No Result
View All Result
୩୦ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବଡଚଣା :-> ବଡଚଣା ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ବିଧାୟକ ଅମର ନାୟକଙ୍କ ସମ୍ଭର୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ରବିନ୍ଦ୍ର ସାମଲଙ୍କ ସଭାପତିତ୍ୱ ଓ ପ୍ରବୀର ଦାଶଙ୍କ ସଂଚାଳନରେ ଅନୁଷ୍ଠିତ ସମ୍ଭର୍ଧିତ ସଭାରେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ପୁଷ୍ପ ଗୁଛ ଉତ୍ତରୀୟ ପ୍ରଦାନ କରି ବିଧାୟକଙ୍କୁ ସମ୍ଭର୍ଧିତ କରିଥିଲେ।ସମ୍ଭର୍ଧନା ଉତ୍ତରରେ ବଡଚଣା ମାଟି ସ୍ୱାଭିମାନ ମାଟି ଏହି ମାଟିର ସମ୍ମାନକୁ ଯିଏ ଭୃଲୁଣ୍ଠିତ କରିବାକୁ ପ୍ରୟାସ କରିଛନ୍ତି ବିଫଳ ହୋଇଛନ୍ତି ।
ଏକ ନୂଆ ବିକଶିତ ବଡଚଣା ଗଠନ ପାଇଁ ଅନେକ କାମ ବାକି ଅଛି।ସମସ୍ତଙ୍କ ସହଯୋଗରେ ବଡଚଣାକୁ ଏକ ନମ୍ବର କରିବା ଆମ ଲକ୍ଷ୍ୟ ରହିଛି।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସାଧାରଣ ସମ୍ପାଦକ ଦେବଜାନୀ ପ୍ରଧାନ,ସମ୍ପାଦକ ପ୍ରମୋଦ ଜେନା,ପୂର୍ବତନ ସମିତି ସଭ୍ୟ ଚିନ୍ମୟ ମହାନ୍ତି,ପ୍ରୀତମ ନାୟକ,ସରପଂଚ ସମୀର ରାଉତ,ଧନେଶ୍ୱର ମହାନ୍ତି,ଜୟରାମ ରାଉତ,ମାନ ଗୋବିନ୍ଦ ରାଉତ,ଆଲିନୁର ହୁସେନ,
କାର୍ତିକ ଓଝା, ସନ୍ଦିପ କାନୁନଗୋ ପ୍ରମୂଖ ଯୋଗଦେଇ ଅଭିଭାଷଣ ରଖିଥିଲେ।ସମ୍ଭର୍ଧନା ସଭାକୁ ତୁଷାର ବିଶ୍ୱାଳ,ପଙ୍କଜ ଦାଶ,ତୃପ୍ତି ରଞନ ଦାଶ,ବିପିନ ବେହେରା,ଞ୍ୟାନ ରଞନ ଦାଶ,ନିଶିକାନ୍ତ ଶୁକ୍ଳ,ଉମାକାନ୍ତ ରାଉତ,ରବିନ୍ଦ୍ର ସାମଲ,ପୂର୍ଣଚନ୍ଦ୍ର ରାଉତ,ଗିରିଧାରୀ ରାଉତ,କଲିମ ମହମ୍ମଦ,ବିକ୍ରମ ବେହେରା ପ୍ରମୂଖ ସଂଚାଳନ କରିଥିଲେ ।

No Result
View All Result