ଓଡିଶା ତାଜା ନ୍ୟୁଜ୍ (୦୮ ଅଗଷ୍ଟ ଶନିବାର) ପାରଳଖେମୁଣ୍ଡି :- ଗୁଜରାଟର ଏକ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୮ ଜଣଙ୍କ ମୃତ୍ୟୁ ଏବଂ ଅନେକ ଆହତ ହେବା ପରେ ରାଜ୍ୟରେ ତତ୍ପର ହୋଇଛି ଅଗ୍ନିଶମ ବିଭାଗ । ସମସ୍ତ କୋଭିଡ ହସ୍ପିଟାଲରେ ଅଗ୍ନିଶମ ସୁରକ୍ଷା ବ୍ୟବସ୍ଥା କିପରି ରହିଛି ଏହାର ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଗ୍ନିଶମ ବିଭାଗର ରାଜ୍ୟ ମହାନିର୍ଦ୍ଦେଶକ । ଗଜପତି ଜିଲ୍ଲାରେ ଅଗ୍ନିଶମ ବିଭାଗ ପକ୍ଷରୁ ଆଜି ଜିଲ୍ଲାର ୪ଟି କୋଭିଡ୍ କେୟର ସେଣ୍ଟର ସହ କୋଭିଡ ହସ୍ପିଟାଲ ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି
ସହକାରୀ ଅଗ୍ନିଶମ ଅଧିକାରୀ । ବେତାଗୁଡା ଏବଂ ମୋହନା କାଳିଆଭଟାସ୍ଥିତ କେୟର ସେଣ୍ଟର, ଓ ଆର ସିତାପୁର ଭାରତମାତା ପରିସରରେ ଥିବା କୋଭିଡ ହସ୍ପିଟାଲରେ ଅଗ୍ନିଶମ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ପରେ କିଛି କିଛି ପଦକ୍ଷେପ ନିଆଯାଇଛି । ଏବଂ ଆହୁରି କିଛି ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ରହିଛି ବୋଲି କହିଛନ୍ତି ସହକାରୀ ଅଗ୍ନିଶମ ଅଧିକାରୀ ସନ୍ତୋଷ କୁମାର ପାଣିଗ୍ରାହୀ । (ରିପୋର୍ଟ-ଗରୁଡ଼ ଧ୍ଵଜ ଚୌଧୁରୀ)