No Result
View All Result

୨୭ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଆଜି ସକାଳ ଘ.୮.୦୦ ଟିକା ସମୟରେ ନିର୍ମାଣକାରୀ ସେବକ ମାନେ ରଥଖଳା ଠାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।

ରଥ ନିର୍ମାଣ ଅଗ୍ରଗତି
(ଗତକାଲି ତିନି ରଥର ପ୍ରଥମ ଭୂଇଁରେ କଇଁଚି ପଡ଼ିବା ସହ ମଝି ଭୂଇଁ ରେ ଅନ୍ଧାରିତାଗ ବସି, ଅଗ ଭୂଇଁରେ କଇଁଚି ସହ ଅନ୍ଧାରୀତାଗ ବାଡିଆ ଶେଷ ହୋଇଥିଲା….)

ଖପୁରୀ ସମେତ ପାରାଭାଡ଼ି କୁ ମିଶାଇ ପୋଟଳ ସେଟିଙ୍ଗ ଶେଷ
ଆଜି ତିନି ରଥ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ସହଯୋଗି ମହାରଣା ସେବକ ଏବଂ ଭୋଇ ସର୍ଦ୍ଦାର ରବି ଭୋଇ ଙ୍କ ନେତୃତ୍ବରେ ଭୋଇ ସେବକ ମାନଙ୍କ ସହଯୋଗରେ ତିନି ରଥରେ ଖପୁରୀ ସମେତ ପାରାଭାଡ଼ିକୁ ମିଶାଇ ୧୩ ପରସ୍ତ ପୋଟଳ ସେଟିଙ୍ଗ ସମ୍ପୂର୍ଣ୍ଣ ହୋଇଅଛି ।

*ଏଥିସହ ଆଜି ତିନି ରଥର ଦୁଇଟି ଲେଖାଏଁ ଦୁଆର ବେଢ଼ା ନିର୍ମାଣ ଶେଷ ହୋଇଅଛି ।
*ଏଥିସହ ଆଜି ତିନିରଥ ୫ ଟି ଲେଖାଏଁ ଗୁଣ୍ଠି ନିର୍ମାଣ ଶେଷ ହୋଇଛି ।
(ଏହି ଗଣ୍ଠି ରଥ ସମ୍ମୁଖ ଭାଗରେ ସେଟିଙ୍ଗ ହୋଇଥିବା ଚାରପରିଛା କୁ ମୁଣ୍ଡାଇ ରଖି ସୁରକ୍ଷା ଦେଇଥାଏ, ଏହା ଦଣ୍ଡା ମୁହାଁଟି ରେ ଫିଟିଙ୍ଗ ହୋଇ ଚାରପରିଛା ସହ ସଂଯୋଗ ହୋଇଥାଏ)

*ଏଥିସହ ତିନି ରଥର ବେଦୀ ପଛ ଭାଗ ତାଗ ରେ ପାରୁସ ପଟା ବଢିଆ ଶେଷ ହୋଇ ରଥ ପାର୍ଶ୍ଵ ଭାଗରେ ପଟା ପଡ଼ିବା ଜାରୀ ରହିଛି ।
*ଏଥି ସହ ତିନି ରଥ କଳସ ରେ ପାଖୁଡ଼ା ସଂଯୋଗ ଶେଷ ହୋଇଛି, କଳସରେ ସିଲଭର ପାତ ଫିଟିଙ୍ଗ ବାକି ଅଛି ।
*ରୂପକାର ସେବକ ମାନେ ଖୋଦେଇ ଶେଷ କରିଥିବା ନାଟ ଗୋଡ଼ରେ ରଙ୍ଗ ପାଇଁ ଚିତ୍ର କାର ସେବକଙ୍କୁ ଯୋଗାଇବା ସହ ଶେଷ ଦୁଇ ଦୁଇଟି ନାଟ ଗୋଡ଼ରେ ଖୋଦେଇ ରୂପର ପଲିସ କାର୍ଯ୍ୟ ସହ ରୂପରେ ଅଳଙ୍କାର ପକା କାର୍ଯ୍ୟ ଜାରୀ ରଖିଛନ୍ତି।

*ଚିତ୍ରକାର ସେବକ ମାନେ ତିନି ରଥର କୋଣ ଗୁଜ,ପଟା ଗୁଜ ରେ ରଙ୍ଗ ସହ ନାଟ ଗୋଡ଼ରେ ପ୍ରାଇମର ଦେବା ପରେ ରୂପ ଗୁଡ଼ିକର ରଙ୍ଗ କାର୍ଯ୍ୟ କରୁଛନ୍ତି,ଏଥି ସହ ରଥ ପାର୍ଶ୍ଵ ଦେବ ଦେବୀ, ନର୍ତ୍ତକୀ, ଶିଖର ଡମ୍ବରୁ ଇତ୍ୟାଦିରେ ରଙ୍ଗ କାର୍ଯ୍ୟ ସହ ରଥ ବାହ୍ୟ ଅଂଶ ଗୁଡିକରେ ରଙ୍ଗ କାର୍ଯ୍ୟ ଜାରୀ ରଖିଛନ୍ତି ।
*ଦରଜୀ ସେବକ ମାନେ ତିନି ରଥର ବତା କନାରେ ଲେସ ଫିଟିଙ୍ଗ ସହ ଦ୍ଵାର ବେଢ଼ା ଏବଂ ଚନ୍ଦ୍ର ଶାଳୀ ପାଇଁ କନା କଟିଙ୍ଗ ଶେଷ କରି ସେଥିରେ ସିଲଭର ଲେସ ଷ୍ଟିଚିଙ୍ଗ କାର୍ଯ୍ୟ ଜାରୀ ରଖିଛନ୍ତି ।
*ଦୋଳ ବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ କଳସ କଣ୍ଟା, ଦୁଆର ବେଢ଼ା ପାଇଁ କଣ୍ଟା ନିର୍ମାଣ ସହ ତିନି ରଥର ୧୦ ଟି ଲେଖାଏଁ ଗଣ୍ଠି କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି ।

ତା୨୭.୬.୨୦୨୪, ଗୁରୁବାର ରଥଖଳା :
ରଥ ନିର୍ମାଣ କାର୍ଯ୍ୟ ୪୮ ତମ ଦିବସ ରଥ ନିର୍ମାଣକାରୀଙ୍କ ଉପସ୍ଥାନ *ତିନି ରଥ ମହାରଣା ସେବକ – ୭୮ *ତିନି ରଥ ଭୋଇ ସେବକ – ୭୬ *ତିନି ରଥ କରତୀ ସେବକ – ୪ *ତିନି ରଥ କମାର ସେବକ – ୧୭ *ତିନି ରଥ ରୂପକାର ସେବକ – ୨୧ *ତିନି ରଥ ଚିତ୍ରକାର ସେବକ – ୩୫ *ତୁମ୍ବ ବିନ୍ଧ କାରୀଗର – ୨ *ପାହି ମହାରଣା – ୨ *ରଥଖଳା ସହାୟକ(ପାଣିବାଲା ) ୧ ମୋଟ – ୨୩୬ ଜଣ
Dt.27.06.2024
HUNDI COLLECTION
CASH : RS 1,07,712/-
Gold Ornaments :- NIL
Silver Ornaments :- NIL
(ଦେବୀ ପ୍ରସନ୍ନ ଗାଙ୍ଗୁଲି, ଫଟୋ ସାମ୍ବାଦିକ, ପୁରୀ)

No Result
View All Result