No Result
View All Result
୦୪ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମାଲକାନଗିରି :-> ମାଲକାନଗିରି ଜିଲ୍ଲା ସୀମାଵର୍ତ୍ତୀ ପଡ଼ିଆ ବ୍ଲକ ସଦର ମହକୁମାରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ୭୫ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏଥିପାଇଁ ପଡ଼ିଆ ସ୍ଥିତ ଅନୂସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯାଇ ବୃକ୍ଷ ରୋପଣ, ଜଙ୍ଗଲ ସୃଷ୍ଟି ଏହାର ଆବଶ୍ୟକତା ଓ ସମ୍ପ୍ରତି ପରିସ୍ଥିତିରେ ପରିବେଶ ସୁରକ୍ଷାରେ ବୃକ୍ଷର ଭୂମିକା ସମ୍ପର୍କରେ ଆଲୋଚନା ହୋଇଥିଲା । ଚଳିତ ବର୍ଷ ବନ ମହୋତ୍ସବ ଅବସରରେ ଏକ୍ ପେଡ ମା କେ ନାମ୍ ସ୍କୋଗାନ୍ ସହ ପ୍ରତ୍ୟକ ବ୍ୟକ୍ତି ବୃକ୍ଷ ରୋପଣ ଓ ପରିବେଶ ସୁରକ୍ଷା ଦିଗରେ ସଚେତନତା ହେବାକୁ କୁହାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ଜିଲ୍ଲାର ଡିଏଫଓ ପ୍ରତାପ କତାପାଲ୍ଲୀ, ଡି ଡବ୍ରୁ ଓ ଶ୍ରୀନିବାସ ଆଚାରି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପଡ଼ିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଭିମନ୍ୟୁ କବି ଶତପଥୀ, କାଳିମେଳା ବନାଞ୍ଚଳ ଅଧିକାରୀ ଟଙ୍କଧର ଦାସ, ପଡ଼ିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ଯମୁନା ମୁସାକି, ସରପଞ୍ଚ ଗଙ୍ଗା କାରାମ ଓ ଏସଏସଡି ହାଇସ୍କୁଲ ପ୍ରଧାନ ଶିକ୍ଷକ ଵୁଦୁରା କଵାସୀ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ ପଡ଼ିଆ ଏସଏସଡି ହାଇସ୍କୁଲ ପରିସର ସମେତ ଆଖପାଖ ଅଞ୍ଚଳରେ ବୃକ୍ଷ ରୋପଣ କରାଯିବ ସହ ଉପସ୍ଥିତ ଛାତ୍ରଛାତ୍ରୀ ଓ ଅତିଥି ମାନେ ବୃକ୍ଷ ରୋପଣ ସହ ପରିବେଶ ସୁରକ୍ଷା ଲାଗି ଶପଥ କରିଛନ୍ତି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ କାଳିମେଳା ରେଞ୍ଜର ସମସ୍ତ ବନପାଳ, ବନରକ୍ଷୀ, ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଆଜିର ଏହି କାର୍ଯ୍ୟକ୍ରମକୁ କାଳିମେଳା ବନପାଳ ମୁତ୍ୟୁଞ୍ଜୟ ସେଠୀ ପରିଚାଳନା କରିଥିବା ବେଳେ ସହଯୋଗୀ ସୃଷ୍ଟି ଏନ୍ ଜିଓ ର ଟିମ୍ ଲିଡର ଶ୍ରୀନିବାସ ପାତ୍ର, ଡେଭଲପମେଣ୍ଟ ଅଫିସର ସୁବ୍ରତ ସ୍ବାଇଁ, ଏନ୍ ରବି କୁମାର ସହଯୋଗ କରିଥିଲେ ।

No Result
View All Result