• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ବିଜେଡି କଳାସଂସ୍କୃତି ଓ ମାନବ ସମ୍ବଳ ବିକାଶ ଶାଖା ପକ୍ଷରୁ ଜାତୀୟ ଶିକ୍ଷାନୀତି-୨୦୨୦ ସମ୍ପର୍କିତ ଭର୍ଚୁଆଲ ଆଲୋଚନାଚକ୍ର

Proprietor Abhimanyu Maharana by Proprietor Abhimanyu Maharana
August 8, 2020
in Uncategorized, ଓଡ଼ିଶା, ଶିକ୍ଷା ଓ ନିଯୁକ୍ତି, ହୋମ୍
0
ବିଜେଡି କଳାସଂସ୍କୃତି ଓ ମାନବ ସମ୍ବଳ ବିକାଶ ଶାଖା ପକ୍ଷରୁ ଜାତୀୟ ଶିକ୍ଷାନୀତି-୨୦୨୦ ସମ୍ପର୍କିତ ଭର୍ଚୁଆଲ ଆଲୋଚନାଚକ୍ର
Share on FacebookShare on TwitterWhatsapp

ଓଡିଶା ତାଜା ନ୍ୟୁଜ୍ (୦୮ ଅଗଷ୍ଟ ଶନିବାର) ଭୁବନେଶ୍ୱର :– ସଂପ୍ରତି କେନ୍ଦ୍ର ସରକାରଙ୍କ ଦ୍ୱାରା ଜାତୀୟ ଶିକ୍ଷାନୀତି –୨୦୨୦ଘୋଷଣା କରାଯାଇଥିବା ପରିପ୍ରେକ୍ଷୀରେ ଏହା କିପରି ଭାବରେ ସମଗ୍ର ଭାରତବର୍ଷ ତଥା ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଆଗକୁ ନେଇପାରିବ ସେ ସମ୍ପର୍କରେ ବିଶଦ ତର୍ଜମାର ଆବଶ୍ୟକତା ରହିଛି । ନୂତନ ଶିକ୍ଷାନୀତିର ସକାରାତ୍ମକ ଓ ନକରାତ୍ମକ ଦିଗ ଉପରେ ଆଲୋକପାତ କରାଯିବା ସହିତ ଓଡିଶାର ଭୌଗୋଳିକ, ସମାଜିକ ଓ ଅର୍ଥନୈତିକ ସ୍ଥିତିରେ ଏହାର କି ପ୍ରକାର ପ୍ରଭାବ ରହିବ ସେ ସମ୍ପର୍କରେ ଅନୁଧ୍ୟାନ କରାଯିବା ଦରକାର । ଓଡିଶାର ଗ୍ରାମାଂଚଳ ତଥା ଅନୁସୂଚିତ ଜାତି ଓ ଜନଜାତି, ପଛୁଆବର୍ଗ ଛାତ୍ର ଛାତ୍ରୀଙ୍କୁ ଏହା କିପରି ପ୍ରଭାବିତ କରିବ ସେ ସମ୍ପର୍କରେ ସବିଶେଷ ଆଲୋଚନା କରାଯିବାର ଆବଶ୍ୟକତା ରହିଥିବା ଦୃଷ୍ଟିରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜୁ ଜନତା ଦଳର କଳା, ସଂସ୍କୃତି ଓ ମାନବ ସମ୍ବଳ ଶାଖା ପକ୍ଷରୁ ଜାତୀୟ ଶିକ୍ଷାନୀତି ୨୦୨୦ ସମ୍ବନ୍ଧିତ ଦୁଇଟି ଆଲୋଚନାଚକ୍ର ଆଜି ଭର୍ଚୁଆଲ ବୈଠକ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା । ଆଜି ପୂର୍ବାହ୍ନରେ ଆଲୋଚନା ଚକ୍ରର ପ୍ରଥମ ଅଧିବେଶନ ଶିକ୍ଷା ଉଦ୍ୟୋଗୀମାନଙ୍କ ସହିତ ଅନୁଷ୍ଠିତ ହୋଇଥିବା ବେଳେ ଅପରାହ୍ନରେ ଦ୍ୱିତୀୟ ଅଧିବେଶନ ରାଜ୍ୟର ବିଭିନ୍ନ ଶିକ୍ଷକ ଓ ଶିକ୍ଷକ ସଂଗଠନ ମାନଙ୍କ ସହିତ ଅନୁଷ୍ଠିିତ ହୋଇଥିଲା ।

ନୂତନ ଶିକ୍ଷାନୀତି ରାଜ୍ୟର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନିର୍ମାଣ ଓ ଅଭିଭାବକମାନଙ୍କ ସ୍ୱାର୍ଥର ସୁରକ୍ଷା ସମ୍ବଳିତ ହୋଇଥିବାରୁ ପ୍ରତ୍ୟେକ ସ୍ତରରେ ଆଲୋଚନା କରାଯାଇ ସୁଚିନ୍ତିତ ପରାମର୍ଶ ତଥା ଦିଗଦର୍ଶନ ରାଜ୍ୟ ସରକାରଙ୍କୁ ଦିଆଯିବ ବୋଲି ଆୟୋଜକମାନେ କହିଥିଲେ । ପ୍ରଥମ ଅଧିବେଶନରେ କଳା, ସଂସ୍କୃତି ଓ ମାନବ ସମ୍ବଳ ବିକାଶ ଶାଖାର ଅଧ୍ୟକ୍ଷ ଶ୍ରୀ ସୌମ୍ୟ ରଞ୍ଜନ ପଟ୍ଟନାୟକ ପ୍ରାରମ୍ଭିକ ମନ୍ତବ୍ୟ ଦେବା ଅବସରରେ ଏପରି ଆଲୋଚନା ଚକ୍ର ଆୟୋଜନର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ । ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଶ୍ରୀ ଜନ୍ମେଜୟ ଲେଙ୍କା ସ୍ୱାଗତ ଅଭିଭାଷଣ ଦେବା ପରେ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଡଃ ଅରୁଣ କୁମାର ସାହୁ ବକ୍ତବ୍ୟ ପ୍ରଦାନ କରିବା ଅବସରରେ ଜାତୀୟ ଶିକ୍ଷାନୀତି ୨୦୨୦ସମ୍ପର୍କରେ ରାଜ୍ୟର ସବୁ ବର୍ଗର ମତାମତ ସଂଗ୍ରହ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡଃ ଅଶୋକ ଦାସ, ନିର୍ବାଚନ ଆୟୋଗର ଉପଦେଷ୍ଟା ଡଃ ଭଗବାନ ପ୍ରକାଶ ଭିତି ପ୍ରବନ୍ଧ ପାଠ କରିବା ସହ ଜାତୀୟ ଶିକ୍ଷାନୀତିର ବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରିଥିଲେ ।

ଏହି ଆଲୋଚନାଚକ୍ରରେ ଡଃ ବିଜୟ ସାହୁ, ମୁରଲୀ କ୍ରିଷ୍ଣନ, ଅମ୍ବରିଶ୍ ଦାସ, ଡଃ ଅଭିରାମ ବିଶ୍ୱାଳ, ଅଜୟ ବାହାଦୁର ସିଂହ, ବିପ୍ଳବ ବୁଗୁଡାୟି, ସୁଧାଂଶୁ ପଣ୍ଡା, ଆନନ୍ଦ ଅଗ୍ରୱାଲ , ଦେବସ୍ମିତା ସାହୁ, ରବିନ୍ଦ୍ର ସେଠୀ ଓ ଡଃ ରାଜେନ୍ଦ୍ର ସାହୁ ପ୍ରମୁଖ ଭାଗନେଇଥିଲେ । ଅପରାହ୍ନର ଦ୍ୱିତୀୟ ଅଧିବେଶନରେ ସାରା ରାଜ୍ୟରୁ ୫୦୦ ଜଣ ଶିକ୍ଷକ , ଶିକ୍ଷାବିତ ଏବଂ ଶିକ୍ଷା ସଂଗଠନର କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ ଏବଂ ଏହା ଦୀର୍ଘ ୨ ଘଣ୍ଟା ୩୦ ମିନିଟ ପର୍ଯ୍ୟନ୍ତ ଚାଲିଥିଲା । ଅଧିବେଶନକୁ ପରିଚାଳନାକରି ମନ୍ତ୍ରୀ ଡଃ ସାହୁ ଜାତୀୟ ଶିକ୍ଷାନୀତିର ଉଦ୍ଦେଶ୍ୟ କେତେଦୂର ଫଳପଦ ହେବ ଏବଂ ଓଡିଶା ପରିପ୍ରେକ୍ଷୀରେ ଏହା କେତେଦୂର ପ୍ରଯୁଯ୍ୟ ସେ ସମ୍ପର୍କରେ ଆଲୋଚନା କରି ଯଦି ଏଥିରେ କୌଣସି ତ୍ରୁଟି ବିଚ୍ୟୁତି ପରିଲକ୍ଷିତ ହୁଏ ତେବେ ସେ ସମ୍ପର୍କରେ ରାଜ୍ୟ ସରକାର ତଥା କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଥିଲେ । ଅଧିବେଶନରେ ଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରାରମ୍ଭିକ ମନ୍ତବ୍ୟ ପ୍ରଦାନ କରିଥିବା ବେଳେ ଉପମୁଖ୍ୟ ସଚେତକ ତଥା ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଶ୍ରୀ ରୋହିତ ପୂଜାରୀ ସ୍ୱାଗତ ଅଭିଭାଷଣ ଦେଇଥିଲେ ।

ଏଥିରେ ପୁର୍ବତନ କୁଳପତି ଡଃ ଆଦିତ୍ୟ ପାଢି ଏବଂ ସାଇ ଇଂଟରନାସନାଲର ପ୍ରତିଷ୍ଠାତା ଡଃ. ବିଜୟ ସାହୁ ଭିତି ପ୍ରବନ୍ଧ ଉପସ୍ଥାପନା କରିଥିଲେ । ଖୋଲା ଆଲୋଚନାଚକ୍ରରେ ବିଭିନ୍ନ ଶିକ୍ଷକ ସଂଗଠନ ପକ୍ଷରୁ ହୃଦାନ୍‌ନ୍ଦ ଦ୍ୱିବେଦୀ, ପବିତ୍ର ମାହାଲା, ଗୋଲକ ନାୟକ, ପ୍ରକାଶ ମହାନ୍ତି, ମାନସ ବେହେରା, ରାଜେଶ ମହାନ୍ତି, ବିନୋଦ ବିହାରୀ ପାଣିଗ୍ରାହୀ, ଅମୀୟ ମହାନ୍ତି, ବିଜୟ ମିଶ୍ର ପ୍ରମୁଖ ଅଂଶଗ୍ରହଣ କରି ନିଜ ନିଜର ମତ ଉପସ୍ଥାପନା କରିଥିବାବେଳେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ରଞ୍ଜିତା କୁଲକର୍ଣ୍ଣି , ସମ୍ବଲପୁରର ସୁଧାଂଶୁ ଶେଖର ରଥ, କୋରାପୁଟର ଉମାଶଙ୍କର ପାତ୍ର, ଶୋଭନୀୟ ଶିକ୍ଷାଶ୍ରମର ଡଃ ଅରୁନ୍ଧତୀ ଦେବୀ, ଡଃ ପ୍ରଣତୀ ଦାସ ପ୍ରମୁଖ ଜାତୀୟ ଶିକ୍ଷାନୀତିର ବିଭିନ୍ନ ଦିଗ ସଂପର୍କରେ ମତାମତ ରଖିଥିଲେ । ଶେଷରେ ବିଜେଡିର ସାଧାରଣ ସମ୍ପାଦକ ସତ୍ୟବ୍ରତ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Junior & Senior Artistic Gymnastics National Championships 2026–27

Junior & Senior Artistic Gymnastics National Championships 2026–27

April 28, 2026
ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି

ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି

April 28, 2026
ବିରୋଧୀ ଦଳମାନଙ୍କର ମହିଳା ବିରୋଧୀ ମାନସିକତା ବିରୁଦ୍ଧରେ ନୟାଗଡ଼ରେ ବିଜେପିର ସାମ୍ବାଦିକ ସମ୍ମିଳନୀ

ବିରୋଧୀ ଦଳମାନଙ୍କର ମହିଳା ବିରୋଧୀ ମାନସିକତା ବିରୁଦ୍ଧରେ ନୟାଗଡ଼ରେ ବିଜେପିର ସାମ୍ବାଦିକ ସମ୍ମିଳନୀ

April 28, 2026
ଜାତିଗତ ଜନ ଗଣନାର ୧୨ ନମ୍ବର କଲମରେ ପଚାରା ଯାଉଥିବା ପ୍ରଶ୍ନରେ ଓବିସି ସାମିଲ କରିବା ଦାବି ନେଇ ରାଜଧାନୀ ରେ ବିକ୍ଷୋଭ ଓ ଧାରଣା

ଜାତିଗତ ଜନ ଗଣନାର ୧୨ ନମ୍ବର କଲମରେ ପଚାରା ଯାଉଥିବା ପ୍ରଶ୍ନରେ ଓବିସି ସାମିଲ କରିବା ଦାବି ନେଇ ରାଜଧାନୀ ରେ ବିକ୍ଷୋଭ ଓ ଧାରଣା

April 28, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Junior & Senior Artistic Gymnastics National Championships 2026–27

Junior & Senior Artistic Gymnastics National Championships 2026–27

April 28, 2026
ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି

ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି

April 28, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version