• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଶିଳ୍ପାନୁଷ୍ଠାନ : ମହାବିଦ୍ୟାଳୟ ଓ ମିଶନ ଶକ୍ତି ପରିସରଭୁକ୍ତ କରାଯିବ – ମନ୍ତ୍ରୀ ଶ୍ରୀ ସମ୍ପଦ ସ୍ୱାଇଁ

Proprietor Abhimanyu Maharana by Proprietor Abhimanyu Maharana
June 27, 2024
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଶିଳ୍ପାନୁଷ୍ଠାନ : ମହାବିଦ୍ୟାଳୟ ଓ ମିଶନ ଶକ୍ତି ପରିସରଭୁକ୍ତ କରାଯିବ – ମନ୍ତ୍ରୀ ଶ୍ରୀ ସମ୍ପଦ ସ୍ୱାଇଁ
Share on FacebookShare on TwitterWhatsapp

୨୭ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ନିର୍ଦ୍ଦିଷ୍ଟ କେତେକ ଟ୍ରେନି ଛାତ୍ରଛାତ୍ରୀ ମଧ୍ୟରେ ସୀମିତ ନରଖି ଏହାକୁୁ ଶିଳ୍ପାନୁଷ୍ଠାନ, ମହାବିଦ୍ୟାଳୟ ଓ ମିଶନଶକ୍ତି ପରିସରଭୁକ୍ତ କରାଯିବା ଉପରେ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଗୁରୁତ୍ୱାରୋପ କରିଛନ୍ତି । ଆଜି ପୂର୍ବାହ୍ନରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସମ୍ବନ୍ଧରେ ପୁଂଖାନୁପୁଂଖ ସମୀକ୍ଷା କରିବା ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ବିଭିନ୍ନ ଶିଳ୍ପାନୁଷ୍ଠାନ ଓ କମ୍ପାନୀଗୁଡ଼ିକରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ଯୋଗଦାନ ପୂର୍ବରୁ ସେମାନଙ୍କୁ ସୁଦକ୍ଷ କରିବା ଆବଶ୍ୟକ l କମ୍ପାନୀ ଓ ଶିଳ୍ପାନୁଷ୍ଠାନ ବୁଝାମଣାପତ୍ରରେ ଓଡ଼ିଆ ଯୁବକ ଯୁବତୀଙ୍କୁ ସେମାନଙ୍କ ଅନୁଷ୍ଠାନଗୁଡ଼ିକରେ ନିଯୁକ୍ତି ସୁଯୋଗ ପାଇଁ ଚୁକ୍ତିବଦ୍ଧ ହେଉଥିବାବେଳେ ଯୋଗ୍ୟ ପ୍ରାର୍ଥୀମାନେ କୁଶଳୀ ହେବା ନିହାତି ଜରୁରୀ l

ସେଥିପାଇଁ ସେହି ପ୍ରାର୍ଥୀମାନଙ୍କୁ ଦକ୍ଷତା ବିକାଶ ପ୍ରଶିକ୍ଷଣ ଦିଆଯିବା ଆବଶ୍ୟକ l ସ୍ଥଳବିଶେଷରେ କମ୍ପାନୀ ଓ ଶିଳ୍ପାନୁଷ୍ଠାନଗୁଡ଼ିକୁ ମଧ୍ୟ ଉପଯୁକ୍ତ ଟ୍ରେନର ଓ ଭିତ୍ତିିଭୂମି ଯୋଗାଇ ଦେବା ପାଇଁ ଚୁକ୍ତି କରାଯାଇପାରିବ l ଯେଉଁ ଅଞ୍ଚଳରେ ଦକ୍ଷତା ବିକାଶ ଯେତେ ଉନ୍ନତ ସେ ଅଞ୍ଚଳର ଶିଳ୍ପାନୁଷ୍ଠାନ ଓ କମ୍ପାନୀଗୁଡ଼ିକ ସେତିକି ଦକ୍ଷ l  ଏଥିପାଇଁ ଭିଏତ୍‌ନାମ, ସୁଇଜରଲାଣ୍ଡ ଓ ସିଙ୍ଗାପୁର ଇତ୍ୟାଦି ଅଞ୍ଚଳରେ ଉତ୍ପାଦିକତା ମଧ୍ୟ ତୁଳନାତ୍ମକ ଭାବେ ଅଗ୍ରଣୀ ଭୂମିକା ନେଇପାରିଛି l ତେଣୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ବ୍ୟାପକ କରି ଶିଳ୍ପାନୁଷ୍ଠାନ, ମହାବିଦ୍ୟାଳୟ ଓ ମିଶନ ଶକ୍ତି ସହ ଯୋଡ଼ିବା ଆବଶ୍ୟକ l ମହାବିଦ୍ୟାଳୟ ସ୍ତରରେ ମଧ୍ୟ ମହାବିଦ୍ୟାଳୟଗଡ଼ିକରେ ପାଠପଢ଼ା ସମୟରେ ଏହାର ଛାତ୍ରଛାତ୍ରୀ ଓ ପାଠପଢ଼ା ସମୟ ବାହାରେ ଯୁବକ ଯୁବତୀଙ୍କୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ସାମିଲ କରାଯାଇପାରିବ l ସେହିପରି ମିଶନଶକ୍ତି ଓ ଆପ୍ରେଣ୍ଟିସିପ୍‌ ସହ ଦକ୍ଷତା ବିକାଶ ଟ୍ରେନିଂକୁ ଯୋଡ଼ିବାର ଢେର ଆବଶ୍ୟକତା ଅଛି ବୋଲି ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି l

ସମୀକ୍ଷା ମୁତାବକ ୩୦ ଗୋଟି ଜିଲ୍ଲାର ଉଚ୍ଚଶିକ୍ଷା ଅନୁଷ୍ଠାନରେ ୩୦ ଗୋଟି ସ୍କିଲ୍‌-ହବ ପରିଚାଳନା କରାଯିବ l ଏଥିରେ ଉଚ୍ଚଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସମ୍ପର୍କରେ ସଚେତନତା କରାଯିବା ସହ ପ୍ରଶିକ୍ଷଣ ଦିଆଯିବ । ଜୁଲାଇ ୧୫ ତାରିଖରେ “ବିଶ୍ୱ ଯୁବ ଦକ୍ଷତା ଦିବସ” ଅବସରରେ କୌଶଳ ରଥ ଦୁଇଗୋଟି ବସ୍‌ ଦ୍ୱାରା ୩୦ଟି ଜିଲ୍ଲାକୁ ଅତିକ୍ରମ କରିବ l ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ କୌଶଳରଥ ଆରମ୍ଭ କରିବାକୁ ପ୍ରସ୍ତାବ ଅଛି ଯେଉଁଥିରେ ହାଇସ୍କୁଲ, ଆଶ୍ରମ ବିଦ୍ୟାଳୟ, ଶିଶୁ ଯନି ଅନୁଷ୍ଠାନ, ପିଭିଟିଜି (ପ୍ରାଚୀନ ଜନଜାତି) ଅଞ୍ଚଳରେ (ବଣ୍ଡା ଓ ମାଙ୍କଡ଼ିଆ ଇତ୍ୟାଦି) ଏବଂ ଆଇଟିଆଇ ଓ ପଲିଟେକ୍‌ନିକ୍‌ ଉଚ୍ଚଶିକ୍ଷା ଅନୁଷ୍ଠାନ ଉପରେ ଗୁରୁତ୍ୱ ଦିଆଯିବ l ୭ ଗୋଟି ଦକ୍ଷତା ଉପରେ ସଚେତନତା ପାଇଁ ସରକାରଙ୍କ ବିଭିନ୍ନ ବିବରଣୀ, ରୋଲ ମଡେଲ୍‌ ଓ ଉଚ୍ଚଶିକ୍ଷା ସ୍କିମ୍‌ ଏହି କୌଶଳ ଅନ୍‌ ହୁଇଲ୍‌ରେ ଫୋକସ୍‌ ହେବ l ସ୍ଥାନୀୟ ଜନପ୍ରତିନିଧି, ଅଭିଭାବକ, ଛାତ୍ରଛାତ୍ର, ପୂର୍ବତନ ଛାତ୍ରଛାତ୍ରୀଙ୍କୁ ଏଥିରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରାଯିବ ।

ଏହା ବ୍ୟତୀତ ସ୍ୱଳ୍ପ ଅବଧି ଭିତ୍ତିକ ଦକ୍ଷତା କାର୍ଯ୍ୟକ୍ରମ, ଆଇ.ଟି.ଆଇ ଏବଂ ପଲିଟେକ୍‌ନିକ୍‌, ବିଶ୍ୱ ଦକ୍ଷତା କେନ୍ଦ୍ର ଓ ଉଚ୍ଚତର ବୈଷୟିକ ଶିକ୍ଷା ସଂସ୍ଥାନଗୁଡ଼ିକରେ ଦିଆଯାଉଥିବା କାର୍ଯ୍ୟକ୍ରମମାନ ଦୃଶ୍ୟ-ଶ୍ରାବ ଯନ୍ତ୍ର ମାଧ୍ୟମରେ ପ୍ରଚାର କରାଯିବ । ସ୍କିଲ୍‌-ଅନ୍‌-ହ୍ୱିଲ୍‌ ବା କୌଶଳ ରଥରେ ବିଭିନ୍ନ ପ୍ରକାର ପରିଯୋଜନା ଯଥା ବାଳିକାମାନଙ୍କ ପାଇଁ ସୁଦକ୍ଷା, ଅନାଥ ପିଲାଙ୍କ ପାଇ ଗ୍ରୀନ୍‌-ପ୍ୟାସେଜ୍‌ ସ୍କିମ୍‌ ଓ ନୂଆ-ଓ ଏବଂ ପିଏଲ୍‌ଟିପି ଯୋଜନା ସଂପର୍କରେ ସୂଚନା ଦିଆଯିବ । ଏହି କୌଶଳ ରଥ ଅଭିଯାନ ପାଇଁ ମୁଖ୍ୟମନ୍ତ୍ରୀଙ୍କଠାରୁ ସ୍ୱୀକୃତି ଅଣାଯିବ । ଏତଦ୍‌ବ୍ୟତୀତ ଯୁବକମାନଙ୍କୁ ଆତିଥେୟତା ପ୍ରଶିକ୍ଷଣ ପାଇଁ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ପ୍ରଥମ ପର୍ଯ୍ୟାୟରେ ପ୍ରଥମ କୌଶଳ ଭବନ ନିର୍ମାଣ କରାଯାଉଛି । ନିର୍ମାଣ ହେବାକୁ ଥିବା ୧୦ ଗୋଟି କୌଶଳ ଭବନ ମଧ୍ୟରୁ ପ୍ରଥମେ ଗୋଟିଏ ନିର୍ମାଣ ହେବ । ଏହି ଭବନରେ ଯୁବକମାନଙ୍କୁ ଆତିଥ୍ୟ ପ୍ରଶିକ୍ଷଣ ଦେବା ପାଇଁ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ପରିସରରେ ପ୍ରଥମ କୌଶଳ ଭବନ ନିର୍ମାଣ କରାଯାଉଛି l

ଏହି ଭବନରେ ରୋଷେଇ ବିଜ୍ଞାନ, ଖାଦ୍ୟ ଓ ପାନୀୟ, ଗୃହରକ୍ଷୀ ସେବା ଏବଂ ଫ୍ରଣ୍ଟ ଅଫିସ୍‌ ଆସୋସିଏଟ୍‌ ପାଠ୍ୟକ୍ରମରେ ପ୍ରଶିକ୍ଷଣ ପାଇଁ ସୁବିଧା ରହିବ l ଏହି ଭବନରେ ବାର୍ଷିକ  ୪୦୫ ଜଣ ଯୁବକଙ୍କୁ ଦକ୍ଷ କରିବାର କ୍ଷମତା ରହିଛି l ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ ଫେଲୋସିପ୍‌ କାର୍ଯ୍ୟକ୍ରମ ଓ ପ୍ରତିଷ୍ଠାନଗୁଡ଼ିକୁ ର୍ୟାଙ୍କିଂ ପାଇଁ ଜାତୀୟ ଶୈକ୍ଷିକ ର୍ୟାଙ୍କିଂ ଫ୍ରେମ୍‌ୱାର୍କ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ସମୀକ୍ଷା ବୈଠକରେ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ଉପସ୍ଥିତ ରହି ଏ ସମସ୍ତ ତଥ୍ୟ ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ବିଭାଗର ନିର୍ଦ୍ଦେଶିକା ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ l

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜନ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପରିଦର୍ଶନ କଲେ ସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟ

ଜନ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପରିଦର୍ଶନ କଲେ ସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟ

October 14, 2026
ସୁରଭି ମଞ୍ଚରେ ଝଲସିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା : ୪ଟି ବର୍ଗରେ ୩୬ ପ୍ରତିଯୋଗିତା ଆୟୋଜିତ

ସୁରଭି ମଞ୍ଚରେ ଝଲସିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା : ୪ଟି ବର୍ଗରେ ୩୬ ପ୍ରତିଯୋଗିତା ଆୟୋଜିତ

October 13, 2026
ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି !

ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି !

October 13, 2026
କନ୍ଧମାଳଜିଲ୍ଲା ସ୍ତରୀୟ ୨ୟ ଚେସ ଖେଳ ପ୍ରତିଯୋଗିତା

କନ୍ଧମାଳଜିଲ୍ଲା ସ୍ତରୀୟ ୨ୟ ଚେସ ଖେଳ ପ୍ରତିଯୋଗିତା

October 13, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜନ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପରିଦର୍ଶନ କଲେ ସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟ

ଜନ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପରିଦର୍ଶନ କଲେ ସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟ

October 14, 2026
ସୁରଭି ମଞ୍ଚରେ ଝଲସିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା : ୪ଟି ବର୍ଗରେ ୩୬ ପ୍ରତିଯୋଗିତା ଆୟୋଜିତ

ସୁରଭି ମଞ୍ଚରେ ଝଲସିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା : ୪ଟି ବର୍ଗରେ ୩୬ ପ୍ରତିଯୋଗିତା ଆୟୋଜିତ

October 13, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version