ଆମେରିକାର ସର୍ବବୃହତ ସ୍ୱାସ୍ଥ୍ୟ ଏଜେନ୍ସି ସିଡିସି ଏକ ସତର୍କ ଜାରି କରିଛି – ପିଆଜ ନଖାଇବାକୁ ସିଡିସି ଆଦେଶ ଦେଇଛି ।

ଓଡିଶା ତାଜା ନ୍ୟୁଜ୍ (୭ ଅଗଷ୍ଟ ଶୁକ୍ରବାର) ଆମେରିକାର :- କରୋନା ସଙ୍କଟ ସମୟରେ ଆମେରିକାର ଅନେକ ରାଜ୍ୟରେ ଆଉ ଏକ ନୂଆ ରୋଗ ବ୍ୟାପିବାରେ ଲାଗିଛି । ଏହି ରୋଗ ବ୍ୟାପିବାର କାରଣ ହେଉଛି ଲାଲ୍ ଓ ହଳଦିଆ ରଙ୍ଗର ପିଆଜ । ବର୍ତ୍ତମାନ ସୁଦ୍ଧା ଆମେରିକାର ୩୪ଟି ରାଜ୍ୟରେ ୪୦୦ରୁ ଅଧିକ ଲୋକ ଏହି ରୋଗରେ ପୀଡିତ ଥିବା ବେଳେ ପିଆଜ ଖାଇବାରେ ସତର୍କ ରହିବାକୁ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି ।

ଆମେରିକାର ବହୁ ରାଜ୍ୟରେ ଲାଲ ଓ ହଳଦିଆ ପିଆଜରୁ ସୈଲମାନେଲାର ବ୍ୟାକ୍ଟେରିଆ ବ୍ୟାପିବାରେ ଲାଗିଛି । ଆମେରିକାର ସର୍ବବୃହତ ସ୍ୱାସ୍ଥ୍ୟ ଏଜେନ୍ସି ସିଡିସି ଏକ ସତର୍କ ଜାରି କରିଛି । ଥୋମସନ ଇଣ୍ଟରନେସନାଲ ନାମକ କମ୍ପାନୀ ଦ୍ୱାରା ଯୋଗାଉଥିବା ପିଆଜ ନଖାଇବାକୁ ସିଡିସି ଆଦେଶ ଦେଇଛି ।