ଓଡିଶା ତାଜା ନ୍ୟୁଜ୍ (୭ ଅଗଷ୍ଟ ଶୁକ୍ରବାର) ପାରଳଖେମୁଣ୍ଡି :- ପାରଳାଖେମୁଣ୍ଡି ଆଦର୍ଶ ଥାନାର ପୋଲିସକୁ ମିଳିଛି ବଡ ସଫଳତା, ନିଳକଣ୍ଠପୁର ଗ୍ରାମରୁ ଚୋରି ଘଟଣାରେ ୪ ଅଭିଯୁକ୍ତକୁ ଗିରଫ କରିଛି ପାରଳାଖେମୁଣ୍ଡି ପୋଲିସ, ଘରେ କେହି ନଥିବାର ସୁଯୋଗ ନେଇ କବାଟ ଭାଙ୍ଗି ଘରେ ପସି ସୁନା , ରୁପା ଅଳଙ୍କାର ମୋବାଇଲ ଓ ଘରର କିଛି ଦାମି ଆସବାବ ପତ୍ର ଓ ନଗଦ ଟଙ୍କା ଚୋରି ହୋଇଥିବା ନେଇ କେ ସୁଦର୍ଶନ ରାଓ ଗତ ଅଗଷ୍ଟ ୧ ତାରିଖରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ପାରଳାଖେମୁଣ୍ଡି ଆଦର୍ଶ ଥାନାର ଥାନା ଅଧିକାରୀ ବିବେକା ନନ୍ଦ ସ୍ୱାଇଁ ଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ପୋଲିସ ଅଧିକାରୀ ଲଳିତ ମୋହନ, ଏସ କେ ରାୟ, ବି ମନ୍ତ୍ରୀ ଓ ଏମ୍ ଲାକ୍ରା ବିଭିନ୍ନ ସ୍ଥନମାନଙ୍କରେ ଚଢାଉ କରି ଘଟଣାର ତଦନ୍ତ କରି ୪ ଜଣ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛନ୍ତି । ଗିରଫ ଅଭିଯୁକ୍ତ ମାନେ ହେଲେ ସେରଙ୍ଗ ଥାନା ଅଞ୍ଚଳର ଟୁନା ସୁବୁଦ୍ଧି ଓ ନିଳକଣ୍ଠପୁର ଗ୍ରାମର ରୁବି ଶବର, ରବି ଶବର, ଏ ଭେକେଣ୍ଟ ରାଓ ଶବରକୁ ଗିରଫ କରିଛି ପୋଲିସ ।
ଗିରଫ ଅଭିଯୁକ୍ତ ମାନଙ୍କ ନିକଟରୁ ନଗଦ ୨୦ ହଜାର ଟଙ୍କା, ୧୦ ଭରି ଓଜନର ସୁନା ଅଳଙ୍କାର ଓ ୮ ଭରି ଓଜନର ରୁପା ଅଳଙ୍କାର ସହିତ ମୋବାଇଲ୍ ଓ ଏକ ଏଲିଇଡି ଟିଭିକୁ ଜବତ କରିଛି ପୋଲିସ । ଚୋରି ହେବାର ୫ ଦିନ ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିବା ସହ ଏତେ ପରିମାଣର ଅଳଙ୍କାର ଉଦ୍ଧାର କରିବାରେ ପାରଳାଖେମୁଣ୍ଡି ପୋଲିସ ସଫଳ ହୋଇଛି । ସମସ୍ତ ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ବିବେକା ନନ୍ଦ ସ୍ୱାଇଁ (ପାରଳଖେମୁଣ୍ଡି /ଗରୁଡ ଧ୍ୱଜ ଚୈାଧୁରୀ)