୨୪ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭାପୁର :-> ଫତେଗଡ଼ ଥାନାରେ ନୂତନ ଭାବେ ଯୋଗ ଦେଇଥିବା ଥାନା ଅଧିକାରୀ ପଞ୍ଚାନନ ପରିଡାଙ୍କ ଆବାହକତ୍ୱରେ ଭାପୁର ବ୍ଲକ ଅଞ୍ଚଳର ସାମ୍ବାଦିକମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ସୋମବାର ସନ୍ଧ୍ୟାରେ ଥାନା ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଅଛି ! l ଭାପୁର, ପଦ୍ମାବତୀ ଓ ସୁନାଖଳାରେ ହେବାକୁ ଥିବା ଆଗାମୀ ରଥଯାତ୍ରାକୁ ଶୃଙ୍ଖଳିତ କରିବାକୁ ବିଭିନ୍ନ ଦିଗ ପ୍ରତି ଆଲୋଚନା ହୋଇଥିଲା l

ଏତଦ ବ୍ୟତୀତ ଅଂଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି, ଭାପୁର ଏବଂ ବାହାଡା ଛକରେ ଟ୍ରାଫିକ ସମସ୍ୟା, ଚୋରା ମଦ କାରବାର, ମଦୁଆଙ୍କ ଉପଦ୍ରଵ, ଚୋରି ଡକାୟତି ରାହାଜାନି ଆଦିକୁ ନିୟନ୍ତ୍ରଣ କରିବା କ୍ଷେତ୍ରରେ ଫତେଗଡ଼ ଥାନା ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ଉପରେ ସାମ୍ବାଦିକମାନେ ମତାମତ ଉପସ୍ଥାପନ କରିଥିଲେ l ଅଟ୍ରୋସିଟି ଆକ୍ଟ, ଘରୋଇ ହିଂସା,

ମିଥ୍ୟା ଅଭିଯୋଗ ଫର୍ଦ ଆଦି କ୍ଷେତ୍ରରେ ଆଇନର ଦୁରୁପଯୋଗ ନହେବା ନେଇ ମତାମତ ପ୍ରକାଶ ପାଇଥିଲା l ଏହି ବୈଠକରେ ଥାନା ଅଧିକାରୀ ପଞ୍ଚାନନ ପରିଡା ଅଂଚଳରେ ଆଇନ ଶୃଙ୍ଖଳାକୁ ବଜାୟ ରଖିବାସହ ଅପରାଧିକ କାର୍ଯ୍ୟକଳାପ ପ୍ରତି ଫତେଗଡ଼ ଥାନା ପକ୍ଷରୁ ସମସ୍ତ ପ୍ରକାର କାର୍ଯ୍ୟାନୁଷ୍ଠାନ ତତ୍ପରତା ସହ ଗ୍ରହଣ କରାଯିବା ନେଇ ସୂଚନା ପ୍ରଦାନ କରିଥିଲେ l
















