No Result
View All Result
୦୬ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବଡଚଣା :-> ଯାଜପୁର ଜିଲ୍ଲା ପ୍ରଶାସନ ସହ ଅନ୍ୟ ସମସ୍ତ ବିଭାଗ ଏବଂ ନୂତନ ବିଧାୟକ ଅମର ନାୟକଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ ଚଣ୍ଡିଖୋଲ ଡ଼ାକ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଅଛି,ଉକ୍ତ ବୈଠକରେ ବିଧାୟକ ଅମର ନାୟକ ବଡ଼ଚଣା ନିର୍ବାଚନ ମଣ୍ଡଳୀର ଡ୍ରେନେଜ ସମସ୍ୟା ଯାହା ଆଗାମୀ ବର୍ଷା ଋତୁକୁ ଆଖି ଆଗରେ ରଖି ଚଣ୍ଡିଖୋଲ ଛକର ସ୍ଥିତି,ଡ୍ରେନେଜ୍ ପାଣି ନିଷ୍କାସନର ସ୍ଥାୟୀ ସମାଧାନ,ଜାତିୟ ରାଜପଥ ୧୬ ଓ ୫୩ ନଂ ର ବର୍ତ୍ତମାନ ସ୍ଥିତିର ସମାଧାନ,
ଚଣ୍ଡିଖୋଲ ଟ୍ରାଫିକ ସମସ୍ୟା,୫୩ନଂ ଜାତିୟ ରାଜପଥ ଆଠ ଥାକିଆ ରାସ୍ତା ନିର୍ମାଣ କାର୍ଯ୍ୟର ତ୍ୱରିତ ବେଗରେ ଶେଷ କରିବା,ଆବଶ୍ୟକ ଅନୁଯାୟୀ ଜାତୀୟ ରାଜପଥ ମାନଙ୍କରେ ଲୋକଙ୍କ ଯାତାୟତ ଏବଂ ଯାନ ବାହାନ ଯାତାୟାତ ପାଇଁ ସ୍ଥାୟୀ ବ୍ୟବସ୍ଥା ଉପରେ ଆଲୋଚନା ସହ ପ୍ରସ୍ତାବ ରଖିଥିଲେ ବିଧାୟକ, ଉକ୍ତ ବୈଠକରେ ଯାଜପୁର ଜିଲ୍ଲାପାଳ,ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନିଖିଲ ପବନ ଅଗ୍ରୱାଲ,ଜାତୀୟ ରାଜପଥ ଅଧିକାରୀ,ଗ୍ରାମ୍ୟ ଉନ୍ନୟନ ବିଭାଗ, ପୂର୍ତ ଓ ଗୃହ ନିର୍ମାଣ ବିଭାଜନ ବିଭାଗ,ଦର୍ପଣ ତହସିଲଦାର ଧର୍ମଶାଳା ଓ ବଡ଼ଚଣାର ବିଡ଼ିଓ,ଜଳ ସମ୍ପଦ ବିଭାଗ, କ୍ଷୁଦ୍ର ଜଳ ସେଚନ ବିଭାଗ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ରହିଥିଲେ।

No Result
View All Result