No Result
View All Result
୨୭ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ବର୍ତ୍ତମାନ ସମୟରେ ରୋଜଗାର କରିବା ପାଇଁ ଯୁବକମାନେ ସାମାଜିକ ଗଣ ମାଧ୍ୟମର ଇନଷ୍ଟାଗ୍ରାମ,ଫେସ ବୁକ ଓ ୟୁ ଟ୍ୟୁବ ଭଳି ପନ୍ଥାକୁ ଆପଣେଇଛନ୍ତି । ଏଥିରେ ବେଶ ଦୁଇ ପଇସା ପାଇ ପରିବାରର ଆର୍ଥିକ ବୋଝକୁ ଲାଘବ କରିବାରେ ସକ୍ଷମ ହୋଇ ପାରିଥିବା ସ୍ଥଳେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟଛନ୍ତି। ଏହାର ଜ୍ବଳନ୍ତ ଉଦାହରଣ ହେଉଛି ବେଗୁନିଆ ବ୍ଲକ ଅନ୍ତର୍ଗତ କୁଶପଲା ଗ୍ରାମର ଅଜମତ ଖାଁ ଓ ଜାହିଦା ବିବିଙ୍କ ପୁଅ ଅସଫର ଖାଁ (୨୩) ।
ସେ ଯୁକ୍ତ ଦୁଇ ପଢ଼ିବା ସମୟରୁ ୟୁ ଟ୍ୟୁବ ପ୍ରତି ଆଗ୍ରହ ସୃଷ୍ଟି ହେବା ସହ ସାମାଜିକ ସଚେତନତା ଭିତ୍ତିକ “ଓଡ଼ିଆ କମେଡି ଅଲୱେଜ” ରେ ପୁଲିସ ହେଲା ବାୟା, ହରି ମାଇପ, କ୍ରିସ ୪ ଓ ନଟିଆ କମେଡି ଭଳି ଭିଡିଓକୁ ପରିବେଷଣ କରିଛନ୍ତି । ଯାହାକି ଏହା ୩ ଲକ୍ଷରୁ ଉର୍ଦ୍ଧ୍ବ ଦର୍ଶକ ଅନୁସରଣ କରି ପାରିଥିବାରୁ ମାସକୁ ପ୍ରାୟ ୧୫ ରୁ ୨୦ ହଜାର ଟଙ୍କା ଲେଖାଏଁ ମିଳି ପାରିଛି ବୋଲି ଅସଫର କହିଛନ୍ତି। ଏହାକୁ ନେଇ ବାପା ଓ ମା ଖୁସି ହେବା ସହ ସ୍ଥାନୀୟ ଅଞ୍ଚଳର ଆଗ୍ରହୀ ଯୁବକ ମାନେ ଏହି ପଥକୁ ଅନୁସରଣ କରିବା ପାଇଁ ତାଙ୍କ ପଛରେ ଲମ୍ୱାଧାଡ଼ି ଲଗାଇଛନ୍ତି ।
No Result
View All Result