ଓଡିଶା ତାଜା ନ୍ୟୁଜ୍ (୦୮ ଅଗଷ୍ଟ ଶନିବାର) ପାରଳଖେମୁଣ୍ଡି :- ଓଡ଼ିଶାର ଗଂଜାମ ଓ ଗଜପତି ଜିଲ୍ଲାରେ ଆଜି ସକାଳ ୭ଟା ୧୦ରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି । ଗଂଜାମ ଜିଲ୍ଲାର ପାତ୍ରପୁର ଓ ଗଜପତି ଜିଲ୍ଲାର ମୋହନାରେ ଭୂକମ୍ପ ଝଟକା ଜଣାପଡିଛି । ସୂଚନା ଅନୁସାରେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୯ ଥିଲା । ଭୂକମ୍ପ ହେବା ପରେ ଲୋକେ ଭୟଭୀତ ହୋଇଯାଇଥିଲେ ।
ପ୍ରାୟ ୩ ରୁ ୫ ସେକେଣ୍ଡ ପର୍ଯ୍ୟନ୍ତ ଏକ ଶବ୍ଦ ଶୁଣାଯାଇଥିଲା ବୋଲି ଲୋକେ କହିଛନ୍ତି । ମାତ୍ର କୌଣସି କ୍ଷୟକ୍ଷତି ଜନିତ ସୂଚନା ହସ୍ତଗତ ହୋଇପାରି ନାହିଁ । ଓଡ଼ିଶାରେ ବହୁ ଦିନ ପରେ ଭୂକମ୍ପ ଅନୁଭୂତ ହୋଇଥିବାରୁ ଅନେକ ଲୋକ ଭୟଭୀତ ହେବା ମଧ୍ୟ ସ୍ୱାଭାବିକ ବୋଲି ଚର୍ଚ୍ଚା ହେଉଛି । (ରିପୋର୍ଟ-ଗରୁଡ଼ ଧ୍ଵଜ ଚୌଧୁରୀ)