No Result
View All Result
୨୨ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଘମାରି :-> ବାଘମାରି କଣ୍ଟିଲୋ ରାସ୍ତାର ଗୋବିନ୍ଦପୁର ନିକଟରେ ଦୁର୍ଘଟଣା। ଜଣେ ସ୍କୁଟି ଆରୋହୀ ମୃତ । ସୂଚନା ଅନୁଯାୟୀ ସିମର ଠାରୁ କୋଦୁଅବେରଣୀ ପର୍ଯ୍ୟନ୍ତ ଦୀର୍ଘ ଦେଢ଼ ମାସରୁ ଉର୍ଦ୍ଧ ସମୟ ଧରି ବେଆଇନ ଭାବେ ରାସ୍ତା କଡ଼ରେ ଠିକାଦାର ମୋରମ ଗଦେଇବା କାରଣରୁ ଆଜି ଗୋଟିଏ ନିରୀହ ଜୀବନ ଯାଇଛି ।

ଖୋର୍ଦ୍ଧା ମଳିପଡା ଅଞ୍ଚଳର ହରେକୃଷ୍ଣ ବେହେରା ନିଜ ସ୍କୁଟି ଯୋଗେ କଳାପଥର କଣ୍ଟିଲୋ ଅଭିମୁଖେ ଯାଉଥିବା ବେଳେ ଗୋବିନ୍ଦପୁର ଗେଡିଆପଲ୍ଲୀ ମଝିରେ ଗଦା ହୋଇଥିବା ମୋରମ ପାଇଁ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବରେ ଥିବା ଗଛରେ ପିଟି ହୋଇଥିଲେ। ଯାହା ଫଳରେ ସ୍କୁଟିଟି ଭାଙ୍ଗି ଚୂର୍ ମାର୍ ହୋଇଥିବା ବେଳେ ଉକ୍ତ ସ୍କୁଟି ଆରୋହୀ ଜଣଙ୍କ ସେଠାରେ ଗୁରୁତର ଅବସ୍ଥାରେ ପଡ଼ିରହିଥିଲେ।

ସ୍ଥାନୀୟ ଲୋକ ପହଞ୍ଚି ସ୍କୁଟି ଆରୋହୀକୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ମେଡିକାଲ ସ୍ଥାନାନ୍ତର କରିଥିଲେ , ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ ପୋଲିସ ଖବର ପାଇ ଘଟଣା ସ୍ଥଳରେ ତଦନ୍ତ କରୁଥିବା ଦେଖା ଦେଇଛି। ତେବେ ଏଥିରେ ପୂର୍ତ୍ତ ବିଭାଗର ଅଧିକାରୀଙ୍କ ଉଦାସୀନତା ଓ ଠିକାଦାରର ମନମାନି କାର୍ଯ୍ୟକୁ ସମ୍ପୂର୍ଣ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ।

No Result
View All Result