୦୩ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ :-> ବୋଲଗଡ ବ୍ଲକ ବାଙ୍କୋଇଦେଶ ଗ୍ରାମପଞ୍ଚାୟତସ୍ଥିତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଆନୁକୂଲ୍ଯରେ ଓ ସମାଜସେବୀ ସୁରେଶ କୁମାର ସାମନ୍ତରାୟଙ୍କ ଆବାହକତ୍ବରେ ପଞ୍ଚାୟତ ସ୍ତରୀୟ ବିଜେଡି କର୍ମୀ ସମ୍ମିଳନୀ ଓ ସମ୍ବର୍ଦ୍ଧନା ସଭା ପ୍ରସିଦ୍ଧ ଶୈବପୀଠ ଶ୍ରୀଶ୍ରୀ ତାରେଶ୍ବରଦେବଙ୍କ ପୀଠରେ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି ।
ଏହି ବିଜେଡି କର୍ମୀ ସମ୍ମିଳନୀରେ ମୁଖ୍ଯ ଅତିଥି ଭାବେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ , ମୁଖ୍ଯବକ୍ତା ଭାବେ ଖୋର୍ଦ୍ଧା ଜିଲ୍ଲା ବିଜେଡି ଉପ-ସଭାପତି ତଥା ସରପଞ୍ଚ ପ୍ରଫୁଲ୍ଲ କୁମାର ପ୍ରଧାନ ଓ ସମ୍ମାନୀତ ଅତିଥି ଭାବେ ସମିତିସଭ୍ଯ ରଞ୍ଜନ କୁମାର ଲେଙ୍କା , ବୋଲଗଡ ବ୍ଲକ ବିଜେଡି ମହିଳା ସଭାନେତ୍ରୀ ପ୍ରଭାତି ରାଉତରାୟ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ସ୍ବାଗତ ଭାଷଣ ଦେଇ ଅତିଥି ପରିଚୟ ପ୍ରଦାନ କରିଥିଲେ ।
ସମସ୍ତ ବିଜେଡି କର୍ମୀମାନେ ରାଗ , ରୁଷା , ମାନ , ଅଭିମାନକୁ ଭୁଲିଯାଇ ଏକତା, ସମନ୍ବୟ ଓ ସଂଗଠନ ମାଧ୍ୟମ ରେ ବିଜେଡି ଦଳକୁ ସୁଦୃଢ କରି ଲୋକମାନଙ୍କର ସେବା କରିବା ଓ ବୋଲଗଡ ବ୍ଲକ ଅଞ୍ଚଳର ବିକାଶ ଘଟାଇବାକୁ ମୁଖ୍ଯ ଅତିଥି ବିଧାୟକ ପ୍ରଦୀପ କୁମାର ସାହୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ସମସ୍ତ ବିଜେଡି କର୍ମୀମାନେ ମା’ , ମାଟି ଓ ବିଜେଡି ଦଳକୁ ଭଲପାଇ ଲୋକମାନଙ୍କର ସେବା କରିବାକୁ ମୁଖ୍ଯବକ୍ତା ପ୍ରଫୁଲ୍ଲ କୁମାର ପ୍ରଧାନ ବିଜେଡି କର୍ମୀମାନଙ୍କୁ ବୁଝାଇ ଥିଲେ ।
ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ଯାମାନେ ବିଧାୟକ ଶ୍ରୀ ସାହୁଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ସମ୍ବର୍ଦ୍ଧନା ସଭା କାର୍ଯ୍ୟକ୍ରମକୁ ଶିବାଜୀ ମଙ୍ଗରାଜ,ବାଙ୍କୋଇ ଦେଶ ପଞ୍ଚାପୟତର ବହୁ ବିଜେଡି କର୍ମକର୍ତ୍ତା ଓ କର୍ମୀମାନେ ସହଯୋଗ କରି ପରିଚାଳନା କରିଥିଲେ ! ,ପରିଶେଷରେ ବିଜେଡି କର୍ମୀ ଉମାକାନ୍ତ ବିଶ୍ୱାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।