No Result
View All Result
୦୯ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବଡଚଣା :-> ବଡଚଣା ବ୍ଲକ ଅନ୍ତର୍ଗତ ସମିଆ ପଞ୍ଚାୟତ ର ସାତମାଣ ଗ୍ରାମ ୫୦ ରୁ ଉର୍ଦ୍ଧ ମହିଳା ମାନଙ୍କ ଆକାଉଣ୍ଟ ରୁ ପ୍ରାୟ ୫୦ ଲକ୍ଷ ଟଙ୍କା ରୁ ଉର୍ଦ୍ଧ ଲୁଟ୍ କରି ଫେରାର୍ ହୋଇଯାଇଛି ଜଣେ ଯୁବକ। ସୂଚନା ଅନୁଯାୟୀ ବୈରୀ ଥାନା ଅଧିନସ୍ଥ ସାତମାଣ ଗ୍ରାମ ର ୫୪ ଜଣ ନୀରିହ ଆଦିବାସୀ ମହିଳା ମାନଙ୍କ ଠାରୁ ମିଛ ପ୍ରତିଶ୍ରୁତି ଟଙ୍କା ର ଲୋଭ ଦେଖାଇ ଉକ୍ତ ଗ୍ରାମ ର( ବୁଲା ସାମଲ) ଏକ ମାଇକ୍ରୋ ଫାଇନାନ୍ସ କମ୍ପାନୀ ରୁ ଲୋନ୍ କରାଇଦେବା ପାଇଁ ସେମାନଙ୍କ ଠାରୁ ବିଭିନ୍ନ କାଗଜ ରେ ଚତୁରତା ସହ ଟିପ୍ପ ଓ ଦସ୍ତଖତ ନେଇ ଫାଇନାନ୍ସ ସଂସ୍ଥାରୁ ୪୦ ହଜାର ଲେଖା ଉକ୍ତ ମହିଳା ମାନଙ୍କ ଆକାଉଣ୍ଟ ଆଣିଥିଲେ।
ସମୟାନୁକ୍ରମେ ସେମାନଙ୍କୁ ପ୍ରଲୋଭନ ଦେଖାଇ କହିଲା ଏହି ଟଙ୍କା ଲୋନ୍ ଦେଇଥିବା କମ୍ପାନୀକୁ ଫେରାଇ ଦେବା ଉକ୍ତ ସଂସ୍ଥା ଏକ ଲକ୍ଷ ଟଙ୍କା ଲୋନ୍ ଦେବ କହି ସେମାନଙ୍କୁ ବିଭିନ୍ନ ଜନସେବା କେନ୍ଦ୍ରକୁ ନେଇ ସେମାନଙ୍କ ଠାରୁ ଟିପ ଓ ନେଇ ଟଙ୍କା ଉଠାଇ ନେଇ ଫେରାର୍ ହୋଇଯାଇଥିବା ଜଣାପଡିଛି। କିଛି ଦିନ ପରେ ସଂସ୍ଥାର କର୍ମଚାରୀ ମାନେ ମହିଳା ମାନଙ୍କ ଘରେ ପହଞ୍ଚି ଆପଣ ନାଁରେ ଲୋନ୍ ଅଛି କିସ୍ତି ଟଙ୍କା ଦେବା ପାଇଁ କହିଥିଲେ। ଲୋନ୍ ବିଷୟରେ ଆମେ କିଛି ଜାଣି ନାହୁଁ କି କିସ୍ତି ଟଙ୍କା ଦେବୁ ନାହିଁ କହିବାରୁ ସଂସ୍ଥାର କର୍ମଚାରୀ ମାନେ ଜୁଲମ୍ କରୁଥିବା ଅଭିଯୋଗ ଆଣିଛନ୍ତି ନୀରିହ ଆଦିବାସୀ ମହିଳା ମାନେ।
ଏ ସମ୍ପର୍କରେ ଜୁନ୍ ୧୬ ତାରିଖ ରେ ବୈରୀ ଥାନା ରେ ଲିଖିତ ଅଭିଯୋଗ କରିଥିଲେ ଉକ୍ତ ମହିଳା ମାନେ। ସେଇପରି ପଡ଼ୋଶୀ ଗ୍ରାମ ଟାଙ୍ଗୀ ଥାନା ଅନ୍ତର୍ଗତ ଡାହାଣୀ ଗଡ଼ିଆ ରୁ କିଛି ମହିଳା ଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ଥିବା ମଧ୍ଯ ଟାଙ୍ଗୀ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି। ଏ ପର୍ଯ୍ୟନ୍ତ ଉକ୍ତ ଯୁବକକୁ ଧରିବାରେ ପୋଲିସ୍ ସକ୍ଷମ ହୋଇପାରିନାହିଁ।ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ନାୟ ପ୍ରଦାନ ପାଇଁ ଦାବି କରିଛନ୍ତି ଆଦିବାସୀ ମହିଳା ମାନେ।
No Result
View All Result