ଓଡିଶା ତାଜା ନ୍ୟୁଜ୍ (୦୮ ଅଗଷ୍ଟ ଶନିବାର) ନୟାଗଡ :- ଭାରତୀୟ ମଜଦୁର ସଂଘ, ନୟାଗଡ଼-ଜିଲ୍ଲା ସଂପାଦକ ସୁକାନ୍ତ କୁମାର ମହାପାତ୍ର ଙ୍କ ନେତୃତ୍ଵରେ ଓଡିଶା ରାଜ୍ୟ ଆଶା ସାଥି ସଂଘ,ନୟାଗଡ଼-ଜିଲ୍ଲା ଦଶପଲ୍ଲା ଶାଖାର ଭଉଣୀ ମାନଙ୍କ ତରଫରୁ ଗଣିଆ ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଚିକିତ୍ସା ଅଧିକାରୀଙ୍କୁ, ଦଶପଲ୍ଲା ବ୍ଲକର ମଧ୍ୟଖଣ୍ଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଚିକିତ୍ସା ଅଧିକାରୀଙ୍କୁ ଓ ଦଶପଲ୍ଲା ବିଧାୟକ ଶ୍ରୀ ଯୁକ୍ତ ରମେଶ ଚନ୍ଦ୍ର ବେହେରା ଙ୍କୁ ମଧ୍ୟ ୮ ଦଫା ଦାବୀ ପତ୍ର ପ୍ରଦାନ କରାଯାଇଥିଲା ଏଥିରେ ଯୋଗ ଦେଇ ଥିଲେ ମଜୁବାଲା ଦାଶ, ସୁଷମା ପ୍ରଧାନ,ନଳିନୀ ପ୍ରଧାନ ଶାନ୍ତିଲତା ସାହୁ ଓ ଅନୁଶୟ ବେହେରା ଏମାନେ ସବୁ ଯୋଗ ଦେଇଥିଲେ ( ରିପୋର୍ଟ/ ରାମକୃଷ୍ଣ ରଥ)