ଓଡିଶା ତାଜା ନ୍ୟୁଜ୍ (୭ ଅଗଷ୍ଟ ଶୁକ୍ରବାର) ଜୁନାଗଡ :- କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଆନୁକୂଲ୍ୟରେ ଆଜି ନାନ୍ଦୋଲ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ‘ମୋ ସରକାର’ ଯୋଜନା ମାଧ୍ୟମରେ ହେଉଥିବା ଏହି ରକ୍ତଦାନ ଶିବିରରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ମହାନ୍ତ, ଜୁନାଗଡ ଥାନା ଅଧିକାରୀ ଉତ୍ତମ କୁମାର ସାହୁ, ଥାନା କର୍ମଚାରୀ ତଥା ସ୍ଥାନୀୟ ସରପଞ୍ଚ ଓ ସମାଜସେବୀ ପ୍ରମୁଖ ଉପସ୍ଥିତ ଥିଲେ ଏବଂ ଶିବିରରେ COVID-19 କଟକଣା ଦୃଷ୍ଟିରୁ ସମସ୍ତେ ମାସ୍କ ପିନ୍ଧିଥିଲେ ଓ ସାମାଜିକ ଦୂରତା ବଜାୟ
ରଖାଯାଇଥିଲା । ଏହି ରକ୍ତଦାନ ଶିବିରରେ ୮୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏହି ଶିବିରରେ ନାନ୍ଦୋଲ ଗ୍ରାମ ପଞ୍ଚାୟତ ସରପଞ୍ଚ ମମତା କର, ସ୍ଥାନୀୟ ସମାଜସେବୀ ଯତୀନ୍ଦ୍ର କର, ହାଡ଼ିବନ୍ଧୁ ବିଶ୍ବାଳ,ହିମାଂଶୁ ଭୁଷଣ ପୂଝାରୀ, ବିନୟ କୁମାର ସାହୁ, ରାଜେନ୍ଦ୍ର ଗଡତିଆ ସମେତ ଭବାନୀପାଟଣା ରକ୍ତ ଭଣ୍ଡାର କର୍ମଚାରୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଏହି ଶିବିରରେ ସ୍ଥାନୀୟ ବାସିନ୍ଦା ମାନେ ଯୋଗଦେଇ ରକ୍ତଦାନ କରିଥିଲେ । (ରିପୋର୍ଟ-ଛାୟାକାନ୍ତ ନାଏକ)