0୨ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ମଙ୍ଗଳବାର ଅପରାହ୍ନ ସମୟରେ ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୌରାଞ୍ଚଳ ଥାନା ସାହିରେ ଜଣେ ବିବାହିତା ମହିଳା ଘର ଭିତରେ ପଙ୍ଖାରେ ଲୁଗା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତକା ଜଣଙ୍କ ହେଲେ ଥାନା ସାହିର ସ୍ୱପ୍ନା ପାଢି (୪୨) । ମୃତା ମହିଳା ଜଣଙ୍କ ପରିବାର ସହ ଦିଲ୍ଲୀରେ ରହୁଥିବା ବେଳେ ଗତ କିଛି ଦିନ ପୂର୍ବେ ଝିଆରୀର ବିବାହ ଉତ୍ସବରେ ଯୋଗ ଦେବା ପାଇଁ ହିଞ୍ଜିଳିକାଟୁ ଆସିଥିଲେ । ଝିଆରୀ ବାହାଘରର ୨ ଦିନ ପରେ ପରିବାର ସଦସ୍ୟ ମଙ୍ଗଳବାର ବୁଲିବାକୁ ନିକଟସ୍ଥ ଅଞ୍ଚଳକୁ ଯାଇଥିବା ବେଳେ ମହିଳା ଜଣଙ୍କ ଘରେ ଏକାକୀ ଥିଲେ । ପରିବାର ସଦସ୍ୟ ଘରକୁ ଫେରିବା ବେଳେ ମହିଳା ଜଣଙ୍କ ଘରର ସିଲିଂ ପଙ୍ଖାରେ ଲୁଗା ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ ।

ପରିବାର ସଦସ୍ୟ ମହିଳାଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରି ବଞ୍ଚିଥିବା ଆଶା କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୁଲିସ ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ମୃତଦେହକୁ ଜବତ କରିଛି । ଏ ନେଇ ହିଞ୍ଜିଳି ଥାନାରେ କେସ ନଂ- ୨୦/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ବୁଧବାର ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଯିବ ବୋଲି ଥାନା ଏଏସଆଇ ଅନନ୍ତ ଶବର କହିଛନ୍ତି । ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡିନାହିଁ । ପୁଲିସ ପରିବାର ଲୋକଙ୍କୁ ପଚରା ଉଚୁରା କରିବା ସହ ଘଟଣାର ତଦନ୍ତ ଚଳାଇଛି ।