No Result
View All Result
୨୪ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :-> ଗଜପତି ଜିଲ୍ଲା ମୋହନା ଥାନା ରାଇସିଂ ଛକରେ ମିନି ଟ୍ରକ ସହ ୭୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି ପୋଲିସ l ତେବେ ଏହି ଗଞ୍ଜେଇ ଚୋରା ଚାଲାଣ କରୁଥିବା ମାଫିଆ ରାସ୍ତାରେ ଗାଡ଼ି ରଖି ଘଟଣା ସ୍ଥଳରୁ ଚଂପଟ୍ ମାରିଛି l ତନାଘନା କରୁଛି ପୋଲିସ୍ l ଖୁବ୍ ଶିଘ୍ର ଅଭିଯୁକ୍ତ କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ବସନ୍ତ ସେଠୀ କହିଛନ୍ତି l
ପୋଲିସ୍ ସୁତ୍ରରୁ ମିଳିଥିବା ସୂଚନା ପ୍ରକାର ଶନିବାର ଅପରାହ୍ନ ରେ ମୋହନା ଥାନା ଏସଆଇ ସୌମ୍ୟ ରଞ୍ଜନ ବରାଳ ଓ ଟିମ୍ ରାଇସିଂ ଛକରେ ପେଟ୍ରଲିଂ କରୁଥିଲେ l ଏହି ସମୟରେ ଅଡବା ଅଞ୍ଚଳରୁ ଏକ ୪୦୭ ମିନି ଟ୍ରକ୍ ନମ୍ୱର (ଓଆର୦୭ଏଚ ୯୫୮୧) ଦୃତ ଗତିରେ ଯାଉଥିବା ଦେଖି ପିଛା କରିଥିଲେ ପୋଲିସ୍ ଟିମ୍ l ଟ୍ରକ ଡ଼୍ରାଇଭର ଗାଡ଼ି ରଖି ଘଟଣା ସ୍ଥଳରୁ ଚମ୍ପଟ୍ ମାରିଥିଲା l
ପୋଲିସ୍ ମିନି ଟ୍ରକ କୁ ଯାଞ୍ଚ ପରେ ଏଥିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଜଣାପଡିଥିଲା l ପରେ ମୋହନା ତହସିଲଦାର ସତ୍ୟବାନ ନାୟକଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇଥିଲା l ଓଜନ ପରେ ଏଥିରେ ୭ କୁଇଣ୍ଟlଲ ୫୦ କିଲୋ ଗଞ୍ଜେଇ ଥିବା ଜଣାପଡିଥିଲା l ଜବତ ଗଞ୍ଜେଇ ର ମୁଖ୍ୟ ୭୫ ଲକ୍ଷ ଟଙ୍କା ହେବ l ଏହି ଗଞ୍ଜେଇ ଅଡବା ଅଞ୍ଚଳରୁ ବ୍ରହ୍ମପୁର ଚୋରା ଚାଲାଣ ହେଉଥିଲା ବୋଲି ଥାନା ଅଧିକାରୀ କହିଛନ୍ତି l
No Result
View All Result