ପ୍ରଶାସନର ନିଦ ଭାଙ୍ଗୁନାହିଁ ଏହି କାରଣ ସମ୍ପର୍କ ରେ ତହସିଲଦାର ସଞ୍ଜୟ ବେହେରା ଙ୍କୁ ପଚାରି ବାରୁ ଆମେ ଜାଣି ପାରୁନାହୁଁ କହି ଥିଲେ .
ଓଏମସି ଅଫିସର ସତୀଶ ତରାଇ ଙ୍କୁ ପଚାରି ବାରୁ କୁହନ୍ତି ଆମେ ଜାଣିଲେ କାର୍ଯ୍ୟାନୁ ଷ୍ଠାନ ନେବୁ.
୨୮ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> ଜଗତସିଂହପୁର ଜିଲ୍ଲା ବିରିଡି ତହସିଲ ଅଧୀନରେ ଥିବା ବିଲୁଆଖାଇ ଓ ଦେବୀ ନଦୀ ସହ ନଦୀ ପଠାରୁ ବେଆଇନ ଭାବେ ବାଲି ଓ ମାଟି ଖୋଳାଯାଇ ଚାଲାଣ କରାଯାଉଛି ଫଳରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ରାଜସ୍ୱ ହାନି ଘଟୁଛି, କିଛି ମାଫିଆ ମାନେ ଜେସିବି ଲଗାଇ ଟ୍ରାକଟର ଯୋଗେ ମାଟି ବାଲି କୁ ବିକ୍ରି କରି ମାଲାମାଲ ହେଉଛନ୍ତି. ଏନ ଜି ଟି ଵା ନାସନାଲ ଗ୍ରୀନ ଟ୍ରିବୁନାଲ ଆଇନ ଅନୁସାରେ କୌଣସି ବ୍ୟକ୍ତି ସମତଳ ଉର୍ବର ଜମି (ନଦୀ ପଠା ) ନିଜସ୍ୱ ସମ୍ପତି ହେଲେବି ସେଠାରୁ ବାଲି କିମ୍ବା ମାଟି ତାଡି ନେଇ ପାରିବ ନାହିଁ କି ସେଠାରେ ବେଆଇନ ନିର୍ମାଣ କରିପାରିଵେ ନାହିଁ ଏ ଠାରେ ଏହି ନିୟମକୁ ଉଲଂଘନ କରାଯାଉଛି

ନଦୀ ପଠା ମାଟି ଵା ବାଲି ଖୋଳା ସମୟରେ ତହସିଲଦାର କିମ୍ବା ଓଏମସି ଅଫିସର କେହି ବି ଆସୁ ନାହାନ୍ତି. ଯଦି କେହି ଖବର ଦେଲା ତାଙ୍କ ଲୋକ ସେମାନଙ୍କୁ ଖବର ଦେବାରୁ ମାଫିଆ ମାନେ ତାଙ୍କ ଟ୍ରାକଟର ଓ ଜେସିବି କୁ ନେଇ ଲୁଚାଇ ଦେଉଛନ୍ତି. ପଠା ମାନଙ୍କରେ ବେଆଇନ ଇଟା ଭାଟି କରି ପଠାକୁ 4,5 ଫୁଟ ଗାଡ କରି ଦେଉଛନ୍ତି ଫଳରେ ବନ୍ୟା ସମୟରେ ନଦୀ ବନ୍ଧ ପ୍ରତି ବିପଦ ଦେଖାଯାଇଛି ଓ ସେଠାରେ ସ୍ଵନ୍ତ୍ରତ ଧାର ସୃଷ୍ଟି ହେବାର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ.

ଏହି ମାଟି ବାଲି ଲଘୁ ଖଣିଜ ଜାତ ଦ୍ରବ୍ୟ ରେ ଯାଉଛି, ହେଲେ ଓଏମସି ଅଫିସର ଙ୍କ ଦେଖା ନାହିଁ କି ତହସିଲଦାର ଙ୍କ ଦେଖା ନାହିଁ, ବେଆଇନ ଇଟା ଭାଟି ଯୋଗୁ ପ୍ରଦୂଷଣ ଓ ତାତି ବଢୁଛି ତାତି ଯୋଗୁ ଲୋକେ ଡହଳ ବିକଳ ହେଉଛନ୍ତି, ପ୍ରଶାସନର ନିଦ ଭାଙ୍ଗୁନାହିଁ ଏହି କାରଣ ସମ୍ପର୍କ ରେ ତହସିଲଦାର ସଞ୍ଜୟ ବେହେରା ଙ୍କୁ ପଚାରି ବାରୁ ଆମେ ଜାଣି ପାରୁନାହୁଁ କହି ଥିଲେ ଓଏମସି ଅଫିସର ସତୀଶ ତରାଇ ଙ୍କୁ ପଚାରି ବାରୁ କୁହନ୍ତି ଆମେ ଜାଣିଲେ କାର୍ଯ୍ୟାନୁ ଷ୍ଠାନ ନେବୁ.














