• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଶ୍ରୀ ଗୁଣ୍ଡିଚା ରେ ଗଡିଲାନି ରଥ : ଶହଶହ ବର୍ଷର ପରମ୍ପାରା ଭାଙ୍ଗିଲା – ପୁରୀ ରାଘବଦାସ ମଠରୁ ଆସିଲା ଭୋଗ

Proprietor Abhimanyu Maharana by Proprietor Abhimanyu Maharana
July 8, 2024
in ଓଡ଼ିଶା, ନୟାଗଡ଼ ନିଉଜ୍, ମନୋରଞ୍ଜନ, ହୋମ୍
0
ଶ୍ରୀ ଗୁଣ୍ଡିଚା ରେ ଗଡିଲାନି ରଥ : ଶହଶହ ବର୍ଷର ପରମ୍ପାରା ଭାଙ୍ଗିଲା – ପୁରୀ ରାଘବଦାସ ମଠରୁ ଆସିଲା ଭୋଗ
Share on FacebookShare on TwitterWhatsapp

ଶହ ଶହ ବର୍ଷର ପରମ୍ପରା ଭଙ୍ଗ ହୋଇଥିବା ନେଇ ସାଧାରଣରେ ଚର୍ଚ୍ଚା

ଶ୍ରୀ ଜୀଉଙ୍କ ପାଇଁ ବିଭିନ୍ନ ଜିନିଷ ରାଘବଦାସ ମଠ ଯୋଗାଉ ଥିବା ବେଳେ ଶହ ଶହ ବର୍ଷର ପରମ୍ପରା ଅନୁଯାୟୀ ଆଜି ରାଘବଦାସ ମଠ ତରଫରୁ ତିନି ବୋଝ ଭୋଗ ରଣପୁର ଜଗନ୍ନାଥ ମନ୍ଦିରକୁ ଆସିଥିଲା

୭ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର  :->  ଓଡିଶାର ଦ୍ୱିତୀୟ ଶ୍ରୀ କ୍ଷେତ୍ର ଭାବେ ପରିଚିତ ରଣପୁର ଗୁଣ୍ଡିଚା ରଥଯାତ୍ରାରେ ଆଜି ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି । ମାଦଳା ପାଞି ଓ କିମ୍ବଦନ୍ତି ଅନୁଯାଇ ପୁରୀର ଷୋଳ କଳାରୁ ରଣପୁରରେ ଗୋଟିଏ କଳା ରହିଛି । ପୁରୀରେ ଠାକୁରଙ୍କୁ ଦର୍ଶନ କଲେ ଯେଉଁ ପୁଣ୍ୟ ମିଳେ ରଣପୁରରେ ଠାକୁରଙ୍କୁ ଦର୍ଶନକଲେ ସେହି ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଥିବାରୁ ଏଠାରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଲକ୍ଷାଧିକ ଭକ୍ତ ସମାଗମ ହୋଇଥିଲା । ଶ୍ରୀ ଗୁଣ୍ଡିଚାରେ ଗୋଟିଏ ଦିନରେ ନବଯୌବନ ଦର୍ଶନ ପଡିଥିଲା ।

ସେଥିପାଇଁ ରଥ ରେ ନେତ ଲାଗିବା ବକି ରହିଥିଲା । ଆଜି ସକାଳୁ ଶ୍ରୀ ଜୀଉଙ୍କର ନେତ୍ର ଉତ୍ସବ ପରେ ଶହ ଶହ ଭକ୍ତ ନବଯୌବନ ଦର୍ଶନ କରିଥିଲେ । ପରେ ୩ ରଥରେ ନେତ ବନ୍ଧା ଯାଇଥିଲା । ଏହା ପରେ ଶ୍ରୀ ଜୀଉଙ୍କୁ ଛେନାପଟା କରାଯାଇଥିଲା । ଆଜି ସକାଳୁ ରଣପୁରରେ ପାଗ ଖରା ସାଙ୍ଗକୁ ଅସହ୍ୟ ଗରମ ଗୁଳୁଗୁଳି ଅନୁଭୁତି ହୋଇଥିଲା । କିନ୍ତୁ ମଧ୍ୟାହ୍ନରେ ବର୍ଷା ଲାଗି ରହିଥିଲା । ଯାହା ଫଳରେ ଠାକୁରଙ୍କର ନୀତି ବିଳମ୍ବିତ ହୋଇଥିଲା । ନୟାଗଡ ଜିଲ୍ଲା ପୂର୍ବତନ ଖାଉଟି ଫୋରମ ଅଧ୍ୟକ୍ଷ ନାରାୟଣ ମହାପାତ୍ର ତିନି ରଥର ପ୍ରତିଷ୍ଠା କରିଥିଲେ ।

ପୁରୀ ମନ୍ଦିରକୁ ଶ୍ରୀ ଜୀଉଙ୍କ ପାଇଁ ବିଭିନ୍ନ ଜିନିଷ ରାଘବଦାସ ମଠ ଯୋଗାଉ ଥିବା ବେଳେ ଶହ ଶହ ବର୍ଷର ପରମ୍ପରା ଅନୁଯାୟୀ ଆଜି ରାଘବଦାସ ମଠ ତରଫରୁ ତିନି ବୋଝ ଭୋଗ ରଣପୁର ଜଗନ୍ନାଥ ମନ୍ଦିରକୁ ଆସିଥିଲା । ଅପରାହ୍ଣରେ ରଣପୁର ବଡଦାଣ୍ଡ ଭକ୍ତମୟ ହୋଇଯାଇଥିଲା । ଘଂଟ, ଘଂଟା , ମାଦଳ, ଢୋଲ ଓ ହରିବୋଲ ହୁଳହୁଳିରେ ଓ ପାରମ୍ପାରିକ ଓଡିଶୀ ନୃତ୍ୟ ରେ ଜଗନ୍ନାଥ ମନ୍ଦିର ପରିସର ଭକ୍ତମୟ ହୋଇ ଯାଇଥିଲା । ଅପରାହ୍ନ ୩.୧୫ ରେ ପ୍ରଥମେ ଘରବାହୁ ଠାକୁରଙ୍କୁ ପହଣ୍ଡି କରାଯାଇଥିଲା ।

ପରେ ସୁଦର୍ଶନଙ୍କୁ ରଥାରୁଢ କରାଯାଇଥିଲା । କିନ୍ତୁ ମଧ୍ୟହ୍ନ ରେ ବର୍ଷା ହୋଇଥିଲେ ମଧ୍ୟ ଠାକୁର ପହଣ୍ଡି ବେଳକୁ ଖରା ହୋଇଥିଲା । ପ୍ରବଳ ଗୁଳୁମୁଳି ହେଉଥିଲେ ମଧ୍ୟ ସେଥିପ୍ରତି ଖାତିରି ନ କରି ହଜାର ହଜାର ଭକ୍ତ ମନ୍ଦିର ସମ୍ମୁଖରେ ଶ୍ରୀ ଜୀଉଙ୍କ ପହଣ୍ଡି ଦେଖିବାପାଇଁ ରୁଣ୍ଡ ହୋଇଥିଲେ । ଅପରାହନ୍ନ ୩.୪୫ ରେ ରେ ତିନି ଠାକୁରଙ୍କୁ ଧାଡି ପହଂଡି କରା ଯାଇଥିଲା । ଶ୍ରୀ ଜୀଉଙ୍କ ପହଣ୍ଡି ବେଳେ ମହିଳା ଓ ପୁରୁଷଙ୍କ ହୁଳହୁଳି ଓ ହରିବୋଲରେ ଏକ ଭକ୍ତିମୟ ପରିବେଷ ସୃଷ୍ଟି ହୋଇଥିଲା ।

ଠାକୁର ପହଣ୍ଡି ବେଳେ ଓଡିଶୀ ନୃତ୍ୟ ଭକ୍ତମାନଙ୍କୁ ବେଶ ଆକର୍ଷିତ କରିଥିଲା । ଅପରାହ୍ନ ୫ ଟାରେ ତିନି ଠାକୁରଙ୍କୁ ରଥାରୁଢ କରାଯାଇଥିଲା । ସନ୍ଧ୍ୟା ୬ ଟାରେ ରଣପୁର ରାଜା ଦିଲିପ ଚନ୍ଦ୍ର ସିଂହଦେଓ ରାଜପୁରହିତଙ୍କ ସହ ଏକ ସୁସଜ୍ଜିତ ବିମାନରେ ଆସି ରୂପା ଖଡିକାରେ ତିନି ରଥରେ ଛେରା ପହଁରା କରିଥିଲେ । କିନ୍ତୁ ଛେରା ପହଁରା ଚାଲିଥିବା ବେଳେ ତିନି ରଥରେ ଲୋକମାନେ ମନ ଇଛା ଚଢୁଥିବା ଦେଖିବାକୁ ମିଳିଥିଲା । କିଛି କାର୍ଯ୍ୟ ବିଳମ୍ବ ହେବାରୁ ରଥ ଟଣା ହୋଇ ପାରି ନ ଥିଲା ।

ରଣପୁର ରଥଯାତ୍ରାରେ ପ୍ରତିବର୍ଷ ଗୁଣ୍ଡିଚାରେ ବଳଭଦ୍ରଙ୍କ ରଥ ଟଣା ହୋଇଥାଏ, କିନ୍ତୁ ଚଳିତ ବର୍ଷ ଶ୍ରୀ ଗୁଣ୍ଡିଚାରେ ରଥ ଟଣା ନ ହୋଇ ତିନି ରଥ ଜଗନ୍ନାଥ ମନ୍ଦିର ନିକଟ ରଥ ପଡିଆରେ ଅଟକି ରହିଛି । ଯାହା ଫଳରେ ଶହ ଶହ ବର୍ଷର ପରମ୍ପରା ଭଙ୍ଗ ହୋଇଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି ଏବଂ ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ଆଜି ସ୍ଥାନୀୟ ଦୁର୍ଗା ମଣ୍ଡପ ଉପରେ ନାରାୟଣ ମହାପାତ୍ର , ସୁଦର୍ଶନ ବେହେରା, ଡଃ ପ୍ରଶାନ୍ତ ମିଶ୍ର , ବିରଂଚି ତ୍ରିପାଠି,

ଡଃ କଳ୍ପନା ରଥ, ବାଳକୃଷ୍ଣ ମିଶ୍ର, କିଶୋର ଭଞ୍ଜ, ପ୍ରଭାସ ରଞ୍ଜନ ମହାପାତ୍ର ଗୁଣ୍ଡିଚା ଯାତ୍ରାର ଧାରା ବିବରଣୀ ବର୍ଣ୍ଣନା କରିଥିଲେ । ରଣପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ତରଫରୁ ଭକ୍ତମାନଙ୍କୁ ଦହି ପଣା ବଂଟନ କରାଯାଇଥିଲା ।

ଏଠାରେ ସୁଚନା ଯୋଗ୍ୟ ୧୯୬୩ ମସିହାରେ ତତ୍‌କାଳିନ ରଣପୁର ରାଜା ଉଦ୍ଧବ ନରେନ୍ଦ୍ର ପୁରି ଜଗନ୍ନାଥ ମନ୍ଦିରର କଳ୍ପବଟ ମୁଳେ ଅଧିଆ ପଡି ଜଗନ୍ନାଥଙ୍କ କୃପା ଲାଭ କରିବା ପରେ ରଣପୁରରେ ମନ୍ଦିର ନିର୍ମାଣ କରିଥିଲେ । ପରେ ୧୭୫୪ ମସିହାରେ ସାରଙ୍ଗଧର ନରେନ୍ଦ୍ର ଚତୁର୍ଦ୍ଧା ମୂର୍ତି ପ୍ରତିଷ୍ଠା କରିବା ସହ ରଣପୁରରେ ରଥ ଯାତ୍ରା ଆରମ୍ବ କରିଥିଲେ । ସେହିଦିନ ଠାରୁ ରଣପୁରରେ ରଥ ଯାତ୍ରା ପାଳିତ ହୋଇ ଆସୁଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

May 2, 2026
ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

May 2, 2026
କାଳବୈଶାଖୀର କରାଳ ରୂପ : ପ୍ରବଳ ଝଡ଼ ତୋଫାନ ସହ ବର୍ଷା : ବିଦ୍ୟୁତ ସେବା ବିଛିନ୍ନ – ବ୍ୟାପକ କ୍ଷୟକ୍ଷତି

କାଳବୈଶାଖୀର କରାଳ ରୂପ : ପ୍ରବଳ ଝଡ଼ ତୋଫାନ ସହ ବର୍ଷା : ବିଦ୍ୟୁତ ସେବା ବିଛିନ୍ନ – ବ୍ୟାପକ କ୍ଷୟକ୍ଷତି

May 2, 2026
ନୟାଗଡ, ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬

ନୟାଗଡ, ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬

May 2, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

May 2, 2026
ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

May 2, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version