No Result
View All Result
୨୯ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗ ଅଧିକ୍ଷିକା ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶରେ ବେଗୁନିଆ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରି ୨୯୬ ଲିଟର ଦେଶୀ ମଦ ଓ ୧୨ ଶହ ଲିଟର ପୋଚ ସହ ୨ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ।

ବେଗୁନିଆ ଅବକାରୀ ବିଭାଗ ଉପନିରୀକ୍ଷକ ଏନ ଜାଗିନ ରାଓଙ୍କ ସୂଚନା ମୁତାବକ ସିକୋ ଗ୍ରାମର ସଞ୍ଜୟ ସାମନ୍ତରାୟଙ୍କ ଠାରୁ ୧୭ ଲିଟର ଓ ଗୋଡ଼ିକିଲୋ ଗ୍ରାମର ଦାଶରଥି ନାୟକ ୧୯ ଲିଟର ଦେଶୀ ମଦ ଜବତ ସହ ଅଭିଯୁକ୍ତକୁ ଗିରଫ କରିଛି । ଅପର ପକ୍ଷରେ ବରପଦା କାଜୁ ଜଙ୍ଗଲରୁ ୨୬୦ ଲିଟର ଦେଶୀ ମଦ ସହ ୧୨ ଶହ ଲିଟର ପୋଚ ନଷ୍ଟ କରାଯାଇ ଥିବା ବେଳେ ତିନୋଟି କେସ ରୁଜୁ ହୋଇଛି ।

No Result
View All Result