୨୫ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ସଂପୁରସ୍ଥିତ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟକୁ ମଙ୍ଗଳବାର ଦିନ ଖୋର୍ଦ୍ଧା ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟର ଶୈକ୍ଷିକ ସଂଯୋଜିକା ରାଜଶ୍ରୀ ପଟ୍ଟନାୟକ ଏବଂ ବୋଲଗଡ଼ ମଣ୍ଡଳ ସଂଯୋଜକ କୈଳାସ ନାଥ ସ୍ବାଇଁ ପରିଦର୍ଶନରେ ଆସିଥିଲେ ।ବିଦ୍ୟାଳୟ ନିରାପତ୍ତା ସପ୍ତାହ ପାଳନ କିପରି ପାଳିତ ହେଲା ବୋଲି ଶ୍ରୀମତୀ ପଟ୍ଟନାୟକ ପ୍ରଶ୍ନ କରିବାରେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ବାଇଁ ମତବ୍ୟକ୍ତ କରିଥିଲେ ଅନୁଯାୟୀ ଶିକ୍ଷକ ବିଭୂପ୍ରସାଦ ମହାପାତ୍ରଙ୍କ ତତ୍ତ୍ଵବଧାନରେ ସମସ୍ତ କାର୍ଯ୍ୟ ସମାପିତ ହୋଇଛି ।

ତାପରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଡକାଇ ବିଦ୍ୟାଳୟ ପରାମର୍ଶ କମିଟିର ସଭ୍ୟ ଅଂଶୁମାନ ଧଳ ଓ ସଭ୍ୟା ଶ୍ରୋତାଲିନୀ ସାହୁଙ୍କୁ ଉକ୍ତ ସପ୍ତାହ ପାଳନରେ ହୋଇଥିବା କାର୍ଯ୍ୟରେ କେଉଁ ଶିକ୍ଷକ ଓ ଶିକ୍ଷୟିତ୍ରୀ କିପରି ସହଯୋଗ କରିଥିଲେ ପଚାରିବାରେ ସେମାନେ କହିଥିଲେ ପ୍ରଧାନ ଶିକ୍ଷକ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ମାର୍ଗଦର୍ଶିକା ସମ୍ପର୍କରେ ବିଷଦ ଭାବରେ ଆଲୋଚନା କରିଥିଲେ ଏବଂ ଏଥିପାଇଁ ଆସିଥିବା ସରକାରୀ ଅନୁଦାନର ବିନିଯୋଗ ସମ୍ବନ୍ଧରେ ଅବଗତ କରିଥିଲେ ! ଛାତ୍ରମାନଙ୍କୁ ଶିକ୍ଷକ ବିଚିତ୍ର ଘଡ଼େଇ, ବିଶ୍ୱଜିତ ସରୋଜ କୁମାର ଓ ଶିକ୍ଷୟିତ୍ରୀ ସ୍ମିତାସିନ୍ଧୁ ମହାପାତ୍ର, ଛାତ୍ରୀମାନଙ୍କୁ ସ୍ଵର୍ଣ୍ଣଲତା ପ୍ରଧାନ, ଦିପ୍ତୀରଞ୍ଜନ ଦାସ ବିଦ୍ୟାଳୟ ନିରାପତ୍ତା ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ !

ସୌଦାମିନୀ ସୁବୁଦ୍ଧି ଓ ନମିତା ସାହୁଙ୍କ ତତ୍ଵାବଧାନରେ ଶ୍ରମିକମାନଙ୍କ ଦ୍ୱାରା ବିଦ୍ୟା୍ଳୟ ହତାସଫା କରାଯାଇଥିଲା । ବରିଷ୍ଠ ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ମିସ୍ତ୍ରୀ ଛାତ ଓ କାନ୍ଥରେ ଥିବା ଫାଟଗୁଡିକୁ ମରାମତି କରାଯାଇଥିଲା ।ଏହା ଶୁଣିସମ୍ପୃକ୍ତ ରେଜିଷ୍ଟର ତଦାରଖ କରି ସେ ଖୁସି ବ୍ୟକ୍ତ କରିଥିଲେ । ତାପରେ ଶ୍ରୀମତୀ ପଟ୍ଟନାୟକ ସହଶୈକ୍ଷିକ ପିରିୟଡ଼ରେ ପ୍ରାକୃତିକ ଵିପର୍ଯ୍ୟାୟ ପରିଚାଳନା ସମ୍ପର୍କରେ ସମସ୍ତ ବିଦ୍ୟାର୍ଥୀଙ୍କୁ ସଚେତନ କରିବା ଏବଂ ଏଫ. ଏଲ.ଏନ କର୍ଣ୍ଣର ପ୍ରସ୍ତୁତ କରି ବାର୍ଷିକ କ୍ୟା୍ଲେଣ୍ଡରକୁ ଭିତିକରି ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଶ୍ରେଣୀ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ ।ମଣ୍ଡଳ ସଂଯୋଜକ ଶ୍ରୀ ସ୍ବାଇଁ ବିଦ୍ୟାଳୟ ଉନ୍ନତି ନିମନ୍ତେ ବିଭିନ୍ନ ଯୋଜନା ପ୍ରସ୍ତୁତ କରିବାକୁ ପ୍ରସ୍ତାବ ଦେଇଥିଲେ ।