୨୬ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ଆସନ୍ତା ଜୁଲାଇ ୭ତାରିଖରେ ଓଡ଼ିଶାରେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହିଞ୍ଜିଳିକାଟୁରେ ପବିତ୍ର ରଥଯାତ୍ରା ଅନୁଷ୍ଠିତ ହେବ। ଏହି ପ୍ରସିଦ୍ଧ ରଥଯାତ୍ରା ସହରରେ ଉତ୍ସାହ, ଶାନ୍ତି, ଶୃଙ୍ଖଳାର ସହିତ କିପରି ପାଳନ କରାଯିବ ସେଥିଲାଗି ବୁଧବାର ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଥଲା।ପୌର ପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇଙ୍କ ଅଧ୍ୟକ୍ଷତାରେ ପୋୖର ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ପୋୖର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା ଉପସ୍ଥିତ ଅଧିକାରୀ ଓ କମିଟି ସଦସ୍ୟଙ୍କୁ ବୈଠକର ଆଲୋଚ୍ୟ କାର୍ଯ୍ୟସୂଚୀ ସମ୍ପର୍କରେ ସୂଚନା ଦେଇଥିଲେ ।
ତହସିଲଦାର ଭିକାରୀ ସାହୁ ଆଗାମୀ ପବିତ୍ର ରଥଯାତ୍ରା କିପରି ଶାନ୍ତି ଶୃଙ୍ଖଳା ଓ ସଫଳତାର ସହିତ ମହାପ୍ରଭୁଙ୍କର ନୀତିକାନ୍ତି ଅନୁସାରେ ପାଳନ କରାଯିବ, ସେ ଦିଗରେ ସମସ୍ତଙ୍କର ସମନ୍ଵୟ ଓ ସହଯୋଗ କାମନା କରିଥିଲେ ।ରଥଯାତ୍ରା ସମୟରେ ଭକ୍ତଙ୍କ ସମାଗମକୁ ଆଖି ଆଗରେ ରଖି ସହରରେ ଆବଶ୍ୟକ ଟ୍ରାଫିକ ସମସ୍ୟାର ନିୟନ୍ତ୍ରଣ, ରାସ୍ତାର ଉଭୟ ପାର୍ଶ୍ଵରେ ଥିବା ନାଳ, ଆବର୍ଜନା ସଫେଇ, ପାନୀୟ ଜଳର ବ୍ୟବସ୍ଥା, ଜରୁରୀ ଚିକିତ୍ସା ବ୍ୟବସ୍ଥା, ଶାନ୍ତି ଶୃଙ୍ଖଳା ରକ୍ଷା ସକାଶେ ଆବଶ୍ୟକ ପୋଲିସ ମୁତୟନ, ବିଜୁଳି ସେବାର ବ୍ୟବସ୍ଥା, ଅଗ୍ନିଶମ ସେବାର ପ୍ରସ୍ତୁତି ଇତ୍ୟାଦି ବିଷୟରେ ଆଲୋଚନା ହୋଇଥିଲା ।
ବିଭିନ୍ନ ବିଭଗର ଉପସ୍ଥିତ ଅଧିକାରୀମାନେ ନିଜ ନିଜ ଭିତରେ ସମନ୍ଵୟ ରକ୍ଷା କରି ସୁଚାରୁରୂପେ ଦାୟିତ୍ୱ ତୁଳାଇବା ପାଇଁ ସହମତି ପ୍ରକାଶ କରିଥିଲେ । ବୈଠକରେ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟଙ୍କ ପୂର୍ଣ୍ଣ ସହଯୋଗ ମଧ୍ୟ କାମନା କରିଥିଲେ । ବୈଠକରେ ଅତିରିକ୍ତ ଥାନା ଭାରପ୍ରାପ୍ତ ଅଧିକାରୀ ପଦ୍ମ ଲୋଚନ ଭଟ୍ଟ, ଅବକାରୀ ଥାନା ସହ ନିରୀକ୍ଷକ ସୁମିତ୍ରା ବିଶି ଓ ଅବକାରୀ ଉପ ସହ ନିରୀକ୍ଷକ ସୁଶାନ୍ତ କୁମାର ବେହେରା, ଅଗ୍ନିଶମ ବିଭାଗ କେନ୍ଦ୍ରୀୟ ଅଧିକାରୀ ବାଗରାଇ ମୂର୍ମୁ, ପୌର ଯନ୍ତ୍ରୀ ମୁକେଶ ପ୍ରଧାନ,କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ,ଦିଲ୍ଲୀପ କୁମାର ମିଶ୍ର,ପାବନ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର , ରଙ୍ଗଣି ସାହି ଓ ପାଟଣା ସାହି ମନ୍ଦିର ପରିଚାଳନା କମିଟିରର ସମସ୍ତ ସଦସ୍ୟଙ୍କ ସମେତ ସହରର ବୁଦ୍ଧିଜୀବି ଓ ପୌର କର୍ମଚାରୀ ପ୍ରମୂଖ ଉପସ୍ଥିତ ଥିଲେ ।