୦୬ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଆଜି ତା୬.୭.୨୦୨୪ ରିଖ, ଶନିବାର ଶୁକ୍ଲ ପ୍ରତିପଦା ରେ ସିଂହ ଦ୍ଵାର ରେ ପହଂଚିଛନ୍ତି ଦିବ୍ୟ ତିନି ରଥ…… ମହାପ୍ରଭୁଙ୍କ ମଙ୍ଗଳ ଆଳତି ପ୍ରାତଃ ଘ.୬.୧୫ ରେ ବଢିବା ପରେ ପରବର୍ତ୍ତୀ ନୀତି ମାନ ଅନୁଷ୍ଠିତ ହୋଇ ମହାପ୍ରଭୁଙ୍କ ଗୋପାଳ ବଲ୍ଲଭ ଏବଂ ସକାଳ ଧୂପ ଘ.୯.୧୫ ରୁ ଘ.୧୦.୦୫ ମଧ୍ୟରେ ଶେଷ ହେବା ପରେ ରଥକୁ ଆଜ୍ଞା ମାଳ ବିଜେ ସକାଳ ଘ.୧୦.୩୫ ରେ ହୋଇଥିଲା,

ଆଜ୍ଞା ମାଳ ବିଜେ ହୋଇ ତିନି ରଥରେ ଲାଗି ହେବା ପରେ, ପୋଲିସ କର୍ମଚାରୀ ମାନେ ରଥକୁ କର୍ଡନ କରିଥିଲେ । ଏହାପରେ ରଥ ରଣା ପର୍ବ ଆରମ୍ଭ ହୋଇଥିଲା । ପ୍ରଥମେ ନନ୍ଦିଘୋଷ ରଥ ଭୋଇ ସେବକ ,ମହାରଣା ସେବକ,ପୋଲିସ ବାହିନୀ ଏବଂ ଜନ ସାଧାରଣ ମାନେ ମିଶି ପୂର୍ବାହ୍ନ ଘ.୧୧.୧୬ ରେ ଟଣ ।

ଆରମ୍ଭ କରି ଘ.୧୧.୧୮ ମୀ. ରେ ଉଦ୍ଦିଷ୍ଟ ସ୍ଥାନରେ ନନ୍ଦିଘୋଷ ରଥକୁ ସିଂହଦ୍ୱାର ଠାରେ ପହଞ୍ଚାଇଥିଲେ। ତତ୍ ପରେ ଦର୍ପ ଦଳନ ରଥକୁ ରଥଖଳା ଠାରୁ ପୂର୍ବାହ୍ନ ଘ.୧୧.୩୯ ରେ ଟଣାଯାଇ ଘ.୧୧.୫୩ ମି଼. ରେ ସିଂହଦ୍ଵାରେ ପହଞ୍ଚିଥିଲା, ଶେଷରେ ତାଳଧ୍ଵଜ ରଥ ଘ. ୧୨.୦୬ ରେ ଭିଡା ଯାଇ ଘ.୧୨.୩୬ ଟାରେ ସିଂହଦ୍ଵାର ରେ ଲାଗିଥିଲା ।
(ଦେବୀ ପ୍ରସନ୍ନ ଗାଙ୍ଗୁଲି, ଫଟୋ ସାମ୍ବାଦିକ, ପୁରୀ)














