ଓଡିଶା ତାଜା ନ୍ୟୁଜ୍ (୦୯ ଅଗଷ୍ଟ ରବିବାର) ଯାଜପୁର ,ବରୀ :- ରାଜ୍ୟ ସରକାର ଙ୍କ “ଓଡ଼ିଶା ମୋ ପରିବାର – ଜୀବନ ବିନ୍ଦୁ” କାର୍ଯ୍ୟକ୍ରମର ଯାଜପୁର ଜିଲ୍ଲା ସଂଯୋଜକ ଭାବେ ସମାଜସେବୀ ଇଂ. ବିମଳ ଚନ୍ଦ୍ର ଦାସ ନିଯୁକ୍ତ ହୋଇଛନ୍ତି । “ଜୀବନ ବିନ୍ଦୁ” କାର୍ଯ୍ୟକ୍ରମର ରାଜ୍ୟ ଆବାହକ ଅରୂପ ପଟ୍ଟନାୟକ ରାଜ୍ୟ ର ମୋଟ ୩୨ ଜଣ ଜିଲ୍ଲା ସଂଯୋଜକ ମାନଙ୍କ ନାମ ବିଧିବଦ୍ଧ ଭାବରେ ଘୋଷଣା କରିବା ସହ ଆଗାମୀ ଦିନ ମାନଙ୍କରେ ରାଜ୍ୟରେ ରକ୍ତଦାନ ମହାସେବାକୁ ତ୍ୱରାନ୍ୱିତ କରିବା କ୍ଷେତ୍ର ରେ ସାଧାରଣ ଲୋକଙ୍କ ରକ୍ତ ଅଭାବକୁ ପୂରଣ କରି ସୁସ୍ଥ ନିରାମୟ ସମାଜ ଗଠନ କରିବା ଦିଗରେ କାର୍ଯ୍ୟ କରିବାକୁ ପ୍ରେରଣା ଦେଇଛନ୍ତି ।
ଇଂ. ଶ୍ରୀ ଦାସ ଙ୍କ ଘର ଯାଜପୁର ଜିଲ୍ଲା ବରୀ ବ୍ଲକ ଢିଅବାରୀଙ୍ଗି ଗ୍ରାମ ରେ ହୋଇଥିବା ବେଳେ ଏହି ପୂର୍ବରୁ ସେ ରାଜ୍ୟର ଅଗ୍ରଣୀ ସାମାଜିକ ସଂଗଠନ “ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ”, ଓଡ଼ିଶା (ବିସିଟି)ର ସଭାପତି ଭାବରେ ସମାଜସେବା କରିବା ସହ ବହୁତ୍ ଅନାଥ ଆଶ୍ରମ ରୁ ବୃଦ୍ଧା ଆଶ୍ରମ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ପହଞ୍ଚି ସେମାନଙ୍କ ସ୍ବଚ୍ଛତା ଉପରେ କାର୍ଯ୍ୟ କରୁଥିବା ନଜିର ରହିଛି । ମାତ୍ର ରକ୍ତଦାନ ଉପରେ ଗୁରୁତ୍ୱଦେଇ ଶ୍ରୀ ଦାସ ଅନେକ ଲୋକ ଙ୍କୁ ରକ୍ତ ଅଭାବ ରୁ ବଞ୍ଚିତ କରି ଆସୁଥିଲେ । ଏ ନେଇ ଇଂ. ଶ୍ରୀ ଦାସଙ୍କୁ ପଚାରିଲେ କହନ୍ତି ସେବାକୁ ବ୍ରତ ଭାବରେ ପାଳନ କରିବା ସହ ସମସ୍ତଙ୍କର ସହଯୋଗ କାମନା କରିବି ।
ଶ୍ରୀ ଦାସ ଜୀବନ ବିନ୍ଦୁ ଯାଜପୁର ଜିଲ୍ଲା ସଂଯୋଜକ ଭାବେ ନିଯୁକ୍ତି ହେବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ପ୍ରସଂଶା ସୁଅ ଛୁଟୁଛି । ଏଥିଲାଗି ଶ୍ରୀ ବିମଲ ଚନ୍ଦ୍ର ଦାସ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ,ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସ, ବରୀ ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ଓ ଯାଜପୁର ଜିଲ୍ଲାର ଅନ୍ୟ ବିଧାୟକ ମାନଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି । ଆଜି ତାଙ୍କ ବାସଭବନ ରେ ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ ର ସଦସ୍ୟ ମାନେ ପହଞ୍ଚି ପୁଷ୍ପ ଗୁଚ୍ଛ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ । (ରିପୋର୍ଟ-ସ୍ବୟଂ ପ୍ରକାଶ ଦାସ)