୭ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> ସିଏମସି ୫୮ ନମ୍ବର ୱ।ର୍ଡ଼ ତେଲଙ୍ଗାପେଣ୍ଠ ନିକଟସ୍ଥ ନୂଆଗଡ଼ ଗ୍ରାମର ୧୬ ଜାତୀୟ ରାଜପଥ କଡ଼ରେ ଥିବା ସାଇ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପକ୍ଷରୁ ରବିବାର ଦିନ ରଥଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ସୁଦର୍ଶନ ଏବଂ ପରେ ଜଗନ୍ନାଥଙ୍କୁ ପହଣ୍ଡି ବିଜେ କରି ରଥାରୁଢ଼ କରାଯାଇଥିଲା ।

ଚଳିତ ବର୍ଷ ଠାକୁର ରାଜା ପ୍ରତିଶ ଭବାନୀ ପତି ରଥରେ ଛେରାପହଁରା କରିଥିଲେ । ଛେରାପହଁରା ପରେ ଜଗନ୍ନାଥଙ୍କ ରଥ ଟଣା ନୂଆଗଡ଼ ଡେଲଟା ଗଡାରୁ ଆରମ୍ଭ ହୋଇ ତେଲଙ୍ଗାପେଣ୍ଠ ସ୍ଥିତ ମାଉସୀ ମା ମନ୍ଦିରରେ ପହଞ୍ଚିଥିଲା । ବାଜା ଘଣ୍ଟ ,ଖୋଳ ବଜାଇ ରଥକୁ ଶ୍ରଦ୍ଧାଳୁ ମାନେ ଟାଣି ନେଇଥିଲେ । ଏହି ରଥ ଯାତ୍ରା ଦେଖିବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା । ନୂଆଗଡ଼ ଗ୍ରାମରବାସୀ ଏବଂ ରଥ ପରିଚାଳନା କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।
















