ଓଡିଶା ତାଜା ନ୍ୟୁଜ୍ ( ୭ ଅଗଷ୍ଟ ଶୁକ୍ରବାର) ଢେଙ୍କାନାଳ :- ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଏନ୍ ଏ ସି ର ୱାର୍ଡ ନଂ ର ଜଣେ ୬୧ବର୍ଷୀୟ ପୁରୁଷ ବ୍ୟକ୍ତିଙ୍କ କଟକ ବଡ଼ ମେଡ଼ିକାଲରେ କରୋନା ଜନିତ ମୃତ୍ୟୁ ହୋଇଛି । ଉକ୍ତ ବ୍ୟକ୍ତି ଜଣକ ପୂର୍ବରୁ ଡାଇବେଟିସ ଓ ଉଚ୍ଚ ରକ୍ତଚାପ ଜନିତ ରୋଗରେ ପୀଡିତ ଥାଇ କଟକ ବଡ଼ ମେଡ଼ିକାଲରେ ଆଡ଼ମିଶନ କରିଥିଲେ । ଚିକିତ୍ସାଧୀନ ଥିବା ଅବସ୍ଥାରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା ଏବଂ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିଲା । ସେଥିପାଇଁ ତାଙ୍କୁ ଏହି ମେଡ଼ିକାଲର ଆଇସୋଲେସନ୍ ୱାର୍ଡରେ ସମସ୍ତ ପ୍ରକାରର କୋଭିଡ୍ ଚିକିତ୍ସା କରାଯାଇଥିଲା ଏବଂ
ଭେଣ୍ଟିଲେଟର୍ ମଧ୍ୟ ଲଗାଯାଇଥିଲା । ସମସ୍ତ ଚିକିତ୍ସା ପରେ ଉକ୍ତ ବ୍ୟକ୍ତି ଗତ ତା ୪/୮/୨୦୨୦ରିଖ ଅପରାହ୍ନ ୧:୪୫ମି ସମୟରେ ମୃତ୍ୟୁ ବରଣ କରିଥିଲେ । ତାଙ୍କର ମୃତ୍ୟୁର କାରଣ ପାଇଁଁ ଡେଥ୍ ଅଡିଟିଙ୍ଗ୍ କଲାପରେ ଚୁଡାନ୍ତ ନିଷ୍ପତି ନିଆଗଲା ଯେ, ତାଙ୍କର ଟାଇପ୍-୨ ଡାଇବେଟିସ ଓ ଉଚ୍ଚ ରକ୍ତଚାପ ଯୋଗୁ ଶରୀର ଗଭୀର ଅସୁସ୍ଥ ଥିଲା ଏବଂ କରୋନା ସଂକ୍ରମଣ ଯୋଗୁ ମୃତ୍ୟୁ ହୋଇଛି । (ରିପୋର୍ଟ – ଆମର ରଞ୍ଜନ ଦାସ)