No Result
View All Result
୩୦ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଧାମରା :-> ଧାମରା ଥାନା ଅର୍ନ୍ତଗତ ଧାମରା ଗ୍ରାମରେ ଜଣେ ଯୁବତୀ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ବୋଲି ଅଭିଯୋଗ ହୋଇଛି । ଧାମରା ଗ୍ରାମରା ସୀମା ଲେଙ୍କା (୧୮) ଆଜି ନିଜ ଭଡା ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଥିଲା । ଘରେ ନିଜର ବିଧବା ମା’ ଅନ୍ୟଘରେ କାମ କରିବାକୁ ଯାଇଥିବା ବେଳେ ସୀମା ଆତ୍ମହତ୍ୟା କରିଥିଲା । ଖବର ପାଇ ଘରକୁ ଆସି ନିଜର ଏକ ମାତ୍ର କନ୍ୟାର ଏଭଳି ଅବସ୍ଥା ଦେଖି ମା’ ମୂର୍ଛା ହୋଇଯାଇଥିଲା ।
ଏହାପରେ ସ୍ଥାନୀୟ ଲୋକେ ଧାମରା ଥାନାରେ ଖବର ଦେବାପରେ ପୁଲିସ ଆସି ମୃତଦେହକୁ ଜବତ କରିଥିଲା । ଏହାପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ଭଦ୍ରକ ଜିଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲା । ଏ ସଂକ୍ରାନ୍ତରେ ଧାମରା ଥାନାରେ ଏକ ମାମଲା ରୁଜୁ ହୋଇଛି । ଯୁବତୀ କ’ଣ ପାଇଁ ଆତ୍ମହତ୍ୟା କଲେ ତାହା ଜାଣିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଥିବା ଧାମରା ଥାନାଧିକାରୀ ଶୋଭନ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି ।
No Result
View All Result