ଓଡିଶା ତାଜା ନ୍ୟୁଜ୍ (୭ ଅଗଷ୍ଟ ଶୁକ୍ରବାର) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲାର ପ୍ରମୁଖ ବ୍ୟବସାୟୀକ ପେଣ୍ଠସ୍ଥଳୀ କେସିଙ୍ଗା ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ସହରର ୫ଟି ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ସହରର ୫ଜଣ କରୋନାରେ ଆକ୍ରାନ୍ତ ହେବାପରେ ୱ।ର୍ଡ ନଂ ୬,୯,୧୦,୧୧ ଓ ୭ ନଂର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନରେ ରଖାଯାଇଛି ।
ସେହିପରି ଏଫସିଆଇକୁ ଆସନ୍ତା ୭ ଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି ଏଫସିଆଇ କର୍ତ୍ତୃପକ୍ଷ । ଏଫସିଆଇର ୨୨ଜଣ କର୍ମଚାରୀଙ୍କ କରୋନା ଟେଷ୍ଟରେ ୩ ଜଣ କରୋନା ପଜିଟିଭ ଚିହ୍ନଟ ହେଲା ପରେ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । (ରିପୋର୍ଟ – ପ୍ରଦୀପ କୁମାର ଗଉଡ)