No Result
View All Result
୨୮ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚାନ୍ଦପୁର :-> ଖଣି ମାଫିଆ ମାନେ ମାଙ୍କଡା ପଥର କାଟି ଲକ୍ଷ ଲକ୍ଷ ଟଙ୍କା କରୁଛନ୍ତି ରୋଜଗାର । ଏପରିକି ଏକର ଏକର ମୂଲ୍ୟବାନ ଜମିକୁ ଚୋରା ରେ ଖଣି ଭାବେ ବ୍ୟବହାର କରିବା ଦ୍ୱାରା ନଷ୍ଟ ହେଉଛି ପରିବେ ଫଳରେ ଜଣ ଜୀବନ ହେଉଛି ବିପନ୍ନ ।

ଏ ନେଇ ଲୋକେ ଅଭିଯୋଗ କରିବା ପରେ ଆକ୍ସନ ମୋଡକୁ ଆସିଛି ଚାନ୍ଦପୁର । ଖଣି ମାଫିଆ ଙ୍କୁ ସାବାଡ଼ କରିବା ପାଇଁ ଅଣ୍ଟା ଭିଡିଛି ଚାନ୍ଦପୁର ପୋଲିସ.ଳ ଅତର୍କିତ ଭାବେ ମୟୁର ଝାଲିଆ ଚୋରା ମାଙ୍କଡ଼ ପଥର ଖଣି ରେ କରିଛି ଚଢ଼ାଉ.. ଚଢ଼ାଉ କରି 4 ଟି ଟ୍ରକ ଜବତ କରିବାରେ ସକ୍ଷମ ହୋଇଛି..

ତେବେ ମାଫିଆ ମାନେ ଟ୍ରକ ଗୁଡିକୁ ଛାଡି ଫେରାର ହୋଇ ଯାଇଛନ୍ତି… ଜବତ ଟ୍ରକ ଗୁଡିକୁ ନିଜ ହେପାଜତ କୁ ନେଇଛି ପୋଲିସ.. ଏ ନେଇ ତଦନ୍ତ ଜାରି ରଖିଛି ଚାନ୍ଦପୁର ପୋଲିସ.. ଖୁବ ଶୀଘ୍ର ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ଚାନ୍ଦପୁର ଥାନା ଆଇ ଆଇ ସଇ ଜଗଦୀଶ ଚନ୍ଦ୍ର କର ପ୍ରକାଶ କରିଛନ୍ତି ।


No Result
View All Result