳ ,ଅର୍ଣ୍ଣପୂର୍ଣ୍ଣା ରାଉଳ ପ୍ରମୁଖ ବିଦ୍ୟାଳୟ ପରିଶରରେ ବିଭିନ୍ନ ଫଳ ଫୁଲ ଔଷଧୀୟ ବୃକ୍ଷ ରୋପଣ କରିଥିଲେ ।