No Result
View All Result
୧୦ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ଜଳ ଯୋଗାଣର ସଠିକ ବିନିଯୋଗ କରିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଜାରୀ ରଖିଥିବା ବେଳେ ଏହାର ବ୍ୟତିକ୍ରମ ଘଟିଛି ବେଗୁନିଆ ସଦର ମହକୁମା ସ୍ଥିତ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ମଧ୍ୟବର୍ତ୍ତୀ ସ୍ଥାନରେ। ଗ୍ରାମକୁ ଜଳ ଯୋଗାଣ ପ୍ରକଳ୍ପ ମାଧ୍ୟମରେ ପାଣି ପାଇପ ବିଛାଯାଇ ବିଶୁଦ୍ଧ ପାନୀୟ ଜଳ ଜନ ସାଧାରଣଙ୍କୁ ଯୋଗାଇ ଦିଆଯାଉଛି ।

ଏହି ପାଣି ପାଇପ ଫାଟି ଯାଇଥିବାରୁ ଜଳ ଯୋଗାଣ ସମୟରେ ରାଜପଥ ଉପରେ ପାଣି ବହିବାରେ ଲାଗି ରହୁଛି। ଏହା ସମସ୍ତଙ୍କ ଦୃଷ୍ଟି ଗୋଚରରେ ଥିଲେ ମଧ୍ୟ କେହି ଏଥିପ୍ରତି କାହାର ନିଘା ନ ଥିବାର ଦେଖିବାକୁ ମିଳୁଛି।ଯାହାକି ଜଳ ଯୋଗାଣରେ ବ୍ୟାଘାତ ସୃଷ୍ଟି ହେବା ସହ ସ୍ଥାନୀୟ ଅଞ୍ଚଳରେ ଜନ ସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ବେଗୁନିଆ ଗ୍ରାମ୍ୟ ଜଳ ଯୋଗାଣ ଯନ୍ତ୍ରୀ ସରିତା ଦାଶଙ୍କୁ ପଚାରିବାର ରାଜପଥ ମଝି ସହିତ ସଂଯୋଗ ରହିଥିବାରୁ ମରାମତି କାର୍ଯ୍ୟ କରିବାକୁ କଥାବାର୍ତ୍ତା ଚାଲିଛି ବୋଲି କହିଛନ୍ତି।

No Result
View All Result