ଗୋଲାମୁଣ୍ଡା ବ୍ଲକ ଖଲିଆପାଲି ପଞ୍ଚାୟତରେ ତିନି ମାସର କିରୋସିନି ଲୁଟ୍ ରେ ଉପଜିଲ୍ଲାପାଳ କାହିଁକି ଅଛନ୍ତି ଚୁପ୍ । …?
ଓଡିଶା ତାଜା ନ୍ୟୁଜ୍ (୭ ଅଗଷ୍ଟ ଶୁକ୍ରବାର) କଳାହାଣ୍ଡି :- କେନ୍ଦ୍ର ଓ ରାଜ୍ୟ ସରକାର ଖାଉଟି କଲ୍ୟାଣ ବିଭାଗ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବାଟରେ ହିଁ ହଡପ ହେଇଯାଉଛି ଯାହାଫଳରେ ପାଇପାରୁନାହାନ୍ତି ହିତାଧିକାରୀ । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳୁଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଖଲିଆପାଲି ଗ୍ରାମପଞ୍ଚାୟତରେ । covid 19 ପାଇଁ ମାଗଣାରେତିନି ମାସ ଚାଉଳ ଦେଲେ ହେଲେ ଏପ୍ରିଲ ରୁ ଜୁନମାସ କିରୋସିନ ଲିଟର ପ୍ରତି ପନ୍ଦର ରୁ ଷୋହଳ ଟଙ୍କା ମଧ୍ୟରେ ସରକାର ଧାର୍ଯ୍ୟ କରିଥିବା ବେଳେ ସେହି କିରୋସିନ ଗଲା କୁଆଡେ । ଏପର୍ଯ୍ୟନ୍ତ ଏହି ପଞ୍ଚାୟତ ହିତାଧିକାରୀ ପାଇ ନ ଥିବା ଅଭିଯୋଗ ହେଉଛି ।
ଏସମ୍ପର୍କରେ ପଞ୍ଚାୟତ ନାଏବ ସରପଞ୍ଚ ଶ୍ରୀ ଧନେଶ୍ୱର ଯାନୀ ଓ ୱାର୍ଡ ମେମ୍ୱର ଶ୍ରୀ ସୁରେନ୍ଦ୍ର ନାଏକ ତିନି ମାସର କିରୋସିନ ପାଇ ନାହାନ୍ତି ବୋଲି ମିଡ଼ିଆ ସମ୍ମୁଖରେ ମତାମତ ଦେଇଥିଲେ । ତାପରେ ପଞ୍ଚାୟତର PEO ଙ୍କୁ ଫୋନ ଯୋଗେ କଥା ହେବା ପରେ ସେ ମଧ୍ୟ ତିନି ମାସର କିରୋସିନ ପାଇ ନଥିବା ସୂଚନା ଦେଇଛନ୍ତି । ଏହି ଘଟଣା ପଛରେ କାହାର ହାତ ଅଛି ଯୋଗାଣ ନିରୀକ୍ଷକ ନା ଜିଲ୍ଲା ଯୋଗାଣ ଅଧିକାରୀ ନା କିରୋସିନ ଗୋଦାମ ମାଲିକ ଏ ବିଷୟରେ କଳାହାଣ୍ଡି ଜିଲ୍ଲାପାଳ ପୁଙ୍ଖlନୁ ପୁଙ୍ଖ ଭାବରେ ତଦନ୍ତ କରି ଦୋଷୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ କରନ୍ତୁ ବୋଲି ଖଲିଆପାଲି ପଞ୍ଚାୟତ ବାସୀ ତରଫରୁ ଦାବି ହେଉଛି । (କଳାହାଣ୍ଡି ଜିଲ୍ଲା ରୁ ଶ୍ରୀ ଛାୟାକାନ୍ତ ନାଏକ ଙ୍କ ରିପୋର୍ଟ)