No Result
View All Result
୨୮ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ ସାଧାରଣ ନିର୍ବାଚନରେ ବିଜେଡି ଓ ବିଜେପି ପ୍ରାର୍ଥୀ ମାନଙ୍କୁ ପଛରେ ପକାଇ ଦ୍ୱିତୀୟ ଥର ନିମନ୍ତେ ଚାରି ହଜାରରୁ ଉର୍ଦ୍ଧ୍ବ ଭୋଟରେ ବିଜୟୀ ହୋଇଛନ୍ତି। ସେ ବିଧାନସଭାରେ ଶପଥ ପାଠ ପରେ ଦିଲ୍ଲୀ ଗସ୍ତ କରି ଏ ଆଇ ସି ସି ସଭାପତି ଙ୍କୁ ସାକ୍ଷାତ କରି ଓଡ଼ିଶା ଫେରି ନିଜ ନିର୍ବାଚନ ମଣ୍ଡଳୀ ଗସ୍ତ କରି ନିଜର ସମର୍ଥକଙ୍କ ସହ ସାକ୍ଷାତ କରି ବିଜୟ ଶୋଭାଯାତ୍ରା ପାଳିଛନ୍ତି।

ମୋହନା ନିର୍ବାଚନ ମଣ୍ଡଳୀର କମଳାପୁର ଛକ ଠାରୁ ଏକ ବିରାଟ ପଟୁଆରରେ ବାହାରି ମୋହନା ବ୍ଲକ ର ଶେଷ ସୀମା ରାଇପଙ୍କା ପର୍ଯ୍ୟନ୍ତ ଯାଇ ଲୋକଙ୍କ ସହ ମିଶି ବିପୁଳ ଭୋଟରେ ଦ୍ୱିତୀୟ ଥର ନିମନ୍ତେ ବିଶ୍ୱାସ ରଖି ବିଜୟୀ କରିଥିବାରୁ ଅଞ୍ଚଳ ବାସୀଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜଣାଇବା ସହ ଆଶ୍ରିବାଦ ଭିକ୍ଷା କରିଥିଲେ।

ବିଜୟ ଶୋଭାଯାତ୍ରାରେ ଯିବା ସମୟରେ ମୋହନା ଥାନା ସମ୍ମୁଖରେ ଥିବା ଗଜପତି ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ମହାରାଜାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ବିଜୟ ଶୋଭାଯାତ୍ରାରେ ମୋହନା ବ୍ଲକ କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ବିଷୋୟୀ ଙ୍କ ସମେତ ଶହ ଶହ କଂଗ୍ରେସ କର୍ମୀଙ୍କ ସମେତ ଅନେକ ସରପଞ୍ଚଙ୍କ ସହ ରାଜନେତା ମାନେ ଶୋଭାଯାତ୍ରା ରେ ସାମିଲି ଥିଲେ। ମୋହନା ନିର୍ବାଚନ ମଣ୍ଡଳୀ ସହ ଗଜପତି ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସ୍ଥାନୀୟ ଜନସାଧାରଣ ଙ୍କ ସହଯୋଗ କାମନା କରିଥିଲେ।

No Result
View All Result