୨୨ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ବ୍ରଜ ଆଇରନ ଆଣ୍ଡ ଷ୍ଟିଲ ଲିମିଟେଡର ଇନିସିଆଲ ପବ୍ଲିକ ଅଫର ୨୦୨୪ ଜୁନ ୨୬ରେ ଖୋଲିବ । କମ୍ପାନି ପକ୍ଷରୁ ଏହି ଅଫରରେ ୧୭୧ କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି । ଆଙ୍କର ନିବେଶକମାନେ ୨୦୨୪ ଜୁନ ୨୫ ମଙ୍ଗଳବାର ବିଡ ଦାଖଲ କରିପାରିବେ । ବିଡ ଦାଖଲର ଶେଷ ତାରିଖ ୨୦୨୪ ଜୁନ ୨୮ରେ ରହିଛି । ଏହି ଅଫରରେ ଇକ୍ୱିଟି ସେୟାର ପିଛା ଦର ୧୯୫ ଟଙ୍କାରୁ ୨୦୭ ଟଙ୍କା ମଧ୍ୟରେ ଧାର୍ଯ୍ୟ କରାଯାଇଛି । ନିବେଶକମାନେ ସର୍ବନିମ୍ନ ୭୨ଟି ଇକ୍ୱିଟି ସେୟାର ପାଇଁ ବିଡ ଦାଖଲ କରିପାରିବେ ଏବଂ ସେଥିରେ ୭୨ ଲେଖାଏଁ ସେୟାର ଯୋଡ଼ିପାରିବେ ।


ଏହି ଅଫରର ବୁକ ରନିଂ ଲିଡ ମ୍ୟାନେଜର ହେଉଛି ଆର୍ଯ୍ୟମାନ ଫାଇନାନ୍ସିଆଲ ସର୍ଭିସେସ ଲିମିଟେଡ । ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟମ ଅନୁସାରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ରାଶିକୁ ଯୋଗ୍ୟ ସଂସ୍ଥାଗତ କ୍ରେତା (କ୍ୟୁଆଇବି)ଙ୍କୁ ଜାରି କରାଯିବ । ବୁକ ରନିଂ ଲିଡ ମ୍ୟାନେଜରଙ୍କ ସହ ଆଲୋଚନା କରି ତାହାର ୬୦ ପ୍ରତିଶତ ଇକ୍ୱିଟି ସେୟାରକୁ ଆଙ୍କର ନିବେଶକମାନଙ୍କ ଲାଗି ରଖାଯିବ । ଆଙ୍କର ନିବେଶକଙ୍କ ଭାଗର ଏକ ତୃତୀୟାଂଶ ଇକ୍ୱିଟି ସେୟାର ମ୍ୟୁଚୁଆଲ ଫଣ୍ଡ ପାଇଁ ରହିବ । କ୍ୟୁଆଇବିଙ୍କ ଭାଗର ୫ ପ୍ରତିଶତ ଇକ୍ୱିଟି ସେୟାର ସ୍ୱତନ୍ତ୍ର ଭାବେ ମ୍ୟୁଚୁଆଲ ଫଣ୍ଡ ଲାଗି ରହିବ । ଇସ୍ୟୁର ୧୫ ପ୍ରତିଶତ ଇକ୍ୱିଟି ସେୟାରକୁ ସମାନୁପାତିକ ଭିତିରେ ଅଣ ସଂସ୍ଥାଗତ ବିଡରମାନଙ୍କ ପାଇଁ ରଖାଯିବ । ତାହାର ୩୫ ପ୍ରତିଶତ ଇକ୍ୱିଟି ସେୟାରକୁ ଖୁଚୁରା ନିବେଶକମାନଙ୍କ ଲାଗି ଉପଲବ୍ଧ କରାଯିବ. 












