ଓଡିଶା ତାଜା ନ୍ୟୁଜ୍ ( ୭ ଅଗଷ୍ଟ ଶୁକ୍ରବାର) ହିଞ୍ଜିଳିକାଟୁ :- କିଛି ଦିନର ନିରବତା ପରେ ପୁଣି ଥରେ ସ୍ଥାନୀୟ ଅଂଚଳର ବାଲି ମାଫିଆ ମାନେ ସକ୍ରିୟ ହୋଇ ଉଠିଛନ୍ତି । ମହାମାରୀ କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହିତ କରିବା ସକାଶେ ସ୍ଥାନୀୟ ରାଜସ୍ୱ କର୍ମଚାରୀ ଓ ପ୍ରଶାସନିକ ଅଧିକାରୀ ମାନେ ଉଦ୍ୟମ କରି ଆସୁଛନ୍ତି । ପ୍ରଶାସନର ଏଭଳି କାର୍ଯ୍ୟରେ ବ୍ୟସ୍ତତା ମଧ୍ୟରେ ବାଲି ମାଫିଆ ମାନେ ନିଜର ଚୋରା କାରବାର ଚଲାଇ ଆସୁଛନ୍ତି । ଗୁରୁବାର ବିଳମ୍ବିତ ରାତିରେ ସ୍ଥାନୀୟ ରାଜସ୍ୱ କର୍ମଚାରୀ ମାନେ ଅର୍ତକିତ ଚଢାଉ କରିଥିଲେ । ଋଷିକୂଲ୍ୟା ନଦୀରୁ ବାଲି ନେଇ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ରାଜ୍ୟକୁ ଚାଲାଣ କରୁଥିବା ବେଳେ ବାଲି ବୋଝେଇ ୨ ଓ୍ରାକ୍ଟର ଓ ୨ ଟ୍ରକକୁ ଜବତ କରାଯାଇଥିଲା । ଜବତ ଗାଡ଼ିରୁ ୩୬ ହଜାର ୮ଶହ ଟଙ୍କା ଜୋରିମାନା ଆଦାୟ କରାଯାଇଛି ।
ହିଞ୍ଜିଳିକାଟୁ ଅତିରିକ୍ତ ତହସିଲଦାର ଦେବରାଜ ପାତ୍ରଙ୍କ ତତ୍ୱାବଧାନରେ ବୁରୁପୋଡ଼ା ରାଜସ୍ୱ ନିରୀକ୍ଷକ ସୁଧାଶୁଂ ଶେଖର ପାଣିଗ୍ରାହୀ, ଅମିନ ନିଳମଣି ମହାନ୍ତି, ନିରଞ୍ଜନ ସାହୁ, ପ୍ରମୋଦ କୁମାର ପାଢି ପ୍ରମୁଖ ଚଢାଉରେ ଅଂଶ ଗ୍ରହଣ କରିଥିଲେ । ଆଗାମୀ ଦିନରେ ବାଲି ଚୋରା ଚାଲାଣ କରୁଥିବା ଗାଡ଼ି ଗୁଡ଼ିକ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଠାରୁ ଜୋରିମାନା ଆଦାୟ କରାଯିବ ବୋଲି ଅତିରିକ୍ତ ତହସିଲଦାର ପାତ୍ର କହିଛନ୍ତି । ଗୁରୁବାର ଚଢାଉ ପରେ ଅଂଚଳର ବାଲି ମାଫିଆଙ୍କ ମଧ୍ୟରେ ପୁଣି ଥରେ କୋକୁଆ ଭୟ ସୃଷ୍ଟି ହୋଇଛି । ( ରିପୋର୍ଟ -ଶେଷଦେବ ସାହୁ )