୦୩ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପଡ଼ିଆ :-> ମାଲକାନଗିରିର ପୂର୍ବତନ ବିଧାୟକ ଆଦିତ୍ୟ ମାଢିଙ୍କ ପରଲୋକ ହୋଇଯାଇଛି । ପଡ଼ିଆ ବ୍ଲକର ରୋଡାନପଲ୍ଲୀ ଗ୍ରାମରେ ଜନ୍ମ ଗ୍ରହଣ କରିଥଲେ, ସିଏ ଜଣେ ସୁମଧୁର ବ୍ୟକ୍ତା ଥିଲେ । ପ୍ରାରମ୍ଭିକ ଜୀବନରେ ଶିକ୍ଷକ ଥିଲେ ଓ RSS ଆଦର୍ଶରେ ଅନୁପ୍ରାଣିତ ହୋଇ ଜଣେ ରାଷ୍ଟ୍ରୀୟ ସ୍ଵଂସେବକର କାର୍ଯ୍ୟକର୍ତ୍ତା ମଧ୍ୟ ଥିଲେ ।
ଭାଜପାରେ ଯୋଗଦାନ କରି ପ୍ରଥମ ଦୁଇଥର ବିଧାୟକ ପ୍ରାର୍ଥୀ ହୋଇ ପରାଜୟ ବରଣ କରିଥିଲେ, ଭାଜପା ଜିଲ୍ଳା ସଭାପତି ମଧ୍ୟ ଥିଲେ ଏବଂ ତୃତୀୟ ଥର ୨୦୧୯ରେ ବିଧାୟକ ହୋଇଥିଲେ। କିନ୍ତୁ ପରିତାପର ବିଷୟ ଦୀର୍ଘ ସମୟ କିଡନୀଜନିତ ରୋଗରେ ଆକ୍ରାନ୍ତ ହୋଇ ଆଜି ଅପରାହ୍ନ ୫ ଘଟିକାରେ ସମୟରେ ଆରପାରି ଚାଲିଗଲେ । ତାଙ୍କ ଅକାଳ ବିୟୋଗରେ ମାଲକାନଗିରି ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି ।