ରାଜନଗର, (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର :- ବିଶ୍ୱ ପ୍ରସିଦ୍ଧ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ । ଅଲିଭ୍ରିଡ୍ଲେ କଇଁଛର ଅନ୍ତୁଡିଶାଳ ଭାବରେ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରେ । ପ୍ରତିବର୍ଷ ବିରଳ ଅଲିଭରିଡଲେ କଇଁଛ ପ୍ରଶାନ୍ତ ମହାସାଗର, ଶ୍ରୀଲଙ୍କା ଓ ଜାଫନା ଉପକୂଳରୁ ହଜାର ହଜାର ସାମୁଦ୍ରିକ ନଟିକାଲ ମାଇଲ୍ ଅତିକ୍ରମ କରି ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟକୁ ନଭେମ୍ବରର ପ୍ରଥମ ସପ୍ତାହରୁ ଦ୍ୱିତୀୟ ସପ୍ତାହ ମଧ୍ୟରେ ଆସିଥାନ୍ତି । ଫେବୃୟାରୀ ମାସ ଶେଷ ସପ୍ତାହ ବେଳକୁ ଗହୀରମଥା ଉପକୂଳର ବାଲୁକା ରାଶିରେ ଅଣ୍ଡାଦେଇ ପୁନର୍ବାର ଫେରିଯାଇଥାନ୍ତି । ଚିଚିଂରୀ ମୁହାଣଠାରୁ ଗହୀରମଥା ଯାଏ ପ୍ରାୟ୨୦କି.ମି. ଉପକୂଳରେ ପ୍ରତିଦିନ ୧୦ ରୁ ୨୦ ମୃତ କଇଁଛଙ୍କ ଶବ ଲାଗୁଥିବା ଦେଖିବାକୁ ମିଳୁଛି । ଯାହାକି ପରିବେଶବିତ୍ମାନଙ୍କୁ ଚିନ୍ତାରେ ପକାଇଛି । ପ୍ରତିବର୍ଷ ଲକ୍ଷଲକ୍ଷ ସଂଖ୍ୟାରେ କଇଁଛ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟକୁ ଆସି ଅଣ୍ଡାଦେଇ ଫେରିଯାଇଥାନ୍ତି । ୨୦୧୯ ନଭେମ୍ବରରୁ ଏଯାବତ୍ ୩୨ଟି ଟ୍ରଲର, ୩ଟି ଟୁ- ସିଲିଣ୍ଡର ବୋଟ ଜବତ କରାଯିବା ସହ ୩ଶହ ଜଣ ମତ୍ସ୍ୟଜିବୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହା ସତ୍ୱେ ପ୍ରତିଦିନ କଇଁଛ ମରୁଛନ୍ତି କାହିଁକି ? ଏହି ବିରଳ ଅଲିଭରିଡଲେ କଇଁଛର ଅନ୍ତୁଡିଶାଳ ଭାବେ ସମଗ୍ର ବିଶ୍ୱରେ ପରିଚିତ ଗହୀରମଥାକୁ ୧୯୯୭ମସିହା ସେପ୍ଟେମ୍ବର୨୭ରେ ସାମୁଦ୍ରିକ ଅଭୟାରଣ୍ୟର ମାନ୍ୟତା ମିଳିଲା ା ଧାମରା ମୁହାଁଣଠାରୁ ମହାନଦୀ ମୁହାଁଣ ପର୍ଯ୍ୟନ୍ତ ଓ ଉପକୂଳରୁ ସମୁଦ୍ର ମଧ୍ୟକୁ ୨୦କି.ମି. ୧,୪୩୪ ବର୍ଗ କି.ମି. ଅଂଚଳକୁ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଭାବେ ଚିହ୍ନଟ କରାଯାଇଛି । ସାଧାରଣତଃ ଗହୀରମଥା ଅଭୟାରଣ୍ୟରେ ଅଲିଭରିଡଲେର ଉପସ୍ଥିତ ସମୟରେ ପ୍ରଚୁର ପରିମାଣରେ ମାଛ ଉପଲବ୍ଧ ହେଉଥିବାରୁ ମାଛ ମାଫିଆମାନେ ବନବିଭାଗର କଟକଣାକୁ ଖାତିର ନକରି ଟ୍ରଲରରେ ମାଛ ଧରିବା ବେଳେ ଟ୍ରଲର ମାଡରେ ଓ ଜାଲରେ ଛନ୍ଦିହୋଇ ଏହି ନିରୀହ ଅଲିଭରିଡଲେ କଇଁଛ ପ୍ରାଣ ହରାଉଛି । ପରିବେଶବିତ୍ମାନଙ୍କ ମତରେ ଟ୍ରଲରମାନଙ୍କୁ ବନବିଭାଗ ଧରିବା ପରେ ଓ ମତ୍ସ୍ୟଜିବୀମାନଙ୍କୁ ଧରି କୋର୍ଟ ଚାଲାଣ କରି କାମ ସାରିଦେଉଛି । ଟ୍ରଲର ମାଫିଆମାନେ ବନ୍ୟପ୍ରାଣୀ ଆଇନ୍ର ଫାଙ୍କ ଦେଇ ମତ୍ସ୍ୟଜିବୀ ଓ ଟ୍ରଲରକୁ ମୁକୁଳାଇ ନେଇଯାଉଛନ୍ତି । ପୁନର୍ବାର ସେହି ଟ୍ରଲରଗୁଡିକ ମଧ୍ୟ ମାଛ ଧରୁଛି ଓ କଇଁଛ ମାରୁଛି । ଏହାଛଡା ବନଭିଭାଗର କିଛି କର୍ମଚାରୀଙ୍କ ସହ ଟ୍ରଲର ମାଫିଆମାନେ ସେମାନଙ୍କ ସହିତ ଭିତିରି ସମ୍ପର୍କ ରଖି ମାଛ ମାରୂଛନ୍ତି ଓ ସେମାନଙ୍କ ଉପରେ ଚଢାଉ ପୂର୍ବରୁ ବନକର୍ମଚାରୀଙ୍କ ଦ୍ୱରା ଖବରପାଇ ଖସିଯାଉଛନ୍ତି । ଏନେଇ ଉଚ୍ଚ କର୍ତୁପକ୍ଷ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି । ନଳିନୀକାନ୍ତ କଲେଜ ପକ୍ଷରୁ ଜାତୀୟ ସେବା ଶିବିର ରାଜନଗର,୨୧ା୧୨; ରାଜନଗର ବ୍ଲକ ଚାନ୍ଦିବାଉଁଶମୂଳସ୍ଥିତ ନଳିନୀକାନ୍ତ ଜୁନିୟର କଲେଜ ପକ୍ଷରୁ ଜାତୀୟ ସେବା ଶିବିର ଉଦ୍ଘାଟିତ ହୋଇଯାଇଛି । ମହୁଲିଆ ପଚାଂୟତ ଚାରିପୋଖରିଆ ଗ୍ରାମରେ ଏହି ସେବା ଶିବିର ଶନିବାରଠାରୁ ଆରମ୍ଭ ହୋଇଛି ଆସନ୍ତା ୨୭ତାରିଖ ଯାଏ ଚାଲିବ । ଅନୁଷ୍ଠାନର ଅଧ୍ୟକ୍ଷ ବ୍ରହ୍ମାନନ୍ଦ ତ୍ରିପାଠି ଏହାକୁ ଉଦ୍ଘାଟନ କରିଥିଲେ । ପ୍ରୋଗ୍ରାମ ଅଫିସର ଅଧ୍ୟାପକ ବନଜା ପରିଡାଙ୍କ ସଂଯୋଜନାରେ ଏହି ଶିବିର ମାଧ୍ୟମରେ ଗାଁ ସଫେଇ, ସ୍ୱଛ ଭାରତ, ଗାଁ ପରିମଳ, ନାରୀ ନିର୍ଯ୍ୟାତନା ଓ ଯୈ÷ାତୁକ ପ୍ରଥା ଉଛେଦ ସଂପର୍କରେ ଲୋକମାନଙ୍କୁ ସଚେତନ କରାଯିବ ା ଏହି କାର୍ଯ୍ୟକ୍ରମରେ ୨୫ଜଣ ସ୍ୱେଛାସେବୀ ଅଂଶଗ୍ରହଣ କରିଛନ୍ତି ।