No Result
View All Result
୦୯ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :-> ମଙ୍ଗଳବାର ଦିନ ଆର, ଉଦୟଗିରି ବ୍ଲକର ସରକାରୀ ଉଚ୍ଚ ବିଦ୍ୟାଳୟ ଛେଳିଗଡ଼ ଠାରେ ଓସେପା ପ୍ରାୟୋଜିତ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ତରଫରୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦେଶ କ୍ରମେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଆମ୍ପୁଲ ରବି କୁମାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା ସ୍ତରୀୟ ବିଜ୍ଞାନ ଭିତିକ ସାଧାରଣ ଜ୍ଞାନ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରତ୍ୟେକ ବ୍ଲକରୁ ପ୍ରାୟ 150 ଜଣ ଛାତ୍ର ଅଂଶ ଗ୍ରହଣ କରିଥିଲେ |

ବରିଷ୍ଠ ବିଭାଗରେ 82 ଜଣ ଓ କନିଷ୍ଠ ବିଭାଗରେ 68 ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ | ବରିଷ୍ଠ ବିଭାଗରେ ସରକାରୀ ଉଚ୍ଚ ବିଦ୍ୟାଳୟ ରା ଉଦୟଗିରିର ବୈଶାଙ୍ଗ ମଣ୍ଡଳ ପ୍ରଥମ ଏବଂ କନିଷ୍ଠ ବିଭାଗରେ ସରକାରୀ ଉଚ୍ଚ ବିଦ୍ୟାଳୟ ଜିରାଙ୍ଗର ସୁଧାକର କାର୍ଜୀ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲାରୁ ରାଜ୍ୟ ସ୍ତରକୁ ମନୋନୀତ ହୋଇଛନ୍ତି | ଏହି ପ୍ରତିଯୋଗିତାରେ ବିଚାରକ ଭାବେ ସରକାରୀ ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ ରାମଗିରିର ଅଧ୍ୟାପକ ଭି ଗିରିବାବୁ,

ସନ୍ତୋଷ କୁମାର ଗୌଡ଼ ଓ ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟାପିକା ଦୀପିକା ପ୍ରିୟଦର୍ଶନୀ, ମନସ୍ବିନୀ ପଣ୍ଡା ଯୋଗ ଦେଇଥିଲେ | ରା ଉଦୟଗିରି ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ବୀରେନ୍ଦ୍ର କୁମାର ମଣ୍ଡଳ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ | ପ୍ରଧାନ ଶିକ୍ଷକ ଶ୍ରୀ ବନମାଳୀ ବଡରଇତ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀବୃନ୍ଦ ସହଯୋଗ କରିଥିଲେ | ରାଜ୍ୟ ପୁରସ୍କୃତ ଶିକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ସାହୁ ମଞ୍ଚ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ |

No Result
View All Result